ବରପାଲି ଅଧ୍ୟକ୍ଷ ହେଲେ ଦିନେଶ ଗହୀର
ବରଗଡ଼:-ବରଗଡ଼ ଜିଲ୍ଲା ବରପାଲି ବିଜ୍ଞାପିତ ଅଞ୍ଚଳ ପରିଷଦ ର ଅଧ୍ୟକ୍ଷ ପପଦବୀରେ ସ୍ବାଧୀନ ପ୍ରାର୍ଥୀ ଦିନେଶ ଗହୀର ବିଜୟୀ ହୋଇଛନ୍ତି । ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେଡିର ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀଙ୍କୁ ୧୫୭୩ ଭୋଟ ବ୍ୟବଧାନରେ ହରାଇଛନ୍ତି। ଦିନେଶଙ୍କୁ ୬୦୦୦ ଭୋଟ ମିଳିଥିବାବେଳେ ପ୍ରଦ୍ୟୁମ୍ନଙ୍କୁ ୪୪୨୭ ଖଣ୍ଡ ଭୋଟ ମିଳିଛି। ସେହିପରି ଭାଜପା ପ୍ରାର୍ଥୀ ଅଜିତ କୁମାର ଦାଶଙ୍କୁ ୭୪୩ ଏବଂ କଂଗ୍ରେସ ପ୍ରାର୍ଥୀ ଅଭିଷେକ ସେଠଙ୍କୁ ୩୩୭ ଖଣ୍ଡ ଭୋଟ ମିଳିଛି। ଏହି ଆସନ ପାଇଁ ୨ମନ୍ତ୍ରୀ ନିରଞ୍ଜନ ପୂଜାରୀ ଏବଂ ସୁଶାନ୍ତ ସିଂ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଥିବା ସତ୍ତ୍ବେ ସ୍ବାଧୀନ ପ୍ରାର୍ଥୀଙ୍କଠାରୁ ବିଜେଡି ପ୍ରାର୍ଥୀ ପରାଜୟ ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































