କିଏ ହେବେ ଫୁଲବାଣୀନଗରପାଳ ? ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ ହେବକଡ଼ା ମୁକାବିଲା
ଫୁଲବାଣୀ(ସ୍ଥନୀଲପଟନାୟକ)
ହାତରେଆଉମାତ୍ର ସପ୍ତାହେ ରହିଲା। ତେଣୁ ସବୁ ଦଳର ପ୍ରାର୍ଥୀଭୋକଶେ।ଷ ଭୁଲି ପ୍ରଚାରକୁଯୋରଦାର କରିଛନ୍ତି ।
ନଗରପାଳ ଓ କାଉନସିଲର ପ୍ରାର୍ଥୀମାନେ ଘରକୁ ଘର ବୁଲି ପ୍ରଚାରକୁଯୋରଦାର କରିଛନ୍ତି ।
ତେବେ ଏଥର କିଏ ହେବେ ନଗରପାଳ ? ଫୁଲବାଣୀ ବାସୀ ଦଳକୁ ଦେଖିନା ପ୍ରାର୍ଥୀ ବ୍ୟକ୍ତି ତ୍ଵକୁ ଦେଖି ଭୋଟ ଦେବେ? ଆସନ୍ତା ୨୪ ତାରିଖରେ ସ୍ପଷ୍ଟ ହୋଇଯିବ ।
ବିଜେଡିର ନଗରପାଳ ପ୍ରାର୍ଥୀପୁନମ କହଁର ଦଳୀୟ କର୍ମୀ ଓ ସମର୍ଥକଙ୍କୁ ନେଇ ଭୋଟ ପ୍ରଚାର କରୁଛନ୍ତି । ପୁନମଙ୍କ ପାଇଁ ସାଂସଦ ଡଃ ଅଚ୍ୟୁତ ସାମନ୍ତ ନଗର ଉନ୍ନୟନ୍ନ ମନ୍ତ୍ରୀ ତଥା ପ୍ରଭାରୀ ପ୍ରତ।ପ ଜେନାମଧ୍ୟ ସହରର ପ୍ରତି ୱ।ର୍ଡ ବୁଲି କର୍ମୀ ଓ ସମର୍ଥକଙ୍କୁ ନେଇ ବୈଠକ କରିବା ସହ ବଜାରରେ ବୁଲି ପ୍ରଚାର କରୁଛନ୍ତି। ବିଜେଡି ର ନଗରପାଳ ପ୍ରାର୍ଥୀପୁନମ କହଁରବର୍ତ୍ତମାନ ଜିଲ୍ଲା ବିଜେଡି ମହିଳା ମୋର୍ଚା ସଭାନେତ୍ରୀ ଅଛନ୍ତି। ତାଙ୍କର ଦକ୍ଷତା ରହିଛି । ହେଲେ ତାଙ୍କ ପ୍ରାର୍ଥୀତ୍ୱକୁ ନେଇ ଦଳ ଭିତର କର୍ମୀ ଓ ସଚେତନଭୋଟରମାନେ ଏତଟାପସନ୍ଦ କରି ନ ଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ମନକୁ ବୁଝାଇଥିଲେ ।
ବିଜେପିର ନଗରପାଳ ପ୍ରାର୍ଥୀ ସ୍ମିତାରାଣୀ ମହାନ୍ତି ମଧ୍ୟ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ରହିବା ସହ ଭଲ ସଂଗଠିକା ମଧ୍ୟ । ଜନସଂପର୍କ ମଧ୍ୟ ଭଲ ରହିଛି ତାଙ୍କର ।
ତାଙ୍କ ପାଇଁ ଦଳୀୟ କର୍ମୀ, ନେତା ପ୍ରଚାର କରିବା ସହ ବରୀଷ୍ଠ ବିଜେପି ନେତା ତଥା ପୂର୍ବତନ ସାଂସଦ ଖାରବେଳ ସ୍ବାଇଁ ସହରର କେତେକ ଅଞ୍ଚଳରେ ପ୍ରଚାର କରିଥିଲେ। ବିଜେପି ପ୍ରତି ଆକର୍ଷଣ ମଧ୍ୟ ରହିଛି ଭୋଟରଙ୍କ। ବିଜେଡି ହାତରେ ଅନେକ ବର୍ଷ ହେଲା ପୌରପରିଷଦ ଥିବାରୁ ଭୋଟର ‘ପରିବର୍ତ୍ତନ ମଧ୍ୟ ଚାହୁଛନ୍ତି ।
ସେହିପରି କଂଗ୍ରେସ ନଗରପାଳ ପ୍ରାର୍ଥୀ ସବୀତା ମହାନ୍ତି ଜଣେ ଆଦର୍ଶ ଗୃହିଣୀ।
ରାଜନିତୀରେ ତାଙ୍କର ଦଖଲନଥିଲେ ମଧ୍ୟ ସ୍ଵାମୀରଜତ ମହାନ୍ତି ଜଣେ ଯୁବନେତା ଓ ସଂଗଠକ । ତାଙ୍କର ଦକ୍ଷତା ରହିଛି ରାଜନିତି ଗୋଟି ଚାଳନାରେ । କଂଗ୍ରେସ ପ୍ରାର୍ଥୀ ମଧ୍ୟ ପ୍ରଚାରକୁଯୋରଦାର କରିଛନ୍ତି।
କଂଗ୍ରେସର କେହି ହେଭିୱେଟ ନେତା ପ୍ରଚାରରେ ଆସିନଥିଲେ ମଧ୍ୟ ଜିଲା କଂଗ୍ରେସ କମିଟି ପକ୍ଷରୁ ବରୀଷ୍ଠ କଂଗ୍ରେସ ନେତା ହେମନ୍ତ କରଙ୍କ ନେତୃତ୍ଵରେ ପୂର୍ବତନ ସାଂସଦ ରାଧାକାନ୍ତ ଡିଗଲ, ପୂର୍ବତନ ବିଧାୟକ ଅଭିମନ୍ୟୁବେହେରା, କଂଗ୍ରେସ ନେତା ଭିକାରୀ ପାଣିଗ୍ରାହୀ, ଯୁବ କଂଗ୍ରେସ ସଭାପତି ବସନ୍ତ ପାଢୀ,ସନ୍ତେ।ଷ ପାତ୍ର ଚନ୍ଦ୍ରଶେଖରପରୀଡାପ୍ରମୁଖ ଟାଣୁଆ ଓ ଜଣାଶୁଣା ନେତାଙ୍କୁ ନେଇ ଏକ ଟିମ ଗଠନ କରି ପ୍ରଚାରକୁଯୋରଦାର କରିଛି ।
ତେବେ ଏଥର ବିଜେଡି,କଂଗ୍ରେସ ଓ ବିଜେପି ମଧ୍ୟରେ ତ୍ରୀ ମୁଖି ଲଢେଇହେବ । ଲଗାତର ୩ଥର ଧରି ବିଜେଡି ପରିଷଦ ଦଖଲ କରି ଆସିଛି । ୪ର୍ଥ ଥର ମଧ୍ୟ ଫୁଲବାଣୀପୌରପରିଷଦ ଦଖଲ ଲକ୍ଷ୍ୟରେ ରହିଛି ବିଜେଡ଼ି, Iତେବେ ଶାସକ ବିଜେଡିକୁ ବ୍ରେକ ଦେବାକୁ ବିରୋଧୀ ବିଜେପି ଓକଂଗ୍ରେସ
ଏଥର ସଫଳ ହେବେ ବୋଲି କହୁଛନ୍ତି।
ତେବେ ଜିଲ୍ଲାର ୧୮ଜିଲ୍ଲାପରିଷଦ ସଭ୍ୟ ମଧ୍ୟରୁ ୧୩ ଟିରେ ଜିତି ଜିଲ୍ଲାପରିଷଦ ଦଖଲ କରିବା ଓ ୧୨ଟି ବ୍ଳକ ମଧ୍ୟରୁ ୧୧ଟି ବ୍ଲ୍କ୍କ୍କ୍କରେ ଅଧ୍ୟକ୍ଷ ପଦବୀ ଅକ୍ତିଆର କରି ବେଶ ଉତ୍ସାହିତ ଥିବା ଶାସକବିଜେଡିକୁ ବିରୋଧି କିଭଳି ମୁକାବିଲା କରୁଛନ୍ତି ତାହା ଦେଖିବାର କଥା। ସୂଚନାଯୋଗ୍ୟଯେ ଆସନ୍ତା ୨୪ରେ ପୌର ନିର୍ବାଚନ ହେବ। ଫୁଲବାଣୀର ୧୩ଟି ୱ।ର୍ଡର ୨୫ହଜାର ୫୨୦ଭୋଟର ୨୮ଟିବୁଥରେ ନଗରପାଳ ଓ କାଉନସିଲର ଙ୍କୁ ଭୋଟ ଦେବେ।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































