ଆଇନଜୀବୀଙ୍କ ନିମନ୍ତେ ଇ-ପାଠାଗାର ଉଦଘାଟିତ
କୋରାପୁଟ (ଉଲାପ୍ର) ଓଡିଶା ଉଚ୍ଚ ନ୍ୟାୟାଳୟର ମାନ୍ୟବର ମୁଖ୍ୟ ବିଚାରପତି ଡ଼କ୍ଟର ଜଷ୍ଟିସ ଏସ. ମୁରଲୀଧର ଏବଂ ଓଡିଶା ଉଚ୍ଚ ନ୍ୟାୟାଳୟର ଅନ୍ୟ ସମସ୍ତ ବିଚାରପତିଙ୍କ ଉପସ୍ଥିତିରେ କୋରାପୁଟ ଜିଲ୍ଲା ପାଇଁ ଦୁଇଗୋଟି ଇ -ପାଠାଗାର ଜୟପୁର ଓ କୋରାପୁଟ ଓକିଲ ସଂଘ କାର୍ଯ୍ୟାଳୟ ମଧ୍ୟରେ ଭିଡିଓ କନଫରେନସିଂ ମାଧ୍ୟମରେ ଉଦଘାଟିତ ହୋଇଯାଇଅଛି l ଏହି ଉଦଘାଟନୀ ଉତ୍ସବରେ ଜିଲ୍ଲା ଓ ଦୌରା ଜଜ, କୋରାପୁଟ -ଜୟପୁର ଶ୍ରୀଯୁକ୍ତ ସୌମେନ୍ଦ୍ର କୁମାର ରାଜଗୁରୁ, ଜିଲ୍ଲା ଓକିଲ ସଂଘ, ଜୟପୁରର ସଭାପତି ଶ୍ରୀଯୁକ୍ତ ସରୋଜ କୁମାର ଦାସ, ସମ୍ପାଦକ ଶ୍ରୀଯୁକ୍ତ ଆନନ୍ଦ ରଥଙ୍କ ସମେତ ଜିଲ୍ଲା ଓକିଲ ସଂଘ, ଜୟପୁରର ଅନ୍ୟ ସମସ୍ତ ସଭ୍ୟ ଓ ଆଇନଜୀବୀ ପ୍ରମୁଖ ଉପସ୍ଥିତ ଥିଲେ ଏତଦବ୍ୟତୀତ କୋରାପୁଟ ନ୍ୟାୟପାଳିକାର ଅନ୍ୟ ସମସ୍ତ ବିଚାରପତି ଯଥା ଭିଜିଲାସନ୍ସ ଜଜ ଶ୍ରୀଯୁକ୍ତ ରାଜେଶ ଏକ୍କା, ରେଜିଷ୍ଟ୍ରାର ଶ୍ରୀଯୁକ୍ତ ଶରତ କୁମାର ଜେନା ପରିବାର ଅଦାଲତ ଜଜ ଡ. ପବିତ୍ର ମୋହନ ସାମଲ, ଫାଷ୍ଟ ଟ୍ରାକ ସ୍ପେଶାଲ କୋର୍ଟ ଜଜ ଶ୍ରୀଯୁକ୍ତ ପ୍ରଦୀପ କୁମାର ସାସମଲ, ଅତିରିକ୍ତ ଜିଲ୍ଲା ଓ
ଦୌରା ଜଜ ଶ୍ରୀଯୁକ୍ତ ରାଜେଶ କୁମାର ନାୟର, ବରିଷ୍ଠ ଦେୱାନୀ ବିଚାରପତି ଏମଏସ ମୁସାରତ ଜହିନ, ଏସ. ଡି. ଜେ. ଏମ. ଶ୍ରୀମତୀ ରେଖାରାଣୀ ପଣ୍ଡା, ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଦଣ୍ଡାଧିକାରୀ ଶ୍ରୀ ଚରଣ କୁମାର ଜେନା ଯୋଗ ଦେଇଥିଲେ ଲ ଏତଦବ୍ୟତୀତ କୋରାପୁଟ ଓକିଲ ସଙ୍ଘ କାର୍ଯ୍ୟଳୟରେ ମଧ୍ୟ ଇ -ପାଠାଗାର ଉଦଘାଟିତ ହୋଇଯାଇଅଛି l ଏହି ଉଦଘାଟନ କାର୍ଯ୍ୟକ୍ରମରେ କୋରାପୁଟ ଓକିଲ ସଂଘ, କୋରାପୁଟର ସଭାପତି ଶ୍ରୀଯୁକ୍ତ ଅଜିତ କୁମାର ପାତ୍ର, ସମ୍ପାଦକ ଶ୍ରୀଯୁକ୍ତ ସୁନୀଲ କୁମାର ଜେନାଙ୍କ ସମେତ ସଂଘର ବହୁ ଆଇନଜୀବୀ ପ୍ରମୁଖ ଉପସ୍ଥିତ ଥିଲେ l ଏତଦବ୍ୟତୀତ କୋରାପୁଟର ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ ଶ୍ରୀଯୁକ୍ତ ମହାଲତ ସା, ବରିଷ୍ଠ ଦେୱାନୀ ବିଚାରପତି ଶ୍ରୀମତୀ ନିଶା ସାମଲ, ଉପଖଣ୍ଡ ବିଚାର ବିଭାଗୀୟ ଅଧିକାରୀ ଶ୍ରୀମତୀ ସୁନନ୍ଦା ପ୍ରଧାନ, ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଶ୍ରୀଯୁକ୍ତ ରୁଦ୍ର ପ୍ରକାଶ ନାୟକ, ସ୍ୱତନ୍ତ୍ର ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଶ୍ରୀଯୁକ୍ତ ଗୟାଧର ପାଣିଗ୍ରାହୀଙ୍କ ସମେତ କୋରାପୁଟ ଓ ଲମତାପୁଟ ଅଦାଲତର କର୍ମଚାରୀବୃନ୍ଦ ଉପସ୍ଥିତ ଥିଲେ l ଏହି ଇ -ପାଠାଗାର ମାଧ୍ୟମରେ ପ୍ରତ୍ୟେକ ପାଠାଗାରକୁ 2ଟି ଲେଖାଏଁ କମ୍ପୁଟର, ଇଣ୍ଟରନେଟ ସୁବିଧା ଓ ଆସବାବପତ୍ର ଯୋଗାଇ ଦିଆଯାଇଅଛି l ଏହି ଇ -ପାଠାଗାର ମାଧ୍ୟମରେ ଅଲ ଇଣ୍ଡିଆ ରିପୋର୍ଟ ଓ ମନୁ ପତ୍ର ଅନ ଲାଇନ ସେବା ମାଧ୍ୟମରେ ଉପଲବ୍ଧ ହୋଇପାରିବ l ଏହାଛଡା ଭାରତର ସର୍ବୋଚ୍ଚ ନ୍ୟାୟାଳୟ ଓ ସମସ୍ତ ଉଚ୍ଚ ନ୍ୟାୟାଳୟର ରାୟ ଗୁଡିକ ଏହି ଅନଲାଇନ ସେବା ମାଧ୍ୟମରେ ସହଜରେ ଉପଲବ୍ଧ ହୋଇପାରିବ l ଏହି ଭିଡ଼ିଓ କନଫରେନସିଂ କାର୍ଯ୍ୟକ୍ରମକୁ ଜିଲ୍ଲା ଅଦାଲତର ସିଷ୍ଟମ ଅଫିସର ଶ୍ରୀମାନ ରଜନୀକାନ୍ତ ଲିମା ଓ ସହଯୋଗୀ ଶ୍ରୀଯୁକ୍ତ ରାଜେଶ ସିଂ, ଶ୍ରୀମାନ ସନ୍ତୋଷ କୁମାର କନ୍ଧପାନ ପ୍ରମୁଖ ସୁଚାରୁରୂପେ ପରିଚାଳନା କରିଥିଲେ l ଏହି ସମସ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ଅଦାଲତର ନ୍ୟାୟାଳୟ ପରିଚାଳକ ଶ୍ରୀ ନିତ୍ୟାନନ୍ଦ ମହାନ୍ତି, ନାଜ଼ୀର ଏ. ରମେଶ କୁମାର, ନାଏବ ନାଜ଼ୀର ଶ୍ରୀ ଦେବେନ୍ଦ୍ର କୁମାର ନାୟକ, ମୁଖ୍ୟ କିରାଣୀ ଶ୍ରୀ ପ୍ରଦୀପ କୁମାର ମିଶ୍ର ପରିଚାଳନା କରିଥିଲେ l
Odia 










































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































