ଢେଙ୍କାନାଳ ପୌରାଧକ୍ଷାଙ୍କ ଘର ଆଗରେ ରାତିଅଧରେ ଫୁଟିଲା ବୋମା
-ଢେଙ୍କାନାଳ(ଉଲାପ୍ର)ଢେଙ୍କାନାଳ ପୌର-ପରିଷଦର ନବ ନିର୍ବାଚିତ ପୌରାଧ୍ୟକ୍ଷା ଜୟନ୍ତୀ ପାତ୍ରଙ୍କ ଘର ଉପରକୁ ବୋମାମାଡ କରାଯାଇଛି l ଗତକାଲି ରାତି ୧ ଟା ୩୬ ମିନିଟ ସମୟରେ ହୋଇଛି ଏହି ବୋମାମାଡ। ସିସିଟିଭି ଫୁଟେଜ ରେ ହସ୍ତଗତ ହୋଇଛି ବୋମା ମାଡ଼ର ଦୃଶ୍ୟ l ଏହି ବୋମା ମାଡ ଏତେ ଭୟଙ୍କର ଥିଲାଯେ ତାର ପ୍ରଭାବରେ ଘର ବାହାରକୁ ଥିବା ପାଚେରୀର କିଛି ଅଂଶ ଭାଙ୍ଗି ଖସି ପଡିବା ସହିତ ପାଚେରୀ ଭିତରେପଟରେ ଥିବା ଦୁଇଚକିଆ ଯାନ କ୍ଷୟକ୍ଷତି ହୋଇଛି। ବୋମାମାଡ କରି ଦୃର୍ବୃତ୍ତ ଫେରାର ହୋଇ ଯାଇଛନ୍ତି।
କୌଣସି ଧନଜୀବନ କ୍ଷୟକ୍ଷତି ହୋଇନଥିବା ଜଣାପଡିଛି। କେହି ଦୁର୍ବୁତ୍ତ ଜାଣିଶୁଣି ଭୟଭୀତ କରିବା ଉର୍ଦେଶ୍ୟରେ ଏଭଳି କାଣ୍ଡ ଘଟାଇଥିବା ସନ୍ଦେହ କରାଯାଉଛି।
ପୂର୍ବରୁ ଗତ ମାର୍ଚ୍ଚ ୩୦ତାରିଖ ରାତିରେ କିଛି ଦୃର୍ବୃତ୍ତ ପୌରାଧ୍ୟକ୍ଷା ଙ୍କ ଘର ଆଗରେ ଫାଙ୍କା ଗୁଳିଚାଳନା ଓ ଗାଳିଗୁଲଜ ସହ ମାରପିଟକୁ ନେଇ ଟାଉନଥାନାରେ ଅଭିଯୋଗ ହୋଇଥିଲା।
ଏହି ଘଟଣାରେ ଶାସକଦଳର ସମ୍ପୃକ୍ତି ଥିବା ଅଭିଯୋଗ କରିଛନ୍ତି ପୌରାଧ୍ୟକ୍ଷା ଓ ତାଙ୍କ ସ୍ୱାମୀ ରାମଚନ୍ଦ୍ର ପାତ୍ର l
ବୋମା ମାଡ଼ ଘଟଣାକୁ ନେଇ ଢେଙ୍କାନାଳ ଟାଉନଥାନା ପୋଲିସର ଛାନଭିନ ଆରମ୍ଭ କରିଛି l
ଶାନ୍ତିର ସହର ଢେଙ୍କାନାଳ ରେ ଏପରି ଘଟଣାକୁ ନେଇ ବୁଦ୍ଧିଜୀବୀ ମହଲରେ ଘୋର ନିନ୍ଦା କରାଯାଇଛି l
 
         
             Odia
 Odia 














































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































