ନବ ନିର୍ବାଚିତ ପୈାର ପରିଷଦ ଅଧ୍ୟକ୍ଷା ଦାୟିତ୍ଵ ଗ୍ରହଣ କଲେ
ବରଗଡ଼ (ସତ୍ୟ ନାରାୟଣ ପ୍ରଧାନ)
ବରଗଡ଼ ପୈାର ପରିଷଦ ର ନୂତନ ପୈାରାଧକ୍ଷା ଭାବେ ଶ୍ରୀମତୀ କଳ୍ପନା ମାଝୀ ଆଜି ତାଙ୍କ ଦାୟିତ୍ଵ ଗ୍ରହଣ କରିଛନ୍ତି। ଆଜି ସକାଳୁ ସେ ବରଗଡ଼ ର ଗ୍ରାମ୍ୟ ଦେବୀ ମାଁ ସମଲେଶ୍ଵରୀ ଙ୍କ ମନ୍ଦିରରୁ ଆଶିର୍ବାଦ ଗ୍ରହଣ କରି ପୈାର ପରିଷଦ କାର୍ଯ୍ୟାଳୟରେ ପହଞ୍ଚି ଶପଥ ପାଠ ସହ ଦାୟିତ୍ଵ ଗ୍ରହଣ କରିଥିଲେ। ତାଙ୍କ ସହ ୧୯ ଜଣ ନବ ନିର୍ବାଚିତ କାଉନସିଲର ମଧ୍ୟ ଶପଥ ପାଠ କରିଥିଲେ। କାର୍ଯ୍ୟ ନିର୍ବାହୀ ଅଧିକାରୀ ନାରାୟଣ ଦଣ୍ଡସେନା ପୈାରାଧକ୍ଷାଙ୍କ ସମେତ ସମସ୍ତ କାଉନସିଲର ଙ୍କୁ ନିର୍ବାଚିତ ପ୍ରମାଣ ପତ୍ର ବାଣ୍ଟିବା ସହ ଶପଥ ପାଠ କରାଇଥିଲେ। ଏହି ଅବସରରେ ପୈାର ପରିଷଦ କର୍ମଚାରୀ ମାନଙ୍କ ପକ୍ଷରୁ ପୈାରାଧକ୍ଷାଙ୍କୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା।
Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































