ସାମ୍ବାଦିକ ସୁରକ୍ଷା ଆଇନି ପ୍ରଣୟନ ପାଇଁ ଦାବି
ନରସିଂହପୁର(ଉଲାପ୍ର)ବାଲେଶ୍ଵର ଜିଲ୍ଲା ନୀଳଗିରିରେ କର୍ତବ୍ୟରତ ସମ୍ବାଦ ଓ କନକ ନ୍ୟୁଜର ସାମ୍ବାଦିକ ଲୋକନାଥ ଦଳେଇଙ୍କୁ ଗିରଫ ଓ ଗୋଡ଼ରେ ବେଡ଼ି ପକାଇବା ଘଟଣା ରେ ନୀଳଗିରି ଆଇଆଇସି ଙ୍କୁ ନିଲମ୍ବିତ କରିବା ଦାବି ଓ ଗଣମାଧ୍ୟମର ପ୍ରତିନିଧି ମାନଙ୍କ ଉପରେ ମରଣାନ୍ତକ ଆକ୍ରମଣ ପ୍ରତିବାଦ ଓ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରିବା ନେଇ ଆଜି ତହସିଲଦାର ଙ୍କୁ ମହାମହିମ ରାଜ୍ୟପାଳ ଙ୍କ ଉଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଗଣମାଧ୍ୟମ ପ୍ରତିନିଧି ମାନେ ନିଷ୍ଠାର ସହ କାର୍ଯ୍ୟ କରୁଥିବା ବେଳେ କିଛି ଅସାମାଜିକ ଲୋକେ ସାମ୍ବାଦିକ ମାନଙ୍କୁ ଆକ୍ରମଣ କରିଚାଲିଛନ୍ତି ଯାହାକି ସ୍ପଷ୍ଟ ଦିବାଲୋକରେ କିଛି ସ୍ଥାନ ରେ ପୋଲିସ ଉପସ୍ଥିତରେ ମଧ୍ୟ ଏହିପରି ହେଉଚି। ଗଣତନ୍ତ୍ର ରେ ସମସ୍ତ ଙ୍କୁ ସୁରକ୍ଷା ଦେଉଥିବା ବେଳେ ଗଣତନ୍ତ୍ରର ଜାଗ୍ରତ ପ୍ରହରୀ ଗଣମାଧ୍ୟମ ଉପରେ ଅତ୍ୟାଚାର ଗଣତନ୍ତ୍ର ପ୍ରତି ଅତ୍ୟନ୍ତ ବିପଦଜନକ । କାର୍ଯ୍ୟରତ ସମସ୍ତ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସୁରକ୍ଷା ଏବଂ ଆକ୍ରମଣ କାରୀଙ୍କୁ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସାମ୍ବାଦିକ ଙ୍କୁ ସୁରକ୍ଷା ପାଇଁ ଏକ ନିୟମ କାର୍ଯ୍ୟକାରୀ କଲେ ଗଣମାଧ୍ୟମର ପ୍ରତିନିଧି ମାନଙ୍କ ନିଷ୍ଠାର କାର୍ଯ୍ୟକୁ ଅଧିକ ସାମର୍ଥ୍ୟ ଯୋଗାଇବ।
Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































