କୋର୍ଟ ପରିସରରେ ଇ ଲାଇବ୍ରେରୀ ଉଦଘାଟିତ
ଫୁଲବାଣୀ (ଉଲାପ୍ର) ଓଡ଼ିଶାର ୩୦ ଟି ଜିଲ୍ଲାରେ ଇ ଲାଇବ୍ରେCରୀ ଉଦଘାଟିତ ହୋଇଯାଇଛି।ସେହିପରି କନ୍ଧମାଳ ଜିଲ୍ଲାର ଫୁଲବାଣୀ ଆଇନଜୀବୀ ସଂଘର ଇ-ଲାଇବ୍ରେରୀର ଶୁଭ ଉଦଘାଟନ ଓଡିଶା ଉଚ୍ଚନ୍ୟାୟାଳୟର ମାନ୍ୟବର ମୁଖ୍ୟ ବିଚାରପତି ଡଃ ଏସ୍. ମୁରଲୀଧର ଆଜି ସକାଳ ୯.୩୦ ମି. ସମୟରେ ଆଭାଷୀ (ଭରଚୁର୍ଆଲ) ଜରିଆରେ କରିଛନ୍ତି । ଫୁଲବାଣୀ କୋର୍ଟ ପରିସରରେ ସଭାପତି ସିଧେଶ୍ୱର ଦାସ ଓ ସମ୍ପାଦକ ଅଜିତ କୁମାର ପଟ୍ଟନାୟକଙ୍କ ସମେତ ଓକିଲ ସଂଘର ସମସ୍ତ ସଦସ୍ୟ ମାନେ ଉପସ୍ଥିତ ଥିଲେ । ସାରା ଓଡ଼ିଶାରେ ସ୍ଥାପିତ ହୋଇଥବା ଏହି ଇ-ଲାଇବ୍ରେରୀ ଆଇନଜୀବୀ ମାନଙ୍କ ପାଇଁ ଏକ ଯୁଗାନ୍ତକାରୀ ପଦକ୍ଷେପ ଏଥିରେ ସନସ୍ତ ଆଇନଜୀବୀ ଉପକୃତ ହେବେ ବୋଲି ମୂଖ୍ୟ ବିଚାରପତି ନିଜ ଅଭିଭାଷଣରେ କହିଥିଲେ। ହାଇକୋର୍ଟ ଲାଇବ୍ରେରୀ କମିଟିର ହୋଇଥିବା ଏହି ଉଦଘାଟନୀ ସମାରୋହରେ ହାଇକୋର୍ଟ ରେଜିଷ୍ଟାର ଦ୍ବାରା ସମସ୍ତ ଆଇନଗତ ତଥ୍ୟ, ଦେଶ ବିଦେଶର ବିଚାରଧାରା, କୋର୍ଟର ନିର୍ଣ୍ଣୟ ଆଇନ ପୁସ୍ତକ ଇତ୍ୟାଦି ଓକିଲ ଓ ମହକିଲ ମାନେ ବିଶେଷ ଉପକୃତ ହେବେ ବୋଲି କହିଥିଲେ।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































