ଚାଇଲଡ ଲାଇନ ପକ୍ଷରୁଖୋଲା ମଞ୍ଚ
ଫୁଲବାଣୀ (ସୁନୀଲ ପଟନାୟକ )
ଶୁକ୍ରବାର ଚାଇଲ୍ଡଲାଇନ୍ ତରଫରୁ ଫୁଲବାଣୀ ମୁନିସପାଲ୍ଟି ଅନ୍ତର୍ଗତ ପିଅନପଡାସ୍ଥିତ ବାପୁଜିପଲ୍ଲୀ ମିଶନଶକ୍ତି ସଭାଗୃହଠାରେ ଖୋଲାମଞ୍ଚ କାର୍ଯ୍ୟାକ୍ରମ ଅନୁଷ୍ଠିତ କରାଯଇଛି। ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ଅଙ୍ଗନଓ୍ବାଡି ପରିଦର୍ଶିକା ଶ୍ରୀମତୀ ସନ୍ଧ୍ୟାରାଣୀ ପଣ୍ଡା,ପୂର୍ବତନ କାଉନସେଲର ଶ୍ରୀମତୀ କଳ୍ପନା ଦାସ,ସ୍ଥାନୀୟ ଅଙ୍ଗନଓ୍ବାଡି କର୍ମୀ ଗୀତାଞ୍ଜଳୀ କହଁର,ମୁନି ମାଝୀ ଓ ଚାଇଲ୍ଡଲାଇନ୍ ର କେନ୍ଦ୍ରସଂଯୋଜିକା ରଞ୍ଜିତା କମ୍ପ,ଚାଇଲ୍ଡଲାଇନ୍ ର ଟିମ୍ ମେମ୍ବର ଶିବଶଙ୍କର ବେହେରା,ସସ୍ମିତା କରଣ, ପ୍ରଭାସରଞ୍ଜନ ନାୟକ,ଦିଲ୍ଲିପକୁମାର ଦାସ ଏବଂ ପିଅନପଡା ଅଞ୍ଚଳର ୧୦ ବର୍ଷରୁ ୧୮ ବର୍ଷ ମଧ୍ୟରେ ୧୯ ଜଣ ଶିଶୁ ଯୋଗ ଦେଇଥିଲେ।କେନ୍ଦ୍ର ସଂଯୋଜି ଶ୍ରୀମତୀ କମ୍ପ ଖୋଲା କାର୍ଯ୍ୟକ୍ରମର ଲକ୍ଷ ଓ ଉଦ୍ଦେଶ୍ୟ ସମ୍ପର୍କରେ ସୁଚନା ପ୍ରଦାନ କରିଥିଲେ, ଟିମ୍ ମେମ୍ବର ଶ୍ରୀ ବେହେରା ଚାଇଲ୍ଡଲାଇନ୍ ୧୦୯୮ ସେବା,ବାଲ୍ୟ ବିବାହ,ଶିଶୁ ଶ୍ରମିକ, ଶିଶୁ ଚାଲାନ,ଯୌନ ନିର୍ଯ୍ୟାତନା ଓ ଶିଶୁ ଅଧିକାର ସମ୍ପର୍କରେ ସଚେତନତା କରିଥିଲେ, ପ୍ରଭାସରଞ୍ଜନ ନାୟକ ଖୋଲାମଞ୍ଚ ପରିଚାଳନା କରିଥିଲେ ଓ ଶିଶୁମାନଙ୍କୁ ଅଧିକାର ସମ୍ବଦ୍ଧୀୟ ଖେଳ କରେଇଥିଲେ। ଏବଂ ସସ୍ମିତା କରଣ ଶିଶୁମାନଙ୍କ ଦ୍ବାରା ଚିତ୍ର ମାଧ୍ୟମରେ ସମସ୍ୟା ଗଛ କରେଇ ବିଭିନ୍ନ ଶିଶୁଭିତ୍ତିକ ସମସ୍ୟା ଉପସ୍ଥାପନ କରିଥିଲେ। ସେଥି ମଧ୍ୟରେ ଶିଶୁମାନଙ୍କ ଶିକ୍ଷା, ନିଶାଗ୍ରସ୍ତ ଶିଶୁ,ପାନୀୟ ଜଳ ସମସ୍ୟା, ପାଠ ଛାଡିଥିବା ଶିଶୁ ଭଳି ବିଭିନ୍ନ ସମସ୍ୟାକୁ ଦୃଷ୍ଟି ଆକର୍ଷଣ କରିଥିଲେ। ଶେଷରେ ପ୍ରଭାସରଞ୍ଜନ ନାୟକ ଧନ୍ୟବାଦ ପ୍ରଦାନ କରିଥିଲେ ଓ ଅଙ୍ଗନଓ୍ବାଡି କର୍ମୀ ମାନେ ସହଯୋକ କରିଥିଲେ।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































