ବିଜେପୁରରେ ବିଜେଡିର ସୀତା ବାରିକ ପ୍ରଥମ ଅଧକ୍ଷା
ବରଗଡ଼:-ବରଗଡ଼ ଜିଲା ବିଜେପୁରରେ ବିଜେଡି ବାଜିମାତ କରିଛି। ଦଳୀୟ ଅଧ୍ୟକ୍ଷା ପ୍ରାର୍ଥିନୀ ସୀତା ବାରିକ ବିଜୟୀ ହୋଇଛନ୍ତି। ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାଜପାର ପଦ୍ମାବତୀ ଦେହେରୀଙ୍କୁ ୬୪୧ ଖଣ୍ଡ ଭୋଟ ବ୍ୟବଧାନରେ ହରାଇଛନ୍ତି। ସୀତାଙ୍କୁ ୩୮୧୬ ଭୋଟ ମିଳିଥିବା ବେଳେ ପଦ୍ମାବତୀ ୩୧୭୫ ଖଣ୍ଡ ଭୋଟ ପାଇଛନ୍ତି। ପ୍ରଥମଥର ପାଇଁ ଏଠାରେ ବିଜ୍ଞାପିତ ଅଞ୍ଚଳ ପରିଷଦ ର ପ୍ରଥମ ନିର୍ବାଚନ ହୋଇଥିବା ବେଳେ ଏଥିରେ ବିଜେଡିର ବିଜୟକୁ ନେଇ ଦଳୀୟ କର୍ମୀମାନେ ବେଶ୍ ଉତ୍ସାହିତ ଅଛନ୍ତି।
Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































