ବିଜେପୁର ଏନଏସି ଅଧ୍ୟକ୍ଷା ଦାୟିତ୍ୱ ନେଲେ
ବରଗଡ଼ (ସତ୍ୟ ନାରାୟଣ ପ୍ରଧାନ)
ବିଜେପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ପ୍ରଥମ ଅଧକ୍ଷା ଭାବେ ସୀତା ବାରିକ ଦାୟିତ୍ଵ ଗ୍ରହଣ କରିଛନ୍ତି। ତାଙ୍କ ସହ ନବ ନିର୍ବାଚିତ ସମସ୍ତ କାଉନସିଲର ମଧ୍ୟ ଶପଥ ପାଠ କରିଛନ୍ତ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ପ୍ରଥମ ଥର ନିର୍ବାଚନ ହୋଇଥିବା ବେଳେ ଅଧକ୍ଷା ଆସନକୁ ବିଜେଡି ଦଖଲ କରିଥିଲା। ବିଜେପୁର ଜଗନ୍ନାଥ ମନ୍ଦିର ପରିସରରେ ପୂଜାର୍ଚ୍ଚନା କରି ଶୋଭା ଯାତ୍ରାରେ ବାହାରି ବିଜେପୁର ସହର ପରିକ୍ରମା କରିବା ପରେ ବିଜେପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଫିସ ରେ ପହଞ୍ଚି ଥିଲେ। ବିଜେପୁର କାର୍ଯ୍ୟନିର୍ବାହୀ ଅଧିକାରୀ ରାଜେଶ କୁମାର ଏକ୍କା ସମସ୍ତ ଙ୍କୁ ସ୍ୱାଗତ କରିବା ସହ ଦାଇତ୍ୱ ହସ୍ତାନ୍ତର କରିଥିଲେ ।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































