ନରସିଂହପୁର ରେ ମାଳ ମାଳ ନକଲି ଶିକ୍ଷକ, ସବୁ ଜାଣି ଚୁପ ଶିକ୍ଷାବିଭାଗ,ପୂର୍ବତନ ଗଣଶିକ୍ଷା ମନ୍ତ୍ରୀ ଦେବୀ ମିଶ୍ର ଙ୍କର ଅଞ୍ଚଳରୁ ଆସିଛି ଏହି ସାଙ୍ଘାତିକ ତଥ୍ୟ
ନରସିଂହପୁର(ଉଲାପ୍ର)ରାଜ୍ୟରେ ଜାଲ୍ ପ୍ରମାଣ ପତ୍ର ଦେଇ ଅନେକ ଶିକ୍ଷକ ଶିକ୍ଷକତା କରୁଥିବା ବେଳେ ଏବେ ନରସିଂହପୁର ବ୍ଲକ ରେ ପ୍ରାୟ ୨୫ ରୁ ଉର୍ଦ୍ଧ୍ବ ଶିକ୍ଷକ ଜାଲ ପ୍ରମାଣ ପତ୍ର ଦେଇ ଚାକିରୀ କରୁଥିବାର ସୂଚନା ଅଧିକାର ଆଇନି ବଳ ରେ ଦେଖିବାକୁ ମିଳିଛି। ଏହା ଜଣାପଡ଼ିବା ପରେ ଏବେ ଚିନ୍ତାରେ ନରସିଂହପୁରବାସୀ ଏବଂ ବିପଦରେ କୁନି କୁନି ପିଲା ମାନଙ୍କ ଭବିଷ୍ୟତ।
ପୁର୍ବତନ ମନ୍ତ୍ରୀ ତଥା ବିଜେଡ଼ିର ପାୱାର କରିଡର ର ଜଣେ ପାୱାର ଫୁଲ ପୂର୍ବତନ ମନ୍ତ୍ରୀ ତଥା ଦଳର ଜଣେ ବରିଷ୍ଠ ବିଧାୟକ ଶ୍ରୀଯୁକ୍ତ ଦେବୀ ପ୍ରସାଦ ମିଶ୍ର ଙ୍କର ନିର୍ବାଚନ ମଣ୍ଡଳୀ ରୁ ଆସିଛି ରୋଚକ ତଥ୍ୟ। ନରସିଂହପୁରରେ ଶିକ୍ଷା ବିଭାଗ ରେ ପଡିଛି ନକଲି ଛାପ। ଏବଂ ନରସିଂହପୁର ଅଞ୍ଚଳରେ ମାଳ ମାଳ ନକଲି ଶିକ୍ଷକ। ନରସିଂହପୁର ବ୍ଲକର ବିଭିନ୍ନ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲରେ ପାଠପଢାଉଛନ୍ତି ୨୦ରୁ ଉର୍ଦ୍ଧ୍ବ ନକଲି ଶିକ୍ଷକ। ଅନ୍ଧାର ରେ ପିଲାଙ୍କ ଭବିଷ୍ୟତ । ନରସିଂହପୁର ଅଞ୍ଚଳର କଳ୍ପବାସୀ ବେହେରା ନାମକ ଜଣେ ବ୍ୟକ୍ତି ସୂଚନା ଅଧିକାର ଆଇନି ବଳ ରେ କଟକ ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ନରସିଂହପୁର ମଣ୍ଡଳ ଶିକ୍ଷା ଅଧିକାରୀଙ୍କ ଅଧୀନରେ ୨୦ରୁ ଉର୍ଦ୍ଧ୍ବ ବ୍ଯକ୍ତି ଆଜକୁ ୨୫ ବର୍ଷ ରୁ ଉର୍ଦ୍ଧ୍ବ ସମୟ ଧରି ଶିକ୍ଷକ ଭାବେ ନରସିଂହପୁର ବ୍ଲକ ର ବିଭିନ୍ନ ସରକାରୀ ବିଦ୍ୟାଳୟ ରେ ନିଯୁକ୍ତି ପାଇଛନ୍ତି। ପ୍ରକୃତ ରେ ଏହି ବ୍ଯକ୍ତି ମାନେ ଓବିସି OBC ସମ୍ପ୍ରଦାୟର କିନ୍ତୁ ଅତି ଚଲାଖ ର ସହ ନିଜକୁୁ ST (ସିଡୁଲ ଟାଇବ) ଦର୍ଶାଇ ଶିକ୍ଷକ ଭାବେ ନିଯୁକ୍ତି ପାଇଛନ୍ତି ଓ ସରକାର ଙ୍କ ର ବିପୁଳ ପରିମାଣର ଅର୍ଥରାଶିକୁ ହଡପ କରି ଚାଲିଛନ୍ତି. ଯାହାର ଚିତ୍ର ସ୍କିନ ମାଧ୍ୟମ ରେ ଆମେ ଦେଖାଉଛୁ। ବିଭୁତି ଭୂଷଣ ବେହେରା , ବଟକୃଷ୍ଣ ବେହେରା, ଶ୍ରୀଧର ବେହେରା, ବିଜୟିନୀ ବେହେରା। ଏ ସମ୍ବଧିୟ ୨୦୨୦ ମସିହା ଜାନୁୟାରୀ ୪ ତାରିଖରେ ମଗା ଯାଇଥିବା ରିପୋର୍ଟ ରେ ଏ ସମସ୍ତେ OBC କାଟାଗୋରି ର ବୋଲି ସୂଚନା ମିଳିଛି। ୧୯୯୪,୧୯୯୫,୧୯୯୬ ଓ ୧୯୯୭ ମସିହାର ସେଟେଲମେଣ୍ଟ ରେକର୍ଡ ଅନୁଯାୟୀ ଏମାନଙ୍କ ର ଜାତି ହେଉଛି ଭିଣା/ ତୁଳାଭିଣା, ତଥା ଏମାନଙ୍କ ର ଜନ୍ମ ଗତ ଜାତି ହେଉଛି ଭିଣା, କିନ୍ତୁ ଏକ ଜାଲ କାରସାତି କରି ୧୯୯୫,୨୦୦୭ ଓ ୨୦୦୯ ମସିହାରେ କୋଳି ଜାତି ର ଏକ ଜାତି ଗତ ପ୍ରମାଣ ପତ୍ର ବାହାର କରିଥିଲେ। ଅନ୍ୟପଟେ ନରସିଂହପୁର ତହସିଲଦାର ସୂଚନା ଅଧିକାର ଆଇନି ବଳ ରେ ମଗା ଯାଇଥିବା ସୂଚନା ପ୍ରଦାନ ସମୟରେ କହିଛନ୍ତି ଯେ ଉକ୍ତ ବ୍ଯକ୍ତି ମାନେ ପ୍ରକୃତ ରେ ଭିଣା ବା ତୁଳାଭିଣା ଜାତି ର କିନ୍ତୁ କୋଳି ଜାତି ର ନୁହଁନ୍ତି। ଯାହାକୁ ନେଇ ବଢିଛି ଦ୍ଵନ୍ଦ। ତେବେ ଏ ସମ୍ପର୍କରେ ଆମେ ନରସିଂହପୁର ବ୍ଲକ ଶିକ୍ଷା ଅଧିକାରୀ ଙ୍କ ସହ କଥା ହେବାରୁ ସେ କହିଛନ୍ତି ଆମ ପାଖକୁ ଯାହା ରିପୋର୍ଟ ଆସିଛି ଆମେ ଉପରିସ୍ଥ ଅଧିକାରୀଙ୍କ ନିକଟକୁ ପଠାଇଛୁ ତଦନ୍ତ ଜିଲ୍ଲା ଶିକ୍ଷା ଅଧିକାରୀ କରିବେ କହି କଥା କୁ ଏଡାଇ ଦେଇଛନ୍ତି।ନ ତେବେ ଆଜିକୁ ପ୍ରାୟ ୨୫ ରୁ ଉର୍ଦ୍ଧ୍ବ ବର୍ଷ ଧରି ଏମାନେ ଶିକ୍ଷକତା କରୁଛନ୍ତି ତାହା ପୁଣି ଜାଲ ଜାତିଗତ ପ୍ରମାଣପତ୍ର ଦେଇ। ଅନ୍ୟପଟେ ଏହି ଜାଲ ଜାତି ଗତ ପ୍ରମାଣ ପତ୍ର ଦାଖଲ କରି ସେମାନେ ନରସିଂହପୁର ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନ ରେ ମଧ୍ୟ ପ୍ରଶିକ୍ଷଣ ନେଇଛନ୍ତି ଯାହାର ଶିକ୍ଷା ଅଧ୍ୟୟନ ପରେ ମଧ୍ୟ ତାଙ୍କୁ ପ୍ରମାଣ ପତ୍ର ମିଳିସାରିଛି। ପୁନର୍ବାର ସେହି ଜାତି ଗତ ପ୍ରମାଣ ପତ୍ର ଦାଖଲ କରି ନରସିଂହପୁର ମଣ୍ଡଳ ଶିକ୍ଷା ଅଧିକାରୀଙ୍କ ଅଧୀନରେ ଆଜକୁ ଦୀର୍ଘ ବର୍ଷ ହେବ ଶିକ୍ଷକ ଭାବେ ନିଯୁକ୍ତି ପାଇଛନ୍ତି। ଏ ସମ୍ପର୍କରେ ନରସିଂହପୁର ବ୍ଲକ ଶିକ୍ଷା ଅଧିକାରୀ, ଜିଲ୍ଲା ଶିକ୍ଷା ଅଧିକାରୀ , ଅଧ୍ୟକ୍ଷ ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନ
ନରସିଂହପୁର, ନରସିଂହପୁର ତହସିଲଦାର ଙ୍କ ସମେତ ସମସ୍ତ ଉଚ୍ଚ ପଦାଧିକାରୀ ସମସ୍ତେ ଜାଣି ମଧ୍ୟ କୌଣସି ପ୍ରକାର ର କାର୍ଯ୍ୟ ପ୍ରକ୍ରିୟା ତ୍ୱରାନ୍ୱିତ କରା ନଯିବା ନେଇ ସନ୍ଦେହ ଉପୁଜିଛି। ପୁର୍ବରୁ ମଧ୍ୟ ଏନେଇ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ ହେବା ପରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଥିଲା। ମାତ୍ର ମାସ ପରେ ମାସ ବିତିଥିଲେ ସୁଦ୍ଧା ଏମାନଙ୍କୁ ଚିହ୍ନଟ କରି ପାରୁନାହାଁନ୍ତି ନରସିଂହପୁର ବ୍ଲକ ଶିକ୍ଷା ଅଧିକାରୀ। ତେବେ ଏଠାରେ ପ୍ରଶ୍ନ ଉଠୁଛି ଏଭଳି ନକଲି ଶିକ୍ଷକଙ୍କୁ ନରସିଂହପୁର ବ୍ଲକ ଶିକ୍ଷା
ଅଧିକାରୀ ସୁରକ୍ଷା ଦେଉଛନ୍ତି କାହିଁକି ? ପୂର୍ବତନ ଗଣଶିକ୍ଷା ମନ୍ତ୍ରୀ ଦେବୀ ମିଶ୍ର ଦେଉଛନ୍ତି କି ସୁରକ୍ଷା ? ନକଲି ସାର୍ ଙ୍କ ଉପରେ କେବେ ହେବ କାର୍ଯ୍ୟାନୁଷ୍ଠାନ ? ଏହାର ଏକ ଉଚ୍ଚସ୍ତରୀୟ ତଦନ୍ତ କରି ନରସିଂହପୁର ତହସିଲ ଅଫିସ ରୁ ଏହି ଜାଲ ପ୍ରମାଣ ପତ୍ର ଦେଇଥିବା ବ୍ଯକ୍ତି ମାନଙ୍କୁ କିପରି ଭାବରେ ST ବୋଲି ଜାତିଗତ ପ୍ରମାଣ ପତ୍ର ପ୍ରଦାନ କରିଥିଲା ଏବଂ ଉକ୍ତ ଜାତି ଗତ ପ୍ରମାଣ ପତ୍ର ର ବର୍ତ୍ତମାନ ର ପ୍ରମାଣ କଣ ? ତାହା ତଦନ୍ତକରି ସ୍ପଷ୍ଟ କରାଯାଉବୋଲି ସାଧାରଣ ଓ ବୁଦ୍ଧିଜୀବୀ ମହଲ ରେ ଦାବି ପ୍ରକାଶ ପାଇଛି।
Odia 










































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































