ଭାରତୀୟ ଜନତା ପାର୍ଟି ପକ୍ଷରୁ କାର୍ଯ୍ୟକର୍ତ୍ତ। ବୈଠକ
ଫୁଲବାଣୀ (ସୁନୀଲ ପଟନାୟକ)
ଭାରତୀୟ ଜନତା ପାର୍ଟ ପକ୍ଷରୁ ବାଲିଗୁଡ଼ା ଠାରେ କାର୍ଯ୍ୟକର୍ତାମାନଙ୍କ ଏକ ବୈଠକ ଗତକାଲି ମଙ୍ଗଳବାର ଅନୁଷ୍ଠିତ ହୋଇଥିଲା।
ଏଥିରେ ରାଜ୍ୟସଭାପତି ସମୀର ମହାନ୍ତି, ଜିଲ୍ଲା ବିଜେପି ସଭାପତି ଜଗନ୍ନାଥ ସାହୁ, ପୂର୍ବତନ ବିଧାୟକ କରେନ୍ଦ୍ର ମାଝି, ବିଜେପି ନେତା ନେତ୍ର ମାନସେଠପ୍ରମୁଖ ଯୋଗ ଦେଇ ଚଳିତ ପଞ୍ଚାୟତ ନିର୍ବାଚନ ଓ ବିଜେପି ରଫଳାଫଳ ସଂପର୍କରେ ଆଲୋଚନା କରିବା ଭଲ ଫଳ ନେଇ ଆଶାବ୍ୟକ୍ତ କରିଥିଲେ । ସେହିପରି ଆଗାମୀ ପୌର ନିର୍ବାଚନରେ ଯେପରି ଦଳ ୩ଟି ଯାକ ପୌରପରିଷଦ ଦଖଲ କରିବ ସେ ନେଇ ଏବେ ଠାରୁ ଯୋଜନା ପ୍ରସ୍ତତ କରିବାଲାଗ କର୍ମକର୍ତ୍ତାମାନଙ୍କୁ ପରାମର୍ଶ ଦେଇଥିଲେ ।
ପୌର ନିର୍ବାଚନରେ ଦଳ ପକ୍ଷରୁ ବିଜୟ ସମ୍ଭାବନା ଥିବା ଦକ୍ଷ , ଶିକ୍ଷିତ,ସଚ୍ଚୋଟ ପ୍ରାର୍ଥୀଙ୍କୁ ଚିହ୍ନଟ କରି ଟିକେଟ ନେବା ଲାଗି ମତପ୍ରକାଶ ପାଇଥିଲା
ପୂର୍ବତନ ବିଧାୟକ ତଥା ବରୀଷ୍ଠ ବିଜେପି ନେତା କରେନ୍ଦ୍ର ମାଝି କହିଥିଲେ ମୋଦୀ ସରକାରଙ୍କ ଜନହିତକର କାର୍ଯ୍ୟ ପ୍ରତି ଆକୃଷ୍ଟ ହୋଇ ଦିନକୁ ଦିନ ବିଜେପି ପ୍ରତି ଦିନକୁ ଦିନ ଲୋକଙ୍କ ସମର୍ଥନ ବୃଦ୍ଧିପାଉଛି । ଏଣୁ କାର୍ଯ୍ୟକର୍ତ୍ତାମାନେ ନିଷ୍ଠା ଆନ୍ତରୀକତାର ସହିତ ଦଳୀୟ ପ୍ରାର୍ଥୀଙ୍କ ପାଇଁ କାମ କଲେ ଦଳ ପୌର ନିର୍ବାଚନରେ ପରିଷଦ ଦଖଲ କରିବ ବୋଲି ମାଝି କହିଥିଲୋ
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































