ପଦ୍ମପୁରରେ ଶ୍ରୀମତୀ ସାବିତ୍ରୀ ବାଗ୍ ପୌରାଧ୍ୟକ୍ଷା ନିର୍ବାଚିତ
ବରଗଡ଼:- ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦରେ ବିଜୁ ଜନତା ଦଳ ର ଶ୍ରୀମତୀ ସାବିତ୍ରୀ ବାଗ ପୌରାଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଛିନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ଭାଜପାର ରଞ୍ଜୁ ସେଠୀଙ୍କୁ ୬୬୨ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି । ସାବିତ୍ରୀଙ୍କୁ ୪୭୩୭ ଭୋଟ ମିଳିଥିବାବେଳେ ରଞ୍ଜୁଙ୍କୁ ୪୦୭୫ ଖଣ୍ଡ ଭୋଟ ମିଳିଛି। ଏଠାରେ କଂଗ୍ରେସ ପ୍ରାର୍ଥୀ ନିରୁପମା ସେଠ ସ୍ବାଧୀନ ପ୍ରାର୍ଥୀଙ୍କଠାରୁ ମଧ୍ୟ ପଛରେ ଅମାନତ ହରାଇଛନ୍ତି। କଂଗ୍ରେସ ପ୍ରାର୍ଥୀଙ୍କୁ ୧୬୦ ଖଣ୍ଡ ଭୋଟ ମିଳିଥିବା ବେଳେ ସ୍ବାଧୀନ ପ୍ରାର୍ଥୀ ଉପମା ଗୁର୍ଲା ୧୯୩ ଖଣ୍ଡ ଭୋଟ ପାଇଛନ୍ତି।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































