ଯୁବତୀଅପହରଣ ଅଭିଯୋଗରେ ଅଭିଯୁକ୍ତ କୁ ଜେଲ୍ ଓ ଜୋରିମାନା
ଫୁଲବାଣୀ (ସୁନୀଲ ପଟନାୟକ )
ଗୁରୁବାର ଫୁଲବାଣୀ ଫାଷ୍ଟ ଟ୍ରାକ କୋର୍ଟ ର ବିଚାରପତି ଭାସ୍କର ଚନ୍ଦ୍ର ସାହୁ ଏକ ଯୁବତୀ ଅପହରଣ ଓ ବେଆଇନ ଅଟକ ରଖିବା ମାମଲା ର ସାଖ୍ୟ ପ୍ରମାଣ ଆଧାରରେ ଅଭିଯୁକ୍ତ କୁ ୩ ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହ ଦଶ ହଜ଼ାର ଜୋରିମାନା ଆଦେଶ ଦେଇଛନ୍ତି l
ସୂଚନା ଯୋଗ୍ୟ ଯେ, ଗତ ୧୧- ୦୩- ୨୦ ତାରିଖରେ ଫିରିଙ୍ଗିଆ ଥାନାରେ ଜଣେ ଯୁବତୀଙ୍କ ଏତଲା ଆଧାରରେ ଫିରିଙ୍ଗିଆ ଥାନା କେଶ୍ ନମ୍ବର ୨୨ / ୨୦ ରୁଜ୍ଜୁ ହୋଇଥିଲା।
ଗୋଛାପଡା ଥାନା ଅନ୍ତର୍ଗତ ସଲାଗୁଡା ଗ୍ରାମର ପ୍ରଶାନ୍ତ କୁମାର ମହାକୁଡ଼ ନାମକ ଜଣେ ଯୁବକ ଅଭିଯୋଗକାରିଣୀ ଯୁବତୀଙ୍କୁ ତାଙ୍କ ଘର ଲୋକଙ୍କ ଅନୁପସ୍ଥିତିର ସୁଯୋଗ ନେଇ ଯୋର ଜବରଦସ୍ତ ଅପହରଣ କରି ନେଇଥିଲେ ଓ ତାଙ୍କ ଘରେ ଦୁଇମାସ ପର୍ଯ୍ୟନ୍ତ ଅଟକ ରଖି ବିବାହ ପ୍ରତିଶ୍ରୁତି ଦେଇ ଶାରିରୀକ ସମ୍ପର୍କ ରଖିଥିଲେ ମଧ୍ୟ ପରେ ତାଙ୍କୁ ବିବାହ ନ କରି ଛାଡ଼ି ଦେଇଥିଲେ। ଯୁବତୀ ଜଣକ କିଛି ଦିନ ଅପେକ୍ଷା କରିଥିଲେ ମଧ୍ୟ ଯୁବକ ଫେରିନଥିଲେ । ଏଣୁଏନେଇ ଯୁବତୀ ଏକ ମାମଲା ଦାଏର କରିଥିଲେ।
ଯୁବତୀଙ୍କ ଅଭିଯୋଗ ଆଧାରରେ ପୋଲିସ ଯୁବକଙ୍କ ବିରୋଧ ରେ ମାମଲା ରୁଜୁ କରିଥିଲା l
ଗୁରୁବାର ଏହି ଘଟଣାର ବିଚାର କରି ସ୍ଥାନୀୟ ଫାଷ୍ଟ ଟ୍ରାକ କୋର୍ଟର ମାନ୍ୟବର ଅତିରିକ୍ତ ଦୈ।ରା ଜଜ୍ ଭାସ୍କର ଚନ୍ଦ୍ର ସାହୁ ଦୋଷୀ ଯୁବକଙ୍କୁ ଦଫା ୩୬୬/ ୩୪୪ଧାରା ରେ ଦଣ୍ଡିତ କରିଛନ୍ତି।
ଦଫା ୩୬୬ ରେ ୩ ବର୍ଷ ଜେଲଦଣ୍ଡ ସହ ଦଶ ହଜାର ଟଙ୍କା ଜୋରିମାନାସାଙ୍ଗକୁ ଜୋରିମାନା ଅନାଦେୟ ଅଧିକ ତିନି ମାସ ଜେଲଦଣ୍ଡ ଏବଂ ଦଫା ୩୪୪ ରେ ଏକବର୍ଷ ଜେଲଦଣ୍ଡ ସହିତ ପାଞ୍ଚ ହଜାର ଟଙ୍କା ଜୋରିମାନା ଅନାଦେୟ ଅଧିକ ଏକମାସ ଜେଲଦଣ୍ଡ ଶୁଣାଇଛନ୍ତି।
ସରକାରଙ୍କ ପକ୍ଷରୁ ସ୍ଵତନ୍ତ୍ର ସାଧାରଣ ଅଭିଯୋଜକ ବିଜୟକୃଷ୍ଣ ପଟ୍ଟନାୟକ ମାମଲା ପରିଚାଳନା କରୁଥିଲେ।
Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































