ସନ୍ତୋଷ ହେଲେ ଜି ଉଦୟଗିରି ଏନଏସି ଉପାଧ୍ଯକ୍ଷ
ଫୁଲବାଣୀ-(ସୁନୀଲପଟନାୟକ )
ବହୁ ପ୍ରତିକ୍ଷିତ ପୌରଉପାଧ୍ଯକ୍ଷ ନିର୍ବାଚନ ଶେଷ ହୋଇଛି । ସବୁ ପ୍ରତିକ୍ଷାର ଅନ୍ତ ଘଟିଛି । ଜିଲ୍ଲାର କେଉଁଠିକିଏ ହେବ ଉପାଧ୍ଯକ୍ଷ ତାକୁ ନେଇ ୨୬ତାରିଖ ଭୋଟ ଗଣତି ପରଠାରୁ ଚର୍ଚାମଧ୍ୟ ଯୋର ଧରିଥିଲା।
ଆଜି ଜି. ଉଦୟଗିରି ଏନ ଏ ସି ଉପାଧକ୍ଷ ଭାବେ ବିଜେଡି ନେତା ତଥା ଯୁବ କାଉନସିଲରସନ୍ତୋଷ ବାଘ ଙ୍କୁ ଦଳ ଉପାଧ୍ୟକ୍ଷ ପଦବୀରେ ବସାଇଛି l ସନ୍ତୋଷ ଜଣେ ଦକ୍ଷଯୁବ ସଂଗଠକ ମଧ୍ୟl ପ୍ରଶାନ୍ତ ଙ୍କ ଭଦ୍ରଓ ଅମାୟିକ ବ୍ୟବହାର ସମସ୍ତ ନେତା ଓ ଯୁବ କର୍ମୀଙ୍କୁ ଏକତାର ସୁତ୍ର ରେ ବାନ୍ଧି ରଖିଛି lସେ ବିଭିନ୍ନ ସମୟରେ ଗଠନମୂଳକ ପରାମର୍ଶ ଦେବା ସହ ସହରବାସୀଙ୍କ ସ୍ଵାର୍ଥ ସହ ଜଡିତଦାବୀ ଗୁଡିକ ସଠିକ ଢ଼ଙ୍ଗରେ ଉପସ୍ଥାପନ କରିପାରିବେବୋଲି ଭାବି ସମସ୍ତ କାଉନସିଲର ଏକ ମନ ଏକ ପ୍ରାଣ ହୋଇ ସନ୍ତୋଷ କୁପୂର୍ଣ୍ଣ ସମର୍ଥନ କରିଥିଲେ l ଫଳରେ ସେ ବିଜୟୀ ହୋଇଥିଲେ l ସେହିପରି ତାଙ୍କୁସ୍ଥାନୀୟ ବିଧାୟକ, ପୋୖରାଧ୍ୟକ୍ଷା, ଓ ଦଳୀୟ ନେତା ମାନେ ଚାହୁଁଥିଲେ l
ବିଜେଡି ସଂଗଠନ ଅଧିକ ଶକ୍ତିଶାଳୀ ଯେପରି ହେବ ସେଥିପ୍ରତିନିଷ୍ଠା ଓ ଆନ୍ତରୀକତାର ସହ କାର୍ଯ୍ୟ କରି ଆସୁଥିଲେ ସେ । ବିଜୟୀ ହେବାପରେ ସହରର ଜନସାଧାରଣଙ୍କ ସାମୁହିକ ବିକାଶସଙ୍ଗେ ମହିଳାମାନଙ୍କ ସାମାଜିକ ଓ ଅର୍ଥନୈତିକ ବିକାଶମୋର ପ୍ରଥମ କାର୍ଯ୍ୟ ହେବ ବୋଲି ନବନିର୍ବାଚିତ ଉପାଧ୍ଯକ୍ଷ ସନ୍ତୋଷ କୁମାର ବାଘ କହିଛନ୍ତି।ବିଜୟୀ ହେବାପରେ ଦଳ ର ସଂସଦ, ମନ୍ତ୍ରୀ ତଥା ପ୍ରଭାରୀ ପ୍ରତାପ ଜେନା, ମନ୍ତ୍ରୀ ପଦ୍ମନାଭ ବେହେରା, ବିଧାୟକ ସାଲୁଗା ପ୍ରଧାନ ସହ ପ୍ରଭାରୀ କିଶୋର ମେହର ଓ ସମସ୍ତ ଦଳି ୟ ନେତା ଓ ଜନସାଧାରଣ ଙ୍କୁ କୃତଜ୍ଞତା ଜଣାଇଛନ୍ତି l
ନିର୍ବାଚନ କୁ ନେଇ କାଳେ କେଉଁଠି ଗଣ୍ଡଗୋଳ ହେଵସେଥିପାଇଂ ଜି ଉଦୟଗିରି ଏନଏସି କାର୍ଯ୍ୟାଳୟ ରେ ପୋଲିସ ପକ୍ଷରୁ କଡା ସୁରକ୍ଷାଗ୍ରହଣ କରାଯାଇଥିଲା l
ବିଜୟୀ ହେଲାପରେ ପ୍ରଶାନ୍ତ ଙ୍କ ନିକଟ କୁ ସୂବେଛl ର ସୁଅ ଛୁଟିଛି l
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































