ବିଶ୍ୱନାଥ ବିଦ୍ୟାପୀଠ କଡରେ ଥିବା ସରକାରୀ ଜମିକୁ ଜବରଦଖଲ କାରୀଙ୍କ ଠାରୁ ହଟାଯିବ,ନିର୍ଦେଶ ଦେଲେ ହାଇକୋର୍ଟ
ଆଠଗଡ(ଉଲାପ୍ର)ଆଠଗଡ ବିଶ୍ୱନାଥ ବିଦ୍ୟାପୀଠ କଡରେ ଥିବା ଖାତା ନମ୍ବର ୭୮୮,ପ୍ଲଟ ନମ୍ବର ୨୦୩୭ ସରକାରୀ ଜମିକୁ ଜବରଦଖଲ କାରୀଙ୍କ ନିକଟରୁ ହଟାଯିବ ବୋଲି ନିର୍ଦେଶ ଦେଇଛନ୍ତି ମାନ୍ୟବର ହାଇକୋର୍ଟ,ଏହିଠାରେ ଏକ ରାସ୍ତାଥିଲା ଯୋଉ ରାସ୍ତା ବିଶ୍ୱନାଥ ବିଦ୍ୟାପୀଠ ପାଚେରୀ କଡରେ ଯାଇ ବିଷ୍ଣୁ ପ୍ରସାଦ ବାରିକଙ୍କ ଘର ନିକଟରେ ବାହାରିଥିଲା,ଏହି ରାସ୍ତାକୁ ମାଡି ବସି କିଛି ଯୁବକ କ୍ଲବ ଘରକରି ଭଡା ଲଗାଇଥିଲେ,ଆଠଗଡ ର ଆଇନଜୀବୀ ସୁପ୍ରଭା ଦୋରା ଏ ସମ୍ପର୍କରେ ହାଇକୋର୍ଟରେ ଏକ ଜନ ସ୍ବାର୍ଥ ମାମଲା ଆଠଗଡ ତହସିଲଦାର ଓ କଟକ ଜିଲାପାଳ ଙ୍କୁ ପକ୍ଷ କରି ରୁଜୁ କରିବା ପରେ ମାନ୍ୟବର ହାଇକୋର୍ଟର ବିଚାରପତି ବିଶ୍ୱନାଥ ରଥ ଏକ ସିଙ୍ଗଲ ବେଞ୍ଚ ରେ ଭରଚୁଆଲ ମାଧ୍ୟମରେ ବିଚାରକରି ଏହି ସରକାରୀ ଜମିରୁ ଜବରଦଖଲ କାରୀଙ୍କୁ ହଟାଇବା ପାଇଁ ନିର୍ଦେଶ ଦେଇଛନ୍ତି।ଯାହା ଫଳରେ ଏହିଠାରେ ଥିବା ଏକ ରାସ୍ତା ସର୍ବସାଧାରଣଙ୍କ ପାଇଁ ବିଶେଷ ସହାୟକ ହେବ।ତୁରନ୍ତ ଆଠଗଡ ତହସିଲଦାର ଏ ସମ୍ପର୍କରେ ପଦକ୍ଷେପ ନେଇ ଜବରଦଖଲ ହଟାଇବା ପାଇଁ ମାନ୍ୟବର ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି।
Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































