ଗୋଷ୍ଠୀକନ୍ଦଳ ବିଜେଡିକୁ ପରାଜୟ ମୁହଁକୁ ଠେଲିଦେବନି ତ? ପୂର୍ବତନ ନଗରପାଳ ଓ୨ କାଉନସିଲର ଙ୍କ ସମେତ ୪ ବିଜେଡିନେତା ଦଳରୁ ସସପେଣ୍ଡ
ଫୁଲ ବାଣୀ( ଉଲାପ୍ର)
ପୌର ନିର୍ବାଚନ ପାଇଁ ଦଳୀୟ ଟିକେଟ ବଣ୍ଟନକୁ ନେଇ କନ୍ଧମାଳ ବିଜୁଜନତା ଦଳରେ ଦିନକୁ ଦିନ ଅନ୍ତର୍ଦ୍ୱନ୍ଦ ବଢିବାରେ ଲାଗିଛି । ଦଳ ବିରୋଧି କାର୍ଯ୍ୟପାଇଁ ଦଳର ଜିଲ୍ଲାସଭାପତି ସରୋଜ କର୍ଣ୍ଣ ପ୍ରଥମେ ଜିଉଦୟଗିରି ଏନ ଏସିର ପୂର୍ବତନ ନଗରପାଳ ସଂଜିବ ପାତ୍ର ଓ ତାଙ୍କ ପତ୍ନୀ ମିତା ରାଣୀ ପାତ୍ରଙ୍କୁ ଦଳରୁ ନିଲମ୍ବିତ କରିଥିଲେ,ଓ ମଙ୍ଗଳବାର ଫୁଲବାଣୀ ପୌରପରିଷଦର ୩ନମ୍ଵର ର ପୂର୍ବତନ କାଉନସିଲର ଭାଗବତ ବେହେରା ଓ ୧୦ ନମ୍ବର ପୂର୍ବତନ କାଉନସିଲର ଶ୍ରୀବତ୍ସ ବେହେରା କୁ ଦଳରୁ ନିଲମ୍ବିତ କରାଯାଇଛି।
ସେହିପରି ଆହୁରି ଅନେକ ବିଜେଡି ନେତା ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ଥିବା ଖବର ମିଳିଛି । ସେମାନେ ଦଳ କୁ ଭଲ ପାଇଛନ୍ତି ହେଲେ ନେତୃତ୍ଵକୁ କୁଆଡେ ଚ଼।ଲେଞ କରୁଥିବା କହୁଛନ୍ତି। ଦଳ ଟିକେଟ ଦେବାରେ କୁଆ ଡେ ଅଣଦେଖା କରିଛି ।
ଅଧ୍ଯକ୍ଷ ଓ କାଉନସିଲର ଟିକେଟ ପାଇଁ ଅନେକ ଆଶାୟୀ ଥିଲେ। ସେମାନଙ୍କୁ ଟିକେଟ ନମିଳିବା ଫଳରେ ଦଳରେ ଅନ୍ତର୍ଦ୍ବନ୍ଦ ଦେଖାଦେଇଥିଲା।
କିଛି ଆଶାୟି ଦଳୀୟ ନେତୃତ୍ଵକୁ ଚାଲେଞ୍ଜ କରି ସ୍ଵାଧୀନ ପ୍ରାର୍ଥୀଭାବେ ଖୋଲାଖୋଲି ଭାବେ ଲଢେଇ କରୁଥିବାବେଳେ ଅନେକ ନେତା ଓ କର୍ମୀ ତାଙ୍କର ପ୍ରିୟ ନେତାଙ୍କୁ ଟିକେଟ ନମିଳିବା ଫଳରେ ସେମାନେ ଅନ୍ୟ ଦଳର ପ୍ରାର୍ଥୀଙ୍କୁ ଭିତ୍ତିରିଆ ସମର୍ଥନ କରୁଛନ୍ତି। ଏନେଇ ଦଳୀୟ ହାଇକମାଣ୍ଡଙ୍କ ପାଖରେ ଖବର ବି ରହିଛି । ତେବେ ଫୁଲବାଣୀ ଓ ଜିଉଦୟଗିରିରେ ଦଳର ବିଜୟ ନେଇ କିଛିଟା ସନ୍ଦେହ ଥିବା ବେଳେ ବାଲିଗୁଡ଼ାରେ ଦଳର ସ୍ଥିତି ଏକ ନମ୍ବରରେ ରହିଛି ।
ଫୁଲ ବାଣୀ ଓ ଜି ଉଦୟଗିରିରେ ବିଜେଡି ଭଲ ଫଳପ୍ରଦର୍ଶନ ନ କଲେ ଦଳ ମୁଖିଆଙ୍କ ସଂଗଠନ ଆଉ ସମନ୍ଵୟ ର ଅଭାବ ବୋଲି କୁହାଯାଇପାରେ ।
ଫୁଲ ବାଣୀ ଓ ଜି.ଉଦୟଗିରିରେ ଦଳ ଅଧ୍ୟକ୍ଷ ପଦବୀ ସହ କାଉନସିଲର ପଦବୀ ପାଇଁ ଶେଷ ମୁହୁର୍ତ୍ତ ଯାଏ ସଂଘର୍ଷ କରୁଥିବା ମନେ ହୁଏ । ହେଲେ ଶେଷ ଗୋଟାଏ ଦିନରେ କିଛି ଗୋଟାଏ କରିସ୍ମା କରିବା ଚକରରେ ରହିଛି ଦଳ । ହେଲେ ଦଳ ୩ଟି ଯାକ ପୌରପରିଷଦ ଦଖଲ କରି ପୁର୍ବ ସ୍ଥିତି ବଜାୟ ରଖିବ କି ନାହିଁ ଭୋଟ ଗଣତି ପରେ ଜଣାପଡିବା
ତେବେ ପଞ୍ଚାୟତ ନିର୍ବାଚନ ରେ ଦଳ ସୁବିଧାରେ ବିଜୟ ହୋଇଥିବାବେଳେ ପୌର ନିର୍ବାଚନରେ ଶାସକ ବିଜେଡିକୁ ନାକେଦମ ହେବାକୁ ପଡିଛି ।
ହେଲେ ନିର୍ବାଚନ ଫଳାଫଳ ପରେ ପରିସ୍ଥିତିକୁ ଦେଖି ଆଉ କିଛି ଆଗ ଧାଡିର ନେତାଙ୍କୁସସ ପେଣ୍ଡ କରାଯିବ। ନେଇ ଶୁଣିବାକୁ ମି ଳିଛି ।
Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































