ଆଠଗଡ଼: ଅନ୍ତିମ ଦିବସରେ ୧୭ କଂଗ୍ରେସ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ
ଆଠଗଡ଼(ଉଲାପ୍ର)ଆଠଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦର ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲର ଅନ୍ତିମ ଦିବସ ତଥା ସୋମବାର ଦିନ ଜାତୀୟ କଂଗ୍ରେସ ଦଳ ଆଠଗଡ଼ ଶାଖା ପକ୍ଷରୁ ଏନ୍ଏସି ଅଧ୍ୟକ୍ଷା ପଦବୀ ପାଇଁ ଅରୁପମା ଭକ୍ତାଙ୍କ ସମେତେ ୧୬ଜଣ ପ୍ରାର୍ଥୀ ନିଜ ନିଜର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ସୋମବାର ପୂର୍ବାହ୍ନ ସାଢେ଼ ୧୦ଟା ବେଳେ ଆଠଗଡ଼ କଂଗ୍ରେସ କାର୍ଯ୍ୟାଳୟରୁ ସମସ୍ତ ପ୍ରାର୍ଥୀ, କର୍ମୀ ଓ ସମର୍ଥକଙ୍କ ଏକ ବିଶାଳ ବାଇକ୍ ଶୋଭାଯାତ୍ରା ଦକ୍ଷିଣ ଚଣ୍ଡି ମନ୍ଦିର
ପର୍ଯ୍ୟନ୍ତ ଯାଇଥିଲା । ସେଠାରେ ପୂଜାର୍ଚ୍ଚନା ପରେ କଂଗ୍ରେସ ଦଳର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ଉମାବଲ୍ଲଭ ରଥଙ୍କ ନେତୃତ୍ବରେ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ସମସ୍ତ ପ୍ରାର୍ଥୀ-ପ୍ରାର୍ଥିନୀ ମାନେ ଏହି ବାଇକ୍ ଶୋଭାଯାତ୍ରାରେ ଅଞ୍ଚଳ ପରିକ୍ରମା କରିଥିଲେ । ଦକ୍ଷିଣ ଚଣ୍ଡି ମନ୍ଦିରରୁ ଏହି ବାଇକ୍ ଶୋଭାଯାତ୍ରା କଇଁଆଛକ, ଝରଣଛକ, ଗଦାସାହି, ରଥଗଡା, ଦୁର୍ଗାବଜାର, ପୁରୁଣା ବସଷ୍ଟାଣ୍ଡ ଓ ଚାନ୍ଦବାଲି ଛକ ଦେଇ ଆଠଗଡ଼ ଏନ୍ଏସି କାର୍ଯ୍ୟାଳୟ ଠାରେ ପହଞ୍ଚିଥିଲେ ।
କଂଗ୍ରେସ ଦଳ ପକ୍ଷରୁ ଆଜି ହୋଇଥିବା ନାମାଙ୍କନପତ୍ର ଦାଖଲରେ ଏନ୍ଏସି ଅଧ୍ୟକ୍ଷା ପଦବୀ ପାଇଁ ଅରୁପମା ଭକ୍ତାଙ୍କ ସମେତ ୧୬ ଜଣ କାଉନସିଲର ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସେମାନଙ୍କ ମଧ୍ୟରେ ୧ ନମ୍ବର ଓ୍ବାର୍ଡରୁ ଚନ୍ଦନ ଦାସ, ୨ ନମ୍ବରରୁ ଭାରତୀ ସେଠି, ୩ ନମ୍ବରରୁ ମନୋରଞ୍ଜନ ପଟ୍ଟନାୟକ, ୪ ନମ୍ବରରୁ ମମୀ ଦେହୁରୀ, ୫ ନମ୍ବରରୁ ପ୍ରଭାସିନୀ ନାଥ, ୭ ନମ୍ବରରୁ ସରସ୍ବତୀ ଦଳାଇ, ୮ ନମ୍ବରରୁ ଶିରିଷ ଧଳ, ୯ ନମ୍ବରରୁ ବିକ୍ରମ ଚନ୍ଦ୍ର ସାହୁ, ୧୦ ନମ୍ବରରୁ ସିଲୁ ପ୍ରଧାନ, ୧୧ ନମ୍ବରରୁ ଝୁନୁ ନାଏକ, ୧୩ ନମ୍ବରରୁ ମାନସୀ ସାହୁ, ୧୪ ନମ୍ବରରୁ ଇବ୍ରାହିମ ମହମ୍ମଦ, ୧୫ ନମ୍ବରରୁ ପାର୍ବତୀ ବେହେରା, ୧୬ ନମ୍ବରରୁ ରୂପଶ୍ରୀ ଶ୍ୱେତପଦ୍ମା ମହାନ୍ତି, ୧୭ ନମ୍ବରରୁ ଗୋପାଳ ଚନ୍ଦ୍ର ସାହୁ, ୧୮ ନମ୍ବରରୁ ମମତା ବେହେରା ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।
Odia 











































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































