କନ୍ଧମାଳ ଖଜୁରୀପଡା ବ୍ଳକ ରେ ବାଲଟ ପେପର ଚିରିଲେ ଦୁର୍ବୁତ୍ତ, ୨ ଅଟକ
ଫୁଲବାଣୀ (ସୁନୀଲ ପଟନାୟକ )
କନ୍ଧମାଳ ଜ଼ିଲ୍ଲା ଖଜୁରିପଡା ବ୍ଲକ ଅନ୍ତର୍ଗତ ଦଳପଡା ପଂଚାୟତ ର ଦଳପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୫ ନମ୍ବର ବୁଥ ର ବାଲଟ ପେପର ଛଡାଇ ନେଲେ ଦୁର୍ବୁତ୍ତ ମାନେ ।
ଏହି ବୁଥ ରେ ୧ ୯0 ଜଣ ଭୋଟର ଥିବାବେଳେ 143 ଜଣ ଭୋଟ ଦେଇସାରିଥିଲେ। ଭୋଟ ଦେବାପାଇଁ 5 ଜଣ ଧାଡିରେ ଥିବା ବେଳେ କିଛି ଦୁର୍ବୁତ୍ତ ହଠାତ ବୁଥ ଭିତରକୁ ଧସେଇ ପଶି ପ୍ରିଜାଇଡିଙ୍ଗ ଅଫିସର ଙ୍କ ଠାରୁ ବାଲଟ ପେପର ଛଡାଇ ନେଇଗ ଲେ।
ଖବର ପାଇ ଖଜୁରିପଡା ଥାନା ଅଧିକାରୀଙ୍କ ସମେତ ଏସଡ଼ି ପିଓ ପହଂଚି ଛାନ ବିନ କରି ଏହି ଘଟଣାରେ ଦୁଇ ଜଣକୁ ଅଟକ ରଖି ପଚରା ଉଚରା କରୁଛନ୍ତି l ତେବେ ଏହି ମାମଲା ରେ ପୋଲିସ କାହାରିକୁ ଗିରଫ କରିନଥିବା ଜଣାପଡିଛି l
Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































