କିଏହେବ ବାଲିଗୁଡା ଏନ ଏ ସି ଉପାଧ୍ୟକ୍ଷା ? ରଶ୍ମିତା ପାଢ଼ୀ ଆଗରେ
ଫୁଲବାଣୀ (ସୁନୀଲ ପଟନାୟକ )
ପୌରନିର୍ବାଚନ ଫଳାଫଳ ଘୋଷଣା ପରେ ଏବେ ବାଲିଗୁଡା ଏନ ଏ ସି ରେ କାଉନସିଲର ମାନେ ନିଜ ସମର୍ଥକଙ୍କୁ ଧରି ଏନ ଏ ସି ଉପାଧ୍ୟକ୍ଷା ପଦବୀ ହାତେଇବା ପାଇଁ ରେସ ରେ ଅଛନ୍ତି l ଚଳିତ ନିର୍ବାଚନରେ ସିଧା ସଳଖ ଅଧକ୍ଷ ପଦବୀ ନିର୍ବାଚନ ହୋଇଥିଲା ବିଜୁ ଜନତା ଦଳ ଅଧକ୍ଷ ପଦବୀ ହାତେଇବା ସହିତ ୧ ୩ ଗୋଟି କାଉନସିଲର ମଧ୍ୟରୁ ବିଜେଡି ୧୧ ଗୋଟି ସିଟ ହାତେଇବାରେ ସଫଳ ହୋଇଥିବା ବେଳେ କଂଗ୍ରେସ ମାତ୍ର ଦୁଇଟି ସିଟ ପାଇଛି ଆଉ ବିଜେପି ଖାତା ଖୋଲି ପାରିଲାନି l ଅଧ୍ୟକ୍ଷ ପୁରୁଷ ହୋଇଥବା ଦୃଷ୍ଟିରୁ ଜଣେ ମହିଳା ଙ୍କୁ ବିଜେଡି ଉପାଧ୍ୟକ୍ଷା ଆସନ ରେ ବସାଇବାକୁ ଚାହୁଁଚି l
ଉପାଧ୍ୟକ୍ଷ ପଦବୀ ମଧ୍ୟ ବିଜେଡି ହାତକୁ ଯିବ ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ ତେବେ କିଏ ହେବ ବାଲିଗୁଡା ଏନ ଏ ସି ର ଉପାଧ୍ୟକ୍ଷl ଆଉ ଦଳ କାହାଉପରେ ଆସ୍ଥା ପ୍ରକଟ କରିବ ତାହା ଜଣାପଡ଼ିନଥିଲେ ବି ପୂର୍ବତନ ଅଧ୍ୟକ୍ଷା ତଥା ବରିଷ୍ଠ ବିଜେଡି ନେତା ଲୋକ ନାଥ ପାଢ଼ୀ ଙ୍କ ପତ୍ନୀ ରଶ୍ମିତା ପାଢ଼ୀ ଙ୍କୁ ଉପାଧ୍ୟକ୍ଷା ପଦବୀ ରେ ବସାଇବା ଲାଗି ଦଳିୟ ନେତା ଓ ବିଧାୟକ ଚାହୁଁଥିବା ଶୁଣିବାକୁ ମିଳୁଛି l
ଲୋକନାଥ ଙ୍କ
ଦଳ ପ୍ରତି ରହିଥିବା ଆନୁଗତ୍ୟ,ସ୍ଥାନୀୟ ନେତା ଓ ମନ୍ତ୍ରୀ ଙ୍କ ପ୍ରତି ସୁ ସମ୍ପର୍କ, ସାଙ୍ଗଠନିକ ଦକ୍ଷତା, ଅଭିଜ୍ଞତା କୁ ବିଚାର କୁ ନେଇ ପୂର୍ବତନ ଅଧ୍ୟକ୍ଷ ଲୋକନାଥ ପାଢ଼ୀ ଙ୍କ ପତ୍ନୀ ରଶ୍ମିତା ପାଢ଼ୀ ଙ୍କୁ
ଉପାଧ୍ୟକ୍ଷା ଆସନ ରେ ବସାଇବା ନେଇ ସୂତ୍ରରୁ ଜଣାପଡିଛି l ୮ ନମ୍ବର ୱାର୍ଡର କାଉନସିଲର ପାର୍ଥୀ ରଶ୍ମିତା ପାଢ଼ୀବହୁମତ ପାଇ ନିକଟତମ ପ୍ରତିଦ୍ବନ୍ଦୀ କଂଗ୍ରେସ ପ୍ରାର୍ଥି ଙ୍କୁ ବହୁ ଭୋଟ ବ୍ୟବଧାନ ରେ ପରାସ୍ତ କରି ବିଜୟୀ ହୋଇଛନ୍ତି l
ଉପାଧ୍ୟାକ୍ଷା ଦୌଡ଼ରେ ପୂର୍ବତନ ଏନ ୫ ନମ୍ବର ୱାର୍ଡର କାଉନସିଲର ଶାନ୍ତିକୁମାରୀ ନାୟକ ମଧ୍ୟ କୁଆଡେ ଦୌଡରେ ଅଛନ୍ତି l
l ପୂର୍ଵତନ ଅ ଧ୍ୟକ୍ଷ ଲୋକନାଥ ପାଢ଼ୀ ବାଲିଗୁଡା ସହର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟକରି ଥିଲେ ଏବଂ କରୋନା ସମୟରେ ପ୍ରଶାସନ ସହ ମିଶି ଦିନରାତି ଲୋକଙ୍କୁ ସେବା ଯୋଗାଇଥିଲେ lଫଳରେ ରଶ୍ମିତା ଙ୍କପଲ୍ଲା ଭାରି ଥିବା କୁହାଯାଉଛି l
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































