କମଗାଁ ମହାବିଦ୍ୟାଳୟ ରେ ଆର୍ଥିକ ଅନଗ୍ରସର ଛାତ୍ର ଛାତ୍ରୀଙ୍କୁ ଛାତ୍ର ବୃତ୍ତି ପ୍ରଦାନ
ବରଗଡ଼ : (ସତ୍ୟ ନାରାୟଣ ପ୍ରଧାନ)
ବରଗଡ଼ ଜିଲ୍ଲା ଭଟଲି ବ୍ଲକ ଅନ୍ତର୍ଗତ କମଗାଁ ମହାବିଦ୍ୟାଳୟ, ଠାରେ ଶକୁନ୍ତଳା ବିଦ୍ୟାଧର ଟ୍ରଷ୍ଟ, ସମ୍ବଲପୁର ଓ ବିକାଶ ଏଡୁକେଶନାଲ ଚେରିଟେବୁଲ ଟ୍ରଷ୍ଟ, ଭୁବନେଶ୍ୱର ଦ୍ୱାରା ବରଗଡ଼ ଜିଲ୍ଲା ର ଆର୍ଥିକ କ୍ଷେତ୍ରରେ ଅନଗ୍ରସର ଛାତ୍ର ଛାତ୍ରୀ ମାନଙ୍କୁ ଛାତ୍ର ବୃତ୍ତି ପ୍ରଦାନ କରାଯାଇଥିଲା । ଏଥିରେ ଭଟଲି ତହସିଲଦାର ପ୍ରଶାନ୍ତ କୁମାର ମହାପାତ୍ର, ଅବସରପ୍ରାପ୍ତ ମୁଖ୍ୟ କମିଶନର, କଷ୍ଟମ, ( ବିକାଶ ଏଡୁକେଶନାଲ ଚେରିଟେବୁଲ ଟ୍ରଷ୍ଟ ) ସୁବାଷ ଚନ୍ଦ୍ର ଚୌଧୁରୀ, ଗଙ୍ଗାଧର ମେହେର ୟୁନିଭର୍ସିଟି ର ଅବସରପ୍ରାପ୍ତ ଡିନ ଡ଼ କାମଦେବ ସାହୁ, ଶକୁନ୍ତଳା ବିଦ୍ୟାଧର ଟ୍ରଷ୍ଟ, ସମ୍ବଲପୁର ର ସମ୍ପାଦକ ଲମ୍ବୋଦର ସାହୁ, କମଗାଁ କଲେଜ ର ଅଧ୍ୟକ୍ଷ ପ୍ରେମାନନ୍ଦ ପଟେଲ ଅତିଥି ଭାବରେ ଯୋଗଦାନ କରିଥିଲେ। ଏହି ଅବସରରେ ବିଭିନ୍ନ ମହାବିଦ୍ୟାଳୟର ୧୩୩ ଜଣ ଆର୍ଥିକ କ୍ଷେତ୍ରରେ ଅନଗ୍ରସର ଛାତ୍ର ଛାତ୍ରୀ ମାନଙ୍କୁ ସାହୁ ବ୍ରଦର୍ସ ଛାତ୍ରବୃତ୍ତି ପ୍ରଦାନ କରାଯାଇଥିଲା। ହାଇସ୍କୁଲ ଛାତ୍ର ଛାତ୍ରୀଙ୍କୁ ୫୦୦୦ ଟଙ୍କା, ଆଇ ଟି ଆଇ ଛାତ୍ର ଛାତ୍ରୀଙ୍କୁ ୧୦୦୦୦ ଟଙ୍କା, ଯୁକ୍ତ ଦୁଇ କଳା ଛାତ୍ର ଛାତ୍ରୀଙ୍କୁ ୧୦୦୦୦ ଟଙ୍କା, ଯୁକ୍ତ ଦୁଇ ବିଜ୍ଞାନ ଛାତ୍ର ଛାତ୍ରୀଙ୍କୁ ୧୨୦୦୦ ଟଙ୍କା, ଯୁକ୍ତ ତିନି କଳା ଛାତ୍ର ଛାତ୍ରୀଙ୍କୁ ଙ୍କୁ ୧୨୦୦୦ ଟଙ୍କା ଯୁକ୍ତ ତିନି ବିଜ୍ଞାନ ଛାତ୍ର ଛାତ୍ରୀଙ୍କୁ ୧୫୦୦୦ ଟଙ୍କା, ସ୍ନାତକୋତ୍ତର ଛାତ୍ର ଛାତ୍ରୀଙ୍କୁ ୧୫୦୦୦ ଟଙ୍କା, ମେଡିକାଲ ଛାତ୍ର ଛାତ୍ରୀଙ୍କୁ ୩୦୦୦୦ ଟଙ୍କା ଲେଖାଏଁ ପ୍ରଦାନ କରାଯାଇଥିଲା। ଅଧ୍ୟକ୍ଷ ପ୍ରେମାନନ୍ଦ ପଟେଲ ସ୍ୱାଗତ ସମ୍ଭାଷଣ ଦେଇଥିଲା ବେଳେ ଡ଼ କାମଦେବ ସାହୁ ସଭାପତିତ୍ବ କରିଥିଲେ। ଶକୁନ୍ତଳା ବିଦ୍ୟାଧର ଟ୍ରଷ୍ଟ ର ଟ୍ରଷ୍ଟି ରବିନାରାୟଣ ସାହୁ ଧନ୍ୟବାଦ ଜ୍ଞ୍ୟାପନ କରିଥିଲେ । ଅଧ୍ୟାପିକା ଅନୁପମା ପଣ୍ଡା, ଜ୍ୟୋତିର୍ମୟୀ ପ୍ରଧାନ, ଟୁନି ବେହେରା ଛାତ୍ରବୃତ୍ତି ପ୍ରଦାନ ରେ ସହାୟତା କରିଥିଲେ।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































