କଟକନଗର ଭାଜପାର ରାସନ ବିତରଣ କେନ୍ଦ୍ର ପରିଦର୍ଶନ
କଟକ( ଉଲାପ୍ର)ଭାଜପା ଓବିସି ମୋର୍ଚ୍ଚା ନେତୃତ୍ୱରେ ସାମାଜିକ ନ୍ୟାୟ ପକ୍ଷ ପାଳନ ଅବସରରେ ଆଜି ସକାଳେ ପବ୍ଲିକ ଡିଷ୍ଟ୍ରିବ୍ୟୁସନ ସିଷ୍ଟମ ତଦାରଖ ଓ ପ୍ରଧାନମନ୍ତ୍ରୀ ଙ୍କ ଗରିବ କଲ୍ୟାଣ ଅନ୍ନ ଯୋଜନା ହିତାଧିକାରୀଙ୍କୁ ସଚେତନତା ପାଇଁ ଶଗଡ଼ିଆ ସାହି ଗୋପ ବାବୁଙ୍କ ସରକାରୀ ଖୁଚୁରା ବିକ୍ରୟ କେନ୍ଦ୍ରକୁ ଭାଜପା କଟକନଗର କାର୍ଯ୍ୟକର୍ତା ମାନେ ଯାଇଥିଲେ।ହିତାଧିକାରୀମାନେ ଦୀର୍ଘ ୨୩ ମାସ ଏବଂ ଏବେ ପୁଣି ଅଧିକ ୬ମାସ କାଳ ଏହି ଯୋଜନାରେ ଲାଭ ପାଇଥିବାରୁ ପ୍ରଧାନମନ୍ତ୍ରୀ ଙ୍କୁ ଧନ୍ୟବାଦ ଜଣାଇଥିଲେ। କଟକନଗର ସଭାପତି ଶ୍ରୀ ଲଲାଟେନ୍ଦୁ ବଡୁ,ଓବିସି ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଲକ୍ଷ୍ମୀଧର ପ୍ରଧାନ, କଟକନଗର ଓବିସି ମୋର୍ଚ୍ଚା ସଭାପତି ମହେନ୍ଦ୍ର ମହାନ୍ତି, କର୍ପୋରେଟର ଗୋପାଳ ବେହେରା ଓ ଦୀପକ ଦାସ,ଜିଲ୍ଲା ଉପସଭାପତି କଳ୍ପନା ପଟ୍ଟନାୟକ,ବରିଷ୍ଠ ନେତା ମନୋରଞ୍ଜନ ସାହୁ,ମୁନିନ୍ଦ୍ର ଭୋଳ,ଧର୍ମେନ୍ଦ୍ର ଗୁପ୍ତା,କ୍ରୀଷ୍ଣା ଭୋଳ,ହରପ୍ରିୟା ଧଳ,କବିତା,ଗୀତା,ମାନସୀ ଆଦି ପ୍ରମୁଖ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ।
Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































