ନରସିଂହପୁରରେ ବ୍ଲକ୍ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ଯୋଗଦେଲେ ନାସା ବୈଜ୍ଞାନିକ ଦୀପକ କରଣ
ନରସିଂହପୁର(ଉଲାପ୍ର)ନରସିଂହପୁରସ୍ଥିତ ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନ ନିକଟରେ ଆଜି ବ୍ଲକ ସ୍ତରୀୟ ବିଜ୍ଞାନମେଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ନରସିଂହପୁର ଅଞ୍ଚଳର ବିଭିନ୍ନ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ବିଭିନ୍ନ ଛାତ୍ର ଛାତ୍ରୀ ମାନେ ବିଭିନ୍ନ ପ୍ରକାର ପ୍ରକଳ୍ପ କୁ ପଦର୍ଶନ କରିଥିଲେ। ବରିଷ୍ଠ ବିଭାଗରେ ରେଗେଡା ବିଶ୍ବନାଥ ବିଦ୍ୟାପୀଠ ସୁଶୀଲ ଦେହୁରୀ ପ୍ରଥମ ହୋଇଥିବା ବେଳେ ଜିପି ହାଇସ୍କୁଲ ବାସେଳିହତା ର ଛାତ୍ରୀ ସାଇ ସ୍ମୃତି ସିଂ ଦ୍ବିତୀୟ ଏବଂ କମଳାଡ଼ିହ ଚିନ୍ତାମଣି ସରକାରୀ ହାଇସ୍କୁଲ ର ଛାତ୍ର ସୌମ୍ୟ ରଞ୍ଜନ ସାହୁ ତୃତୀୟ ହୋଇଛନ୍ତି। ଏବଂ କନିଷ୍ଠ ବିଭାଗରେ ଓଲବ ସରକାରୀ ହାଇସ୍କୁଲର ଛାତ୍ରୀ ଶୋଭା ପ୍ରଧାନ ପ୍ରଥମ ହୋଇଥିବା ବେଳେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ର ଛାତ୍ର ଜ୍ୟୋତିରଞ୍ଜନ ଶତପଥୀ ଏବଂ ପାଇକ ବାରବାଟୀ ଦକ୍ଷିଣକାଳୀ ସରକାରୀ ହାଇସ୍କୁଲ ର ଛାତ୍ରୀ ସ୍ମୃତିରଖା ନାୟକ, ସୋୟଂ ଶ୍ରୀ ପ୍ରତିହାରୀ ଯୁଗ୍ମ ଦ୍ବିତୀୟ ହୋଇଥିବା ବେଳେ ଜେମାଦେଇପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ର ସୌମ୍ୟ କାନ୍ଥ ପ୍ରଧାନ ତୃତୀୟ ହୋଇଛନ୍ତି। ଏଥିରେ ମୁଖ୍ୟ ଅତିଥି ଭାବେ କଟକ ଜିଲ୍ଲା ପରିଷଦ ସଭାପତି ଶ୍ରୀଯୁକ୍ତ କିଶୋର ଚନ୍ଦ୍ର ମିଶ୍ର ଙ୍କ ଦ୍ବାରା ଉଦଘାଟିତ ହୋଇଥିଲା । ସମ୍ମାନିତୟ ଅତିଥି ଭାବେ ନରସିଂହପୁର ପଞ୍ଚାୟତ ସମତିର ଅଧକ୍ଷା ଶ୍ରୀମତୀ ସସ୍ମିତା ଜେନା, ଶ୍ରୀଯୁକ୍ତ ପ୍ରଦୀପ କୁମାର ସାହୁ, ମଣ୍ଡଳ ଗୋଷ୍ଠୀ ଉନ୍ନୟନ ଅଧିକାରୀ ନରସିଂହପୁର, ଶ୍ରୀଯୁକ୍ତ ନାରାୟଣ ନାୟକ , ଉପାଧ୍ୟକ୍ଷ, ନରସିଂହପୁର ପଞ୍ଚାୟତ ସମତି,ଶ୍ରୀମତୀ ଗୀତାଞ୍ଜଳି ପାତ୍ର, ଜିଲ୍ଲାପରିଷଦ ସଭ୍ୟା (ଜୋନ୍-୧୭),ଶ୍ରୀଯୁକ୍ତ ଗୟାଧର ସାହୁ, ସରପଞ୍ଚ, ପାଇକପଡାପାଟଣା,ଶ୍ରୀମତୀ ଜୟନ୍ତୀ ବେହେରା,ସମିତିସଭ୍ୟ, ପାଇକପଡାପାଟଣା, ମୁଖ୍ୟବକ୍ତା ଭାବେ ଡଃ. ଦିପକ କୁମାର କରଣ, ଯୁବ ବୈଜ୍ଞାନୀକ, ନାସା, ଶ୍ରୀଯୁକ୍ତ ଅରବିନ୍ଦ ଆଚାର୍ଯ୍ୟ, ଅଧ୍ୟକ୍ଷ, ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନ କଟକ, ଶ୍ରୀମତୀ ଅର୍ଜନା ମଞ୍ଜରୀ ଦାଶ, ଏଲ ବିଇଓ ଶ୍ରୀମତୀ ସରୋଜା ନଳିନୀ ସାହୁ, ଏବିଇଓ ଶ୍ରୀଯୁକ୍ତ ପ୍ରଫୁଲ୍ଲ ବେହେରା ଉପସ୍ଥିତ ଥିଲେ। ଏବଂ ସଭା ଶେଷ ରେ ଶ୍ରୀଯୁକ୍ତ ରବିନ୍ଦ୍ର ନାଥ ପ୍ରଧାନ, ମଣ୍ଡଳ ଶିକ୍ଷା ଅଧିକାରୀ, ନରସିଂହପୁର ଧନ୍ୟବାଦ ଅର୍ପଣ କରିଥିଲେ।
Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































