ନବରଙ୍ଗପୁର ଜିଲ୍ଲା କୋଡ଼ିଗାଁ ଠାରେ ଓଡିଶା ମିଲେଟ ମିଶନ ତରଫରୁ ସ୍ଵୟଂ ସହାୟକ ଗୋଷ୍ଟି ଦ୍ଵାରା “ମିଲେଟ ଶକ୍ତି ଟିଫିନ୍ ସେଣ୍ଟର” ଉଦ୍ଘାଟିତ
__________________ ନବରଙ୍ଗପୁର(ଉ.ଲା.ପ୍ର)/ ତା.୨୩.୦୩ : ସେଚ୍ଛାସେବି ଅନୁଷ୍ଠାନ “ଆର.ସି. ଡି.ସି” ଓ ଓଡ଼ିଶା ମିଲେଟ୍ ମିଶନ ସହୟତାରେ କସ୍ତୁରବା ସ୍ଵୟଂ ସହାୟକ ଗୋଷ୍ଟି , କୋଡ଼ିଙ୍ଗା ମିଳିତ ପ୍ରୟାସରେ କୋଡ଼ିଙ୍ଗା ଠାରେ ମିଲେଟ ଶକ୍ତି ଟିଫିନ୍ ସେଣ୍ଟର୍ ଉଦଘାଟିତ ହୋଇଯାଇଛି । ଉପସ୍ଥିତ ଥିବା ଅତିଥି ମାନଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ଜଳନ କରାଯାଇ କାଜ୍ୟକ୍ରମକୁ ଫିତା କାଟି ଉଦଘାଟନ କରାଯାଇଥିଲା। ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଡକ୍ଟର ଆଶିଷ କୁମାର ସାହୁ ଯୋଗଦେଇ ସ୍ଵଂୟ ସହାୟକ ଗୋଷ୍ଠୀ ମାଧ୍ୟମରେ ନବରଙ୍ଗପୁର ଜିଲ୍ଲାରେ ପ୍ରଥମ ଥର ପାଇଁ ଆରମ୍ଭ କରାଯାଇଥିବା ମିଲଟ ଶକ୍ତି ଟିଫିନ୍ ସେଣ୍ଟର୍ ନିଶ୍ଚୟ ଭାବେ ଅନ୍ୟ ଅଞ୍ଚଳ ପାଇ ଆଦର୍ଶ ହେବା ସହ ଆର୍ଥିକ ଉନ୍ନତିର ବାଟ ଦେଖାଇବା ସହ ସଭ୍ୟମାନେ ସ୍ୱାବଲମ୍ବୀ ହୋଇପାରିବେ ବୋଲି କହିଥିଲେ। ଏହାପରେ ସିଡ଼ିପିଓ ଶ୍ରୀମତୀ ଗୀତାଞ୍ଜଳୀ ମହାରଣା କସ୍ତୁରବା ସ୍ଵଂୟ ସହାୟକ ଗୋଷ୍ଟିର ସଭ୍ୟା ମାନଙ୍କ ପ୍ରୟସକୁ ଭୂରି ଭୂରି ପ୍ରଶଂସା କରିବା ସହ ସଫଳତା କାମନା କରିଥିଲେ । ମିଶନ ଶକ୍ତି ପ୍ରକଳ୍ପର ନବରଙ୍ଗପୁର ଜିଲ୍ଲା ପ୍ରକଳ୍ପ ସଂଯୋଜକ ଶ୍ରୀ ହର୍ଷାନନ୍ଦ ପ୍ରଧାନ ମିଲଟ ଚାଷ, ବଜାରି ସୁବିଧା ସହ ସରକାରୀ ସହାୟତା ବିଷୟରେ ଆଲୋକପାତ କରିଥିଲେ । ଏହି ଅଞ୍ଚଳର ଅଗ୍ରଣୀ ଚାଷୀ ଶ୍ରୀ ଶଙ୍କର ପ୍ରସାଦ ପଟ୍ଟନାୟକ ନିଜର ଅନୁଭୁତି ଓ ଅନୁଭବକୁ କହିବା ସହ ମାଣ୍ଡିଆ ଖାଦ୍ୟ ବିବିଧ ଉପକାର ବିଷୟରେ
ଆଲୋଚନା କରିଥିଲେ । ୱାସନ୍ ସଂସ୍ଥାର ଜିଲ୍ଲା ସଂଯୋଜକ ଶ୍ରୀ ମନୋଜ କୁମାର ମାଗଲି ମିଲଟ ଖାଦ୍ୟର ଉପକାରିତା ଓ ଖାଦ୍ୟସାର ଉପରେ ସୂଚନା ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଆରସିଡ଼ିସି ମିଲଟ ମିଶନ ପ୍ରକଳ୍ପର କୋଷଗୁମୁଡ଼ା ବ୍ଲକ ସଂଯୋଜକ ଶ୍ରୀ କୈଳାସ ମହାପାତ୍ର ସ୍ବାଗତ ଭାଷଣ ଦେବା ସହ ସଂଯୋଜନା କରିଥିଲେ ଏବଂ ଅତିରିକ୍ତ ବ୍ଲକ ସଂଯୋଜିକା ଶ୍ରୀମତୀ ସ୍ନେହାଞ୍ଜଳି ସ୍ୱାଇଁ ଧନ୍ୟବାଦ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମକୁ ଆରସିଡିସି ତରଫରୁ ଶ୍ରୀ ବୁଲୁ ଲେଙ୍କା, ଭଗବାନ ଭାତ୍ରା, ଦେବେନ୍ଦ୍ର ଗୌଡ଼, ଅଭିମନ୍ୟୁ ଗୌଡ଼ ସହ କଷ୍ଟୁରବା ସ୍ଵୟଂ ସହାୟକ ଗୋଷ୍ଟିର ସଭାପତି ଶ୍ରୀମତୀ ବୈଦୀ ଭାତ୍ରା, ସମ୍ପାଦିକା ଦାଇମତି ହରିଜନ ସହିତ ସମସ୍ତ ସଭ୍ୟା ମାନେ ସାହାର୍ଯ୍ୟ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ୮୦ ଜଣରୁ ଅଧିକ ସଭ୍ୟା ଉପସ୍ଥିତ ଥିଲେ।
Odia 











































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































