କଂଗ୍ରେସର ସାହୀ କୁ ସାହୀ ବୁଲି ପ୍ରଚାର
ଫୁଲ ବାଣୀ-(ସୁନୀଲ ପଟନାୟକ )
ପୌରନିର୍ବାଚନ ଯେତିକି ପାଖେଇପାଖେଇ ଆସୁଛିସବୁ ଦଳ ର ପ୍ରାର୍ଥୀମାନଙ୍କ ହୃତ୍ସ୍ପନ୍ଦନ ମଧ୍ୟ ବଢିବାରେ ଲାଗିଛି । ସବୁ ଦଳର ପ୍ରାର୍ଥୀ ସମର୍ଥକକୁ ଧରି ପ୍ରଚାରକୁଯୋରଦାର କରିଛନ୍ତି । ନିଜ ସପକ୍ଷରେ ଯେପରି ଅଧିକରୁ ଅଧିକ ଭୋଟ ମିଳିବ ସେଥିପାଇଁ ସମସ୍ତେ ତତ୍ପର । ସକାଳୁ ସକାଳୁ କଂଗ୍ରେସ ଅଧ୍ୟକ୍ଷପ୍ରାର୍ଥୀ ସବୀତା ମହାନ୍ତି କିପରି କିଛି ସଂପର୍କୀୟ, ସହଯୋଗୀ କର୍ମୀଙ୍କୁ ଧରି ପ୍ରଚାରରେ ବାହାରି ଯାଉଛନ୍ତି। କେଉଁଠିବୈଠକ କରୁଛନ୍ତି ଆଉ କେଉଁଠି ଲୋକଙ୍କ ଘରକୁ ଯାଇ ବୁଝାଉଛନ୍ତି ଭୋଟର ମାନଙ୍କୁ।
ଭୋଟରଙ୍କ ଭଲସମର୍ଥନ ମିଳୁଥିବା ସବୀତା କହିଛନ୍ତି।
ସବୀତାଙ୍କ ସହ କାଉନସିଲର ମାନେ ମଧ୍ୟ ଯାଉଛନ୍ତି । ଲୋକେ ଏଥର ପରିବର୍ତ୍ତନ ଚାହୁଥି ବା କହିଛନ୍ତି ସବୀତା । ସହରରେ ଅନେକ ସମସ୍ୟ ।ରହିଛି। ପାନୀୟ ଜଳ, ଜମିଜମା ସମସ୍ୟା, ରାସ୍ତା ଡ୍ରେନ ଆଦି ସମସ୍ୟା ରହିଛି । ସେ ବିଜୟୀ ହେଲେ ଏ ସବୁ ସମସ୍ୟାକୁ ଅଗ୍ରାଧିକାର ଦେବେ କହିଛନ୍ତି ।
ତାଙ୍କ ସହ ପ୍ରଚାରରେ ବରୀଷ୍ଠ ନେତା ବିଜୟ ମହାନ୍ତି, ସ୍ୱାମୀ ତଥା ଯୁବନେତା ରଜତ ମହାନ୍ତି. ଚନ୍ଦ୍ରଶେଖରପରୀଡ଼ା, ନନ୍ଦକିଶୋର ଦାସ ପ୍ରମୁଖ ମଧ୍ୟ ଉପସ୍ଥିତ ରହି ଭୋଟରଙ୍କୁ ନିବେଦନ କରୁଛନ୍ତି।
ତେବେ , ଭୋଟର କାହାକୁ ସମର୍ଥନ କରିବେ ତାହା ଆଗକୁପ୍ରଚାର ଯୋର ଧରିଲେ ଜଣାପଡିବ ।
ସେହିପରି ବିଜେଡି, ବିଜେପି ଓ ସ୍ଵାଧୀନ ପ୍ରାର୍ଥୀମାନେ ମଧ୍ୟ ଧିରେ ଧିରେ ପ୍ରଚାର ଆରମ୍ଭ କରୁଥିବା ଦେଖାଯାଇଛି ।
Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































