ଜିଉଦୟଗିରି ଏନଏସିରେସବୁ ଦଳର ପ୍ରାର୍ଥୀଙ୍କ ଘରକୁ ଘର ବୁଲି ପ୍ରଚାର
ଫୁଲ ବାଣୀ(ସୁନୀଲ ପଟ୍ଟନାୟକ) ଭୋଟ ତାରିଖ ଯେତିକି ପାଖେଇ ଆସୁଛି ପ୍ରଚାର ମଧ୍ୟ ସେତିକି ଜମିବ।ରେ ଲାଗିଛି।ଜି.ଉଦୟଗିରି ଏନ ଏ.ଏସି ଅଞ୍ଚଳରେଏବେ କର୍ମୀମାନଙ୍କୁ ସାଥିରେ ନେଇ ସବୁ ଦଳର ପ୍ରାର୍ଥୀମାନେ ଘରକୁ ଘର ବୁଲି ଭୋଟ ପ୍ରଚାର ଆରମ୍ଭ କଲେଣି। ଫଳରେ ବିଭିନ୍ନ ସାହି ବସ୍ତିରେ ବଳୀୟ କର୍ମୀଙ୍କ ସହ ପ୍ରାର୍ଥୀମାନେ ପ୍ରଚାର କରୁଛନ୍ତି। କେଉଁଠି କେଉଁଠି ଭୋଜିଭାତର ଆସର ମଧ୍ୟଜମିଲାଣି।
ଫଳରେ ଭୋଟର ଓ କର୍ମୀମାନଙ୍କ ମଧ୍ୟରେ ଭୋଟକୁ ନେଇ ଉତ୍ସାହ ବଢି ଲାଣି। କିଏ ବିଜେପି ଜିତିବ କହୁଛି ତ କିଏ ବିଜେଡିଆଉ କିଏ କଂଗ୍ରେସ ଏଥର ଭଲ କରିବ ବୋଲି କହୁଛି । କେହି କେହି ଦଳ ନୁହେଁ ପ୍ରାର୍ଥୀଙ୍କ ଚରୀତ୍ର ବ୍ୟକ୍ତିତ୍ଵ ଓ ଯୋଗ୍ୟତା, ସଚୋଟତା ଓ ପାରିଲା ପଣିଆକୁ ଦେଖି ଭୋଟ ଦେବୁ ବୋଲି କହୁଛନ୍ତି । ଫଳରେ ଜିଉଦୟଗିରିରେ ବିଜେପି ଏଥର ଭାବି ଚିନ୍ତି ବହୁ ପୂର୍ବରୁ ଜଣେ ଉଚ୍ଚଶିକ୍ଷିତ । ନିର୍ବିବାଦୀୟ ଜଣାଶୁଣା ଆଗଧାଡିର ସମାଜସେବୀସୁସ୍ମିତା ଜେନାଙ୍କୁ ସର୍ବସମ୍ମତି କ୍ରମେ ପ୍ରାର୍ଥୀ କରିଛି। ଫଳରେ ଦଳୀୟ କର୍ମୀମାନେ ଉତ୍ସାହର ସହିତ ପ୍ରଚାରକୁଯୋର ଦାର କରିଛନ୍ତି । ଭୋଟର ମଧ୍ୟ ବିଜେପିପ୍ରାର୍ଥୀଙ୍କୁ ନେଇ ବେଶ ଉତ୍ସାହୀତ । ଏବେ ପୁଣି ଦେଶର ୪ଟି ରାଜ୍ୟରେ ଗତକାଲି ଭୋଟ ଗଣତି ପରେ ବିଜେପି ପୁଣି ସଂଖ୍ୟା ଗରୀଷ୍ଟତା ହାସଲ କରି ସରକାର ଗଠନ କରିବାକୁ ନେଇ ପ୍ରଭାବ ପୌର ନିର୍ବାଚନରେ ପଡିବ । ସହରାଞ୍ଚଳର ଶତ ପ୍ରତିଶତ ଶିକ୍ଷିତ ଭୋଟର । ବିଜେପିର ପ୍ରାର୍ଥୀ ଚୟନ ଠିକ ଥିବାରୁ ଦଳବର୍ଣ୍ଣ ନିର୍ବିଶେଷରେ ସମସ୍ତେ ବିଜେପିକୁ ସମର୍ଥନ ଦେଉଥିବା ଦେଖାଯାଉଛି ।
ଏଣୁ ଜି ଉଦୟ ଗିରିରେ ବିଜେପି ଭଲ କରିବ ଓ ଅଧ୍ଯକ୍ଷ ପଦବୀ ହାତେଇବାକୁ ଲକ୍ଷ୍ୟ ରଖିଛି । ତାକୁ ନେଇ ରଣକୌଶଳ ମଧ୍ୟ ଆରମ୍ଭ କରିଛି ।
ଅପରପକ୍ଷେ ବିଜେଡିର ପ୍ରାର୍ଥୀ ଚୟନକୁ ନେଇ ତୀବ୍ର ଅସନ୍ତୋଷ ଦେଖାଦେଇଛି ଦଳରେ।ଟିକେଟ ପାଇଁ ଅନେକବରୀଷ୍ଠ ନେତାଙ୍କ ପତ୍ନୀ, ଭଉଣୀ ପ୍ରମୁଖ ଆବେଦନ କରି ଆଶୀୟୀ ଥିଲେ । ହେଲେ ଦଳ ବିଜୟ ସମ୍ଭାବନା ଥିବା ପୂର୍ବତନ ଉପାଧ୍ୟକ୍ଷ୍ । ଭାନୁ ପ୍ରଭା ମିଶ୍ର କୁ ଶେଷରେ ଟିକେଟ ଦେଇଥିଲା ଏହାକୁ ନେଇ ଦଳରେ ବିଦ୍ରୋହ ଦେଖା ଦେଇଛି ।
ଅନେକ ନେତା ଓ କର୍ମୀ ଭିତ୍ତି ରିଆ ଭାବେ ଅନ୍ୟ ଦଳର ପ୍ରାର୍ଥୀଙ୍କୁ ସମର୍ଥନ କରୁଥିବା ଆଲୋଚନା ହେଉଛି । ଆଉ କିଛି ସ୍ଵାଧୀନ ପ୍ରାର୍ଥୀଭାବେନିର୍ବାଚନ ଲଢୁଛନ୍ତି । ଯାହାକି ବିଜେଡି ପ୍ରାର୍ଥୀଙ୍କ ବିଜୟପାଇଁ ପ୍ରତିବନ୍ଧକ ସୃଷ୍ଟି ହୋଇଛି । ଏପଟେ କଂଗ୍ରେସ ର ଦୁର୍ବଳସଂଗଠନ ସାଙ୍ଗକୁ ପ୍ରାର୍ଥୀ ମଧ୍ୟ ଦୁର୍ବଳ । ଫଳରେ ବିଜେପିର ସଂଗଠନ ଦୃଢ ରହିଥିବା ସହିତ ଅଧ୍ୟକ୍ଷ ପ୍ରାର୍ଥୀ ସମେତ ସମସ୍ତ କାଉନସିଲର ପ୍ରାର୍ଥୀଭୋଟରମାନଙ୍କର ମନପସନ୍ଦର ଆଉ ଯୋଗ୍ୟ ହୋଇଥିବାରୁ ବିଜେପି ପ୍ରାର୍ଥୀମାନଙ୍କପ୍ରତି ଭୋଟରଙ୍କ ଆକର୍ଷଣ ବଢୁଥିବା ଦେଖାଯାଉଛି ।
ଶାସକ ବିଜେଡି ମଧ୍ୟ ଅଧ୍ୟକ୍ଷପଦବୀ ହାତଛଡା କରିବାକୁ ଚାହୁନି ଦୀର୍ଘ ବର୍ଷ ଧରି କ୍ଷମତାରେ ଥିବା ବିଜେଡି ଏଥର ମଧ୍ୟ କଳେବଳେ କୌଶଳେ ଜି ଉଦୟଗିରି
ବିଜ୍ଞାପିତ ପରିଷଦହାତେଇବା ପାଇଁ ଆପ୍ରାଣ ଉଦ୍ୟମ କରିବ ଏଥିରେ ସନ୍ଦେହ ନାହିଁ। କ୍ଷମତାରେ ରହି
ଦୁର୍ନିତୀ , ପ୍ରିୟୀ ପ୍ରିତି ତୋଷଣ,ସାଙ୍ଗକୁ
ବିଜେଡିର ପୁରୁଣ।ମୁହଁ ବିଜେଡିକୁ ହୁଏ ତ
କ୍ଷମତାଠୁ ଦୁରେଇ ରଖିପାରେ ବୋଲି ଚର୍ଚା ହେଉଛି । ତେ6ବ ଆଗକୁ ପ୍ରଚାର ଯୋରଦାର ହେଲେ କିଏ ଜିତିବ କିଏ ହାରିବ ସ୍ଫଷ୍ଟ ହେବ।
Odia 







































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































