ପାୟଲ ହେଲେ ଫୁଲବାଣୀ ମୁନିସିପାଲିଟି ଉପାଧ୍ଯକ୍ଷା
ଫୁଲବାଣୀ(ସୁନୀଲପଟନାୟକ )
ବହୁ ପ୍ରତିକ୍ଷିତ ପୌରଉପାଧ୍ଯକ୍ଷ ନିର୍ବାଚନ ଶେଷ ହୋଇଛି । ସବୁ ପ୍ରତିକ୍ଷାର ଅନ୍ତ ଘଟିଛି । ଜିଲ୍ଲାର କେଉଁଠିକିଏ ହେବ ଉପାଧ୍ଯକ୍ଷ ତାକୁ ନେଇ ୨୬ତାରିଖ ଭୋଟ ଗଣତି ପରଠାରୁ ଚର୍ଚାମଧ୍ୟ ଯୋର ଧରିଥିଲା।
ଆଜି ଫୁଲବାଣୀ ମୁନିସପାଲଟିର ଉପାଧକ୍ଷା ଭାବେ ମହିଳା ବିଜେଡି ନେତ୍ରୀ ପାୟଲ ବେହେରା ତଥା ୯ ନମ୍ବର କାଉନସିଲର ଙ୍କୁ ଦଳ ଉପାଧ୍ୟକ୍ଷl ପଦବୀରେ ବସାଇଛି l ପୌରାଧ୍ଯକ୍ଷା ବିଜେପିର ହୋଇଥିବା ହେତୁ ପାୟଲ ହିଁ ବିଭିନ୍ନ ସମୟରେ ଗଠନମୂଳକ ପରାମର୍ଶ ଦେବା ସହ ସହରବାସୀଙ୍କ ସ୍ଵାର୍ଥ ସହ ଜଡିତଦାବୀ ଗୁଡିକ ସଠିକ ଢ଼ଙ୍ଗରେ ଉପସ୍ଥାପନ କରିପାରିବେବୋଲି ଭାବି ସମସ୍ତ କାଉନସିଲର ଏକ ମନ ଏକ ପ୍ରାଣ ହୋଇ ପୂର୍ଣ୍ଣ ସମର୍ଥନ କରିଥିଲେ l
ଏ ସବୁ ଦୃଷ୍ଟିକୁ ବିଚାରକୁ ନେଇ ଦଳପାୟଲ ଙ୍କୁ ଉପାଧକ୍ଷl କରିଥିବା ଜଣା ପଡିଛି । ପାୟଲ ସର୍ବାଧିକ ୧୧୦୦ ରୁ ଉର୍ଦ୍ଧ୍ଵ ଭୋଟ ବ୍ୟବଧାନରେ ବିଜୟୀ ହେବା ସହ ଦଳର ଅଧ୍ୟକ୍ଷା ପ୍ରାର୍ଥୀଙ୍କୁ ଅଧିକ । ସମର୍ଥନ ଦେଇ ସମ୍ମାନଜନକ ସ୍ଥିତିରେ ପହଞ୍ଚାଇଥିଲେ।ସେ ଜଣେ ଦକ୍ଷ ସଂଗଠିକା ମଧ୍ୟ । ସେ ଘର କୋଣରେ ନ ରହି ମହିଳାମାନଙ୍କ ସ୍ଵାର୍ଥରକ୍ଷା ସହ ସାମୁହୀକ ବିକାଶ କରିବାଲାଗି ଆଗେଇ ଆସିଥିଲେ । ବିଜେଡି ମହିଳା ସଂଗଠନ ଅଧିକ ଶକ୍ତିଶାଳୀ ଯେପରି ହେବ ସେଥିପ୍ରତିନିଷ୍ଠା ଓ ଆନ୍ତରୀକତାର ସହ କାର୍ଯ୍ୟ କରି ଆସୁଥିଲେ । ତାଙ୍କ ସ୍ଵାମୀ ମଧ୍ୟ ବିଜେଡିରଜଣେ ଭଲ ସଂଗଠକ । ସମସ୍ତ କାଉନ ସିଲରମାନଙ୍କ ସମର୍ଥନ ମଧ୍ୟ ପାୟଲ ଙ୍କ ପ୍ରତି ରହିଥିଲା, ଏଥି ସହ ଦୁଇ ଜଣ ସ୍ଵାଧୀନ କାଉନସିଲର ମଧ୍ୟ ପାୟଲ ଙ୍କୁ ସମର୍ଥନ ଦେଇଥିଲେ ।ବିଜୟୀ ହେବାପରେ ସହରର ଜନସାଧାରଣଙ୍କ ସାମୁହିକ ବିକାଶସଙ୍ଗେ ମହିଳାମାନଙ୍କ ସାମାଜିକ ଓ ଅର୍ଥନୈତିକ ବିକାଶମୋର ପ୍ରଥମ କାର୍ଯ୍ୟ ହେବ ବୋଲି ନବନିର୍ବାଚିତ ଉପାଧ୍ଯକ୍ଷ ।ପାୟଲ ବେହେରା କହିଛନ୍ତି।ବିଜୟୀ ହେବାପରେ ପାୟଲ ଦଳ ର ସଂସଦ, ମନ୍ତ୍ରୀ ତଥା ପ୍ରଭାରୀ ପ୍ରତାପ ଜେନା, ମନ୍ତ୍ରୀ ପଦ୍ମନାଭ ବେହେରା, ବିଧାୟକ ଅଙ୍ଗଦ କହଁର ଓ ସମସ୍ତ ଦଳି ୟ ନେତା ଓ ଜନସାଧାରଣ ଙ୍କୁ କୃତଜ୍ଞତା ଜଣାଇଛନ୍ତି l
ନିର୍ବାଚନ ସମୟରେ ଫୁଲବାଣୀ ରେ ନଗର ଉନ୍ନ ୟନ୍ନ ତଥା ପଞ୍ଚାୟତରାଜ ମନ୍ତ୍ରୀ ତଥା କନ୍ଧମାଳ ପ୍ରଭାରୀ ପ୍ରତାପ ଜେନା ଉପସ୍ଥିତ ଥିଲେ l
ତେଵେ ଦଳ କୁଆଡେ ୮ ନମ୍ବର କାଉନସିଲର ରାଜେନ୍ଦ୍ର ପାଢ଼ୀ କୁ ଚାହୁଁଥିଲା, ତେଵେ ସମସ୍ତ କାଉନସିଲର ଙ୍କ ରାଜେନ୍ଦ୍ରଙ୍କ ପ୍ରତି ସମର୍ଥନ ନଥିବା ରୁ ଶେଷ ମୁହୁର୍ତରେ ପ୍ରତିଦ୍ବନ୍ଦିତା ରୁ ଓ ହରି ଯାଇଥିଲେl ବିଜେପି ପ୍ରାର୍ଥୀ ରମେଶ ମହାନ୍ତି ପ୍ରତିଦ୍ବନ୍ଦିତା କରି ପରାଜିତ ହୋଇଥିଲେ l
ନିର୍ବାଚନ କୁ ନେଇ କାଳେ କେଉଁଠି ଗଣ୍ଡଗୋଳ ହେଵସେଥିପାଇଁ ଫୁଲବାଣୀ ମୁନିସିପାଲିଟିକାର୍ଯ୍ୟାଳୟ ରେ ପୋଲିସ ପକ୍ଷରୁ କଡା ସୁରକ୍ଷାଗ୍ରହଣ କରାଯାଇଥିଲା l
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































