ରାଜ୍ୟରେ ସାମ୍ବାଦିକ ସୁରକ୍ଷା ଆଇନ ଲାଗୁ କରିବାପାଇଁ ରାଜ୍ୟପାଳଙ୍କୁ ଦିଆଗଲା ଦାବିପତ୍ର
ଆଠଗଡ(ଉଲାପ୍ର)ରାଜ୍ୟରେ ସାମ୍ବାଦିକ ମାନଙ୍କ ଉପରେ ହେଉଥିବା ଆକ୍ରମଣକୁ ନିନ୍ଦା କରିଛନ୍ତି କଟକ ଜିଲା ସାମ୍ବାଦିକ ସଙ୍ଘ,ଉତ୍କଳ ସାମ୍ବାଦିକ ସଙ୍ଘ କଟକ ଜିଲା ତରଫରୁ ଜିଲା ସଭାପତି ଲଲାଟେନ୍ଦୁ ସେନାପତି,ଆଠଗଡ ସବ ଡିଭିଜନ ସାମ୍ବାଦିକ ସଙ୍ଘ ସଭାପତି ସଚ୍ଚିଦାନନ୍ଦ ପଣ୍ଡା,ଉପସଭାପତି ସର୍ବେଶ୍ୱର ପଣ୍ଡା ପ୍ରମୁଖ ଆଠଗଡ ଜିମସାର ଠାରେ ମାନ୍ୟବର ରାଜ୍ୟପାଳ ଗଣେଶୀ ଲାଲଙ୍କୁ ଭେଟି ସାମ୍ବାଦିକ ସୁରକ୍ଷା ଆଇନକୁ ରାଜ୍ୟରେ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ମାନ୍ୟବର ରାଜ୍ୟପାଳଙ୍କୁ,ଜିମସାର ଠାରେ ଲୋକସେବକ ମଣ୍ଡଳ ଓଡିଶା ଶାଖାର ସଭାପତି ତଥା ଜିମସାର ର ଅଧ୍ୟକ୍ଷ ତଥା ସମାଜର ପ୍ରକାଶକ ଓ ମୁଦ୍ରାକର ନିରଞ୍ଜନ ରଥ ଉପସ୍ଥିତ ଥିଲେ,ସେ ମଧ୍ୟ ସାମ୍ବାଦିକ ମାନଙ୍କ ଉପରେ ହେଉଥିବା ଆକ୍ରମଣ ଘଟଣାକୁ ନିନ୍ଦା କରିଛନ୍ତି।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































