ବାଲିଗୁଡା ଏନ ଏ ସି. ନିର୍ବାଚନ – ବିରାଟ ପଟୁଆର ରେ ପ୍ରାର୍ଥୀପତ୍ର ଦାଖଲ କଲା ବିଜେଡି
,
ଫୁଲବାଣୀ(ଉଲାପ୍ର)
ପଞ୍ଚାୟତ ନିର୍ବାଚନ ସରୁସରୁ ପୌର ନିର୍ବାଚନ ପାଇଁ ବିଗୁଲ ବା ଜିବା ପରେ ପ୍ରାଥୀପତ୍ର ଦାଖଲ ର ପଞ୍ଚମ ଦିନରେ ପ୍ରାର୍ଥୀ ପତ୍ର ଦାଖଲ କଲା ବିଜେଡି l
ବାଲିଗୁଡା ବିଧାୟକ ଚକ୍ରମଣୀ କହଁର ଓ ବ୍ଲକ ବିଜେଡ଼ି ସଭାପତି ଟୁନା ଦାସ ଙ୍କ ନେତୃତ୍ୱ ରେ ହଜାର ହଜାର ବି ଜେ ଡି କର୍ମୀ ଙ୍କ ଗହଣ ରେ ବିଜେଡ଼ି ର ଅଧକ୍ଷ ପ୍ରାର୍ଥୀ ଓ ତେରଜଣ କାଉନ ସିଲର ପ୍ରାର୍ଥୀ ଆଜି ରବିବାର ବାଲିଗୁଡା ଏନ ଏ ସି ନିର୍ବାଚନ ଅଧିକାରୀ ଶଶାଙ୍କ ଶେଖର ପାତ୍ର ଙ୍କନିକଟରେ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି l ତେଵେ ବିଜେପି ଓ କଂଗ୍ରେସ ର ପାର୍ଥି ଚୟନ ପ୍ରକ୍ରିୟା ସରି ନଥିବାରୁ ଆସନ୍ତା କାଲି ଶେଷଦିନରେ ପାର୍ଥି ପତ୍ର ଦାଖଲ କରିବେ l
ଏଥର ଅଧକ୍ଷ ପଦବୀ ପାଇଁ ସିଧା ସଳଖ ନିର୍ବାଚନ ହେଉଛି, ତେଣୁ ଭୋଟର ମଧ୍ୟ ଉତ୍ସlହିତ ଅଛନ୍ତି lବାଲିଗୁଡା ବିଜ୍ଞାପିତ ଅଂଚଳ ପରିଷଦରେ 13 ଗୋଟି ୱାର୍ଡ଼ରେ ସର୍ବମୋଟ 14704 ଜଣ ଭୋଟର ରହିଥିବା ବେଳେ ତନ୍ମଧ୍ୟରୁ 7176 ଜଣ ପୁରୁଷ ଭୋଟର ରହିଥିବା ବେଳେ 7524 ଜଣ ମହିଳା ଭୋଟର ରହିଛନ୍ତି ଏବଂ 4ଜଣ ତୃତୀୟ ଲିଙ୍ଗ ଭୋଟର ରହିଛନ୍ତି lଅଧକ୍ଷ ପଦବୀ ଟି ଆଦିବାସୀ (ପୁରୁଷ )ଙ୍କ ପାଇଁ ଉଦିଷ୍ଟ
ଗତ ପୌର ନିର୍ବାଚନ ରେ ବାଲିଗୁଡା ଅଧକ୍ଷ ପଦଟି ବିଜେଡ଼ବାଲିଗୁଡା ବିଜ୍ଞାପିତ ଅଂଚଳ ପରିଷଦରେ 13 ଗୋଟି ୱାର୍ଡ଼ରେ ସର୍ବମୋଟ 14704 ଜଣ ଭୋଟର ରହିଥିବା ବେଳେ ତନ୍ମଧ୍ୟରୁ 7176 ଜଣ ପୁରୁଷ ଭୋଟର ରହିଥିବା ବେଳେ 7524 ଜଣ ମହିଳା ଭୋଟର ରହିଛନ୍ତି ଏବଂ 4ଜଣ ତୃତୀୟ ଲିଙ୍ଗ ଭୋଟର ରହିଛନ୍ତି lଅଧକ୍ଷ ପଦବୀ ଟି ଆଦିବାସୀ (ପୁରୁଷ )ଙ୍କ ପାଇଁ ସଂରକ୍ଷଣ ରହିଛି l ଗୋବିନ୍ଦ ଚନ୍ଦ୍ର ପ୍ରଧାନ ଶିକ୍ଷକତା ଛାଡି ବି ଜେ ଡି ପାଇଁ ପ୍ରାର୍ଥୀ ହୋଇଛନ୍ତି lଚଳିତ ପଞ୍ଚାୟତ ନିର୍ବାଚନ ରେ ବାଲିଗୁଡା ବ୍ଲକ ର ଦୁଇଟି ଯାକ ଜ଼ିଲ୍ଲା ପରିଷଦ ଆସନ ବିଜେଡି ନିଜ ଦଖଲ କୁ ନେଇଥିବାରୁ ଉତ୍ସlହିତ ଅଛନ୍ତି ବିଜେଡ଼ିକର୍ମୀ l ଚଳିତ ପୌର ନିର୍ବାଚନ ରେ ମଧ୍ୟ ଅଧକ୍ଷ ପଦବୀ ଦଖଲ କରିବା ସହିତ ତେରଗୋଟି ସିଟ ରେ ନିର୍ବାଚନ ଜିତି ଏନ ଏ ସି ଦଖଲ କରିବ ବୋଲି ବିଜେଡି ବ୍ଳକ ସଭାପତି ଟୁନା ଦାସ କହିଛନ୍ତି l
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































