ତୁହାକୁ ତୁହା ବିଦ୍ୟୁତ କାଟ, ବିଦ୍ୟୁତ ଉପଭୋକ୍ତା ସଂଘ ର ଆନ୍ଦୋଳନ ଚେତାବନୀ
ବରଗଡ଼ (ସତ୍ୟ ନାରାୟଣ ପ୍ରଧାନ)
ବରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ବରଗଡ଼ ସହର ସମେତ ଆଖପାଖ ଅଞ୍ଚଳରେ ପ୍ରତ୍ୟେହ ବିଦ୍ୟୁତ ସରବରାହ କାଟ,ଟ୍ରିପିଙ୍ଗ ଓ ମରାମତି ନାମରେ ୮/୯ ଘଣ୍ଟା ବନ୍ଦ ରହିବା ଫଳରେ ଲୋକମାନେ ବହୁ ହନ୍ତ ସନ୍ତ ହେଉଛନ୍ତି। ଓଡ଼ିଶାରେ ଟାଟାର ପାଓ୍ବାର କମ୍ପାନୀ ପରିଚାଳନା ଭାର ହାତକୁ ନେବା ପରେ ଉପଭୋକ୍ତା ଙ୍କ ଠାରୁ କେବଳ ବିଲ ଆଦାୟ ଯୋର ଦେଉଥିବା ବେଳେ ଏହି ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରୁନାହାନ୍ତି ବୋଲି ବିଦ୍ୟୁତ ଉପଭୋକ୍ତା ସଂଘ ପକ୍ଷରୁ ଅଭିଯୋଗ ହୋଇଛି। ଆଗାମୀ ଦିନରେ ଏଥିପ୍ରତି ଟାଟା ପାଓ୍ବାର କମ୍ପାନୀ ଦୃଷ୍ଟି ନ ଦେଲେ ଆନ୍ଦୋଳନତ୍ମକ ପନ୍ଥା ଗ୍ରହଣ କରିବାକୁ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































