ପୌର ଉପାଧ୍ଯକ୍ଷ ପଦବୀ ପାଇଁ ଲବୀ ରାଜେନ୍ଦ୍ର ପାଢୀଙ୍କ ନାଁଚର୍ଚାର ଆଗରେ
ଫୁଲବାଣୀ(ଉଲାପ୍ର)
ପୌରଅଧ୍ୟକ୍ଷ ନିର୍ବାଚନ ଫଳାଫଳ ଘୋଷଣା ହେବାପରେ ଏବେ ପୌର ଉପାଧ୍ୟକ୍ଷ ପାଇଁ ନିର୍ବାଚିତ କାଉନସିଲର ମାନଙ୍କ ମଧ୍ୟରେ ଲବୀ ଆରମ୍ଭ ହୋଇଯାଇଛି ।। ପୌର ନିର୍ବାଚନରେକନ୍ଧମାଳ ଜିଲ୍ଲାର ଫୁଲବାଣୀ ମୁନସିପାଲଟି ବିଜେପି ହାତେଇବାପରେ ଉପାଧକ୍ଷ ପଦବୀ ହାତଛଡ଼ା କରିବାକୁ ଚାହୁନି ବିଜେଡି ।
ତେବେ ଫୁଲ ବାଣୀରେ ୧୩ କାଉନସିଲର ମଧ୍ୟ ରୁ ବିଜେଡି ୭ ଟି ରେ ବିଜୟୀ ହୋଇଥିବାବେଳେ ବିଜେପି ୪ ଓ ସ୍ଵାଧୀନ ପ୍ରାର୍ଥୀ ୨ଜଣ ବିଜୟୀ ହୋଇଛନ୍ତି ।
ତେବେ ଫୁଲବାଣୀ ମୁନିସପାଲଟିରେ ବିଜେଡି ପକ୍ଷରୁ ରାଜେନ୍ଦ୍ର ପାଢୀ ଉପାଧ୍ୟକ୍ଷ ଲବୀରେ ଆଗରେ ଅଛନ୍ତି ।
ଅଧ୍ୟକ୍ଷା ପଦବୀ ମହିଳାଙ୍କ ପାଇଁ ସଂରକ୍ଷଣ ଥିବାରୁ ଉପା ଧ୍ଯକ୍ଷ ପଦବୀ ପୁରୁଷକୁ କରିବାଲାଗି ଦଳର ବରୀଷ୍ଠ ନେତାମାନେ ଚାହୁଁଛନ୍ତି । ରାଜେନ୍ଦ୍ର ଜଣେ ଦଳର ପୁରୁଖା ଓ ଶୃଙ୍ଖଳୀତ କର୍ମୀ ମଧ୍ୟ । ଜିଲ୍ଲା ସଭାପତି ସରୋଜ କର୍ଣ୍ଣ,ନଗରବିଜେଡି ସଭାପତି ସୁଧୀର କହରଙ୍କ ସମେତ ମନ୍ତ୍ରୀ, ସାଂସଦ ଓ ଜିଲ୍ଲାପ୍ରଭାରୀ ଦାୟୀତ୍ଵରେ ଥିବା ମନ୍ତ୍ରୀ ପ୍ରତାପ କୁମାର ଜେନାଙ୍କ ସହ ତାଙ୍କର ସୁସମ୍ପର୍କ ମଧ୍ୟ ରହିଛି । ସେ ଜଣେ ଉଚ୍ଚଶିକ୍ଷିତମଧ୍ଯ। ତାଙ୍କ ସପକ୍ଷରେ କିଛି କାଉନସିଲର ମଧ୍ଯ ଅଛନ୍ତି ।
ଏସବୁ ଦୃଷ୍ଟିରୁ ରାଜେନ୍ଦ୍ର ପାଢୀ ପାଢୀ ହିଁ ଉପାଧକ୍ଷ ପ୍ରାର୍ଥୀ ପାଇଁ ଯୋଗ୍ୟ ବୋଲି ସବୁଆଡ଼େ ଚର୍ଚା ହେଉଛି । ଅନ୍ୟପଟରେ କିଛି ଅନୁସୂଚିତ ଜାତିର ମହିଳା ଓ ପୁରୁଷ କାଉନସିଲର , ମାନେ ମଧ୍ୟ ଉପାଧ୍ୟକ୍ଷ ଦୌଡ଼ରେ ଅଛନ୍ତି । ବିଜେଡିରୁ ଟିକେଟ ନ ପାଇ ସ୍ଵାଧୀନ ଭାବେ ନିର୍ବାଚିତ ହୋଇଥିବା ୧୦ନମ୍ଵର କାଉନସିଲର ଶ୍ରୀବତ୍ସ ବେହେରା ମଧ୍ୟ କୁଆଡେ ଲବୀରେ ଅଛନ୍ତି । ଏପରି ସ୍ଥଳେ ଦଳ କାହାକୁ ବାଛିବ ତାହା ଆଗକୁ ଜଣାପଡିବ ।
ତେବେ କିଏ ପୌରପରିଷଦରେ ଉପାଧକ୍ଷ ହେବେ ତାହା ଆଗକୁ ଜଣାପଡିବ ।
ଆସନ୍ତା ୭ ତାରିଖରେ ଉପାଧ୍ଯକ୍ଷ ପଦବୀ ପାଇଁ
ନିର୍ବାଚନ ହେବ।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































