ମାଁ କରମସାନୀଙ୍କ ବାର୍ଷିକ ପୂଜନୋତ୍ସବ
ବରଗଡ଼:-(ସତ୍ୟ ନାରାୟଣ ପ୍ରଧାନ)
ବରଗଡ଼ ନିକଟସ୍ଥ ତୋରା ଆନନ୍ଦ ବଜାର ପ୍ରାଙ୍ଗଣ ସ୍ଥିତ ମନ୍ଦିର ପରିସରରେ ମାଁ କରମସାନୀ ଦେବୀ ଙ୍କ ବାର୍ଷିକ ପୂଜନୋତ୍ସବ ଅନୁଷ୍ଠିତ ହୋଇଯାଇଛି। ମାଁ ଙ୍କ ସ୍ବତନ୍ତ୍ର ପୂଜା ପରେ ରାତି ତମାମ ନୃତ୍ୟ ଗୀତ ଆୟୋଜିତ ହୋଇଥିଲା। ଏଥିରେ ଅତିଥି ଭାବେ ପଶ୍ଚିମ ଓଡ଼ିଶା କଳାକାର ମହାସଂଘ ର ଅଧକ୍ଷ ଚୈତନ୍ୟ ପାଇକ ଏବଂ ବରଗଡ଼ ମିଳିତ କଳାକାର ମଞ୍ଚ ର ସଭାପତି ଶଙ୍କର ପଟ୍ଟନାୟକ ଯୋଗଦେଇ କଳାକାର ମାନଙ୍କୁ ଉତ୍ସାହିତ କରିଥିଲେ। ଉତ୍ସବ ଆଖପାଖ ଅଞ୍ଚଳରେ ବହୁ କଳାକାର ଅଂଶ ଗ୍ରହଣ କରିଥିଲେ।
Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































