ବାଲିଗୁଡ଼ାରେ ବିଜେଡି ର ଯୋରଦାର ପ୍ରଚାର
ଫୁଲବାଣୀ (ସୁନୀଲ ପଟନାୟକ )
ପୌର ନିର୍ବାଚନ ପାଇଁ ଜମିଲାଣି ପ୍ରଚାର, ପ୍ରଚାର ରେ କମ୍ପୁଛି ବଜାର ଘାଟ l ବାଲିଗୁଡା ପୌରଧ୍ୟକ୍ଷ ପଦବୀ ନିର୍ବାଚନ ପାଇଁ ଏବେ ତିନ ପ୍ରମୁଖ ଦଳର ୩ଜଣ ପ୍ରତିଦ୍ଵନ୍ଦୀ ପୌର ଅଧ୍ୟକ୍ଷ ମୈଦାନରେ ଅଛନ୍ତି l ଏହି ପୌର ପରିଷଦ ଅ ଧ୍ୟ କ୍ଷ ଓ ଉପାଧ୍ୟକ୍ଷ ପଦବୀ ବିଜେଡ଼ି ହାତରେ ଥିଲା l
ତେଵେ ଏଥର କିଏ ମାରିବ ବାଜି ତା ଉପରେ ରହିଛି ସମସ୍ତଙ୍କ ନଜର lତେବେ ପ୍ରଚାରରେ ବିଜେଡି ବେଶ ଆଗୁଆ ଥିବା ଦେଖାଯାଉଛି ।
ପୌର ନିର୍ବାଚନ ଭୋଟ ଗ୍ରହଣ ତାରିଖ ଯେତିକି ପାଖେଇ ଆସୁଛି ସବୁଦଳ ର ପ୍ରଚାର ସେତିକ ସରଗରମ ହେଉଛି lତେଵେ ପ୍ରଚାର ରେ ଅଛନ୍ତି ୩ ପ୍ରମୁଖ ଦଳ l
ବାଲିଗୁଡ଼ାରେ ବିଜେଡି ପ୍ରଚାର ରେ ଢେର ଆଗୁଆ ଅଛି, ପଛକୁ ବିଜେପି ଓ ତା ପଛରେ କଂ ଗ୍ରେସl
ପୌର ନିର୍ବାଚନ ପାଇଁ ବାଲିଗୁଡ଼ା ରାଜନୀତି ସରଗରମ l ସବୁଠି ଭୋଟକୁ ନେଇ ଚର୍ଚା। କିଏ ହାତେଇବ ପୌରପରିଷଦ, ପ୍ରଚାର ରେ ଦୁଲୁକୁଛି ବାଲିଗୁଡ଼ା ସହର lବିଜେଡି, ବିଜେପି ଓ କଂଗ୍ରେସ ତିନି ପ୍ରମୁଖ ଦଳ ଶୋଭାଯାତ୍ରା କରି ଭୋଟ ହାତେଇବା ଲାଗି ଜୋରଦାର କସରତ ଚଳାଇଛନ୍ତି lବିଜେଡ଼ି ପକ୍ଷରୁ ଗୋବିନ୍ଦ ପ୍ରଧାନ ନାମକ ଜଣେ ଶିକ୍ଷକଙ୍କୁ ପ୍ରାର୍ଥୀ କରାଯାଇଛି, ସେ ସ୍ୱେଚ୍ଛାକୃତ ଭାବେ ଅବସର ଗ୍ରହଣ କରି ବିଜେଡି ଟିକେଟରେ ନିର୍ବାଚନ ଲଢ଼ୁଛନ୍ତି। ବାଲିଗୁଡ଼ା ବ୍ଲ୍କ୍କ୍କ୍କ ବିଜେଡି ସଭାପତି ଟୁନା ଦାସ, ଓ ବାଲିଗୁଡ଼ା ବିଧାୟକଚକ୍ରମଣୀ କହଁରଙ୍କ ନେତୃତ୍ଵରେ ପ୍ରଚାର କୁ ଜୋରଦାରର କରିଛନ୍ତି l
ସେହି ପରି ବିଜେର୍ପି ପ୍ରାର୍ଥୀ ମଧ୍ୟ ସମର୍ଥକ ଙ୍କୁ ଧରି ବଜାର ଘାଟ ବୁଲି ଭୋଟ ଭିକ୍ଷା କରୁଛନ୍ତି l
ସେହି ପରି କଂଗ୍ରେସ ପ୍ରାର୍ଥୀ ମଧ୍ୟ ସମର୍ଥକ ଙ୍କୁ ଧରି ସହରରେ ମୈଦାନ କୁ ଓଲହାଇ ଛନ୍ତି l
ସମସ୍ତ ପ୍ରାର୍ଥୀ ଙ୍କ ଗୋଟିଏ କଥା ସହର ର ବିକାଶ କରିବା ହିଁ ଆମର ମୂଳ ଲକ୍ଷ ବୋଲି କହୁଛନ୍ତି l
ବିଜେଡି ହାତରେ ପୌର ପରିଷଦ ଗତଥର ଥିଲେ ମଧ୍ୟ ସହର ରେ କୌଣସି ବିକାଶ ହୋଇନି କେବଳ ଦୁର୍ନୀତି ବେଶୀ ହୋଇଥିବା ବିଜେପି ପ୍ରାର୍ଥୀ ଅଭିଯୋଗ କରିଛନ୍ତି l ଏଣୁ ବିଜେପି କୁ ଥରେ ମାତ୍ର ଭୋଟ ଦେଇ ଦେଖନ୍ତୁ ଆଉ ବିକାଶ କଣ ସହରବାସୀ ଅନୁଭବ
କରନ୍ତୁ ବୋଲି ସେ କହିଛନ୍ତି l
ସେହିପରି ବିଜେଡି ସମୟରେ ସହରରେ ଯଥେଷ୍ଟ ବିକାଶ ହୋଇଛି .ରାସ୍ତାଘାଟ ନିର୍ମାଣ, ନୀୟ ଜଳ ଡ୍ରେନ ବ୍ୟବସ୍ଥା ବିଦ୍ୟୁତ ଆଲୋକ, ପାର୍କ ଆଦି ଅନେକ କିଛି କାର୍ଯ୍ୟ ହୋଇଛି. ତେବେ ଏଥର କ୍ଷମତାକୁ ଆସିଲେ ବାକି ଥିବା ସମସ୍ତ କାମ କରାଯିବ ବୋଲି ବ୍ଳକ ସଭାପତି ଟୁନା ଦାସ କହିଛନ୍ତି lସହରର ଉନ୍ନତି ଏକ ମାତ୍ର ଲକ୍ଷ୍ୟ ବୋଲି ସେ କହିଛନ୍ତି ।
ତେବେ କ ଜିତିବ ଆଉ କିଏ ହାରିବ ତାହା ଭୋଟ ଗଣତି ପରେ ଜଣାପଡିବ ।
୧୩ ଟି ୱାର୍ଡ କୁ ନେଇ ବାଲିଗୁଡ଼ା
ଏନ ଏ ସି ଗଠିତ l ପୌର ନିର୍ବାଚନ ରେ ୧୪ ହଜ଼ାର ୭୦୪ଭୋଟରସିଧା ସଳଖ ଏଥିର ଅଧ୍ୟକ୍ଷ ପଦବୀ ବାଛିବେ l
ବାଲିଗୁଡ଼ାସହର ର ପ୍ରମୁଖ ସମସ୍ୟା ହେଉଛି ଡ୍ରେନେଜ ସମସ୍ୟା,
ଅସରାଏ ବର୍ଷ l ହେଲେ ସହରରେ ଦେଖିବାକୁ ମିଳେ କୁତ୍ରିମ ବନ୍ୟl l
ସେହିପରି, ପାନୀୟ ଜଳ ସମସ୍ୟା, ଟ୍ରାଫିକ ସମସ୍ୟା, ଜମି ପଟା ସମସ୍ୟା, ବସ ଷ୍ଟାଣ୍ଡ ଆଦି ଅନେକ ସମସ୍ୟା ରହିଛି ଯାହା କି ନ କହିଲେ ଭଲ l ଏସବୁ ସମସ୍ୟା ର ସମାଧାନ ଯିଏ କରିବ ଭୋଟର ସେଇ ଦଳ ର ପ୍ରାର୍ଥୀ ଙ୍କୁ ଭୋଟ ଦେବେ ବୋଲି କହିଛନ୍ତି ବୁଦ୍ଧିଜୀବି l
ତେଵେ କାହାର ପଲl ଭାରି ଆଉ କାହା ସପକ୍ଷରେ ଜନମତ ରହିଛି ଆଗକୁ ଜଣାପଡିବ l
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































