ଗଛରେ ପିଟିହେଲା କାର, ଜଣେ ମୃତ, ଯନ୍ତ୍ରୀ ଆହାତ
ଫୁଲବାଣୀ (ସୁନୀଲ ପଟନାୟକ )
ଶନିବାର ଅପରାହ୍ନ ରେ ଟିକାବାଲି ନିକଟ କୋଚିଲା ଗଡ଼ ନିକଟ ରେ ଏକ ହୁଣ୍ଡଆଇ କାର ଭାର ସାମ୍ୟ ହରାଇ ରାସ୍ତା କଡ଼ ଗଛରେ ପିଟିହେଇଜିବା ଫଳରେ ଘଟଣା ସ୍ଥଳ ରେ ଜଣଙ୍କ ମୃତ୍ଯୁ ହୋଇଯାଇଥିବା ବେଳେ ଏଥିରେ ଯାଉଥିବା ବିଦ୍ୟୁତ ବିଭାଗର ଯନ୍ତ୍ରୀ ଆହାତ ହୋଇଛନ୍ତି l
ମୃତକ ଜଣକ ହେଲେ ଅଶ୍ୱିନୀ ମିଶ୍ର l
ଆହାତ ହୋଇଥିବା ଯନ୍ତ୍ରୀ ଜଣଙ୍କ ଅନିଲ କୁମାରପରିଡା ବୋଲି ଜଣା ପଡ଼ିଛି l
ସୂଚନା ଯୋଗ୍ୟ ଯେ ଅଫିସ କାର୍ଯ୍ୟରେ କର୍ମଚାରୀ ଓ ଯନ୍ତ୍ରୀ ମିଶି ଟିକାବାଲି ଆଡକୁ ଯାଉଥିଲେ. ତେବେ ଗାଡି ସ୍ପିଡ଼ ରେ ଥିବାରୁ ଏକ ବୁଲାଣି ରେ ଗାଡିଟି ଭାରସାମ୍ୟ ହରାଇ ଗଛରେ ପିଟିହୋଇ ଓଲଟି ପଡ଼ି଼ଥିଲା l
ଖବର ପାଇ ସ୍ଥାନୀୟ ଲୋକେ ଘଟଣା ସ୍ଥଳ ରେ ପହଂଚି ଅଗ୍ନିଶମ ବାହିନୀକୁଖବର ଦେଇଥିଲେ lଅଗ୍ନିଶମ ବାହିନୀ ଘଟଣା ସ୍ଥଳ ରେ ପହଂଚି ମୃତଦେହ ଉଦ୍ଧାର କରିବା ସହ ଆହାତ ଜଣକୁ ସଦରମହକୁମା ଡାକ୍ତର ଖାନା କୁପଠାଇଥିଲେ l
ଟିକାବାଲି ପୋଲିସ ଏନେଇ ଏକ ମାମଲା ରୁଜ୍ଜୁ କରି ଘଟଣା ର ତଦନ୍ତ କରୁଛି l
ଖବର ପାଇ ନିର୍ବାହୀ ଯନ୍ତ୍ରୀ ଇଂ. ମନୋଜ କୁମାର ମହାନ୍ତି, ଏସ ଡିଓ, ସମେତ ଯନ୍ତ୍ରୀ ଓ କର୍ମଚାରୀ ସଦର ମହକୁମା ଡାକ୍ତର ଖାନା ରେ ପହଂଚି ଆହାତ ଯନ୍ତ୍ରୀ ଙ୍କ ଚିକିତ୍ସା ଵ୍ୟଵସ୍ଥା ବୁଝିଥିଲେlସେ ହିପରି ମୃତ କର୍ମଚାରୀ ଅଶ୍ୱିନୀ ମିଶ୍ର ଙ୍କ ଅକାଳ ମୃତ୍ୟୁରେ ଶୋକ ବ୍ୟକ୍ତ କରିବା ସହ ଶୋକ ସନ୍ତପ୍ତ ପରିବାର ବର୍ଗ ଙ୍କ ପ୍ରତି ଗଭୀର ଶୋକ ବ୍ୟକ୍ତ କରିଛନ୍ତି l
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































