କନ୍ଧମାଳ ଜିଲ୍ଲା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ବାର୍ଷିକ ସମ୍ମିଳନୀ ଓ ନିର୍ବାଚନ
ଫୁଲ ବାଣୀ-(ସୁନୀଲପଟନାୟକ)
କନ୍ଧମାଳ ଜିଲ୍ଲା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ତ୍ରୟ ବାର୍ଷିକ ସମ୍ମିଳନୀ ଓ ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ସର୍ବେଶ୍ଵର ମିଶ୍ରଙ୍କ ସଭାପତିତ୍ଵରେ ଅନୁଷ୍ଠିତ ସଭାରେ ଏସ ବି ଆଇମୁଖ୍ୟ ପରୀଚାଳକ ହରେକୃଷ୍ଣ ଜେନା ମୁଖ୍ୟଅତିଥି ଭାବେ ଯୋଗ ନେଇ ସମ୍ମିଳନୀକୁ ଉଦ୍ ଘାଟନ କରିବା ସହ ଅବସରପ୍ରାପ୍ତ ସରକାରୀ କର୍ମଚାରୀମାନଙ୍କୁ ଯେପରି ଉଚିତ ସୁବିଧା ସୁଯୋଗ ମିଳି ପାରିବ ସେଥିପ୍ରତି ଷ୍ଟେଟବ୍ୟାଙ୍କ ଦୃଷ୍ଟି ଦେଉଥିବା ସେ କହିଥିଲେ ।
ଏହି ଅବସରରେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ପକ୍ଷରୁବିଭିନ୍ନ ଦାବୀ ଉପସ୍ଥାପନ କରାଯାଇଥିଲା। ସହରର ବିଭିନ୍ନ ମୁଖ୍ୟସ୍ଥାନ ଗୁଡିକରେ ଟଏଲେଟ ବ୍ୟବସ୍ଥା, ପର୍ଯ୍ୟଟନସ୍ଥଳୀ ଗୁଡିକର ବିକାଶ, ବାଇପାସ ରାସ୍ତା ନିର୍ମାଣ, କଲେଜ ଗୁଡିକରେ ଖାଲିଥିବା ଅଧ୍ୟାପକ ଓ କର୍ମଚାରୀ ପଦବୀ ପୁରଣ ସମେତ ଅନ୍ୟାନ୍ୟ ଦାବୀ ଉପସ୍ଥାପନ କରିଥିଲେ ।
ଏହି ଅବସରରେ ଆସନ୍ତା ୩ ବର୍ଷ ଲାଗି ନୂତନ କର୍ମକର୍ତା ନିର୍ବାଚନ ହୋଇଥିଲା। ସଭାପତି ଭାବେ ସର୍ବେଶ୍ଵର ମିଶ୍ର, କାର୍ଯ୍ୟକାରି ସଭାପତିତାରିଣୀ ପ୍ରସାଦମୁନୀ ,ଉପସଭାପତି ଭାବେ ପ୍ରସନ୍ନ କୁମାର ସାହାଣୀ, ସୁରେଶ ଚନ୍ଦ୍ର ମିଶ୍ର, ସାଧାରଣ ସଂପାଦକଅଶୋକ ମିଶ୍ର, ସଂଗଠନ ସମ୍ପାଦକ ପ୍ରମୋଦକ୍ରମାର ପଟନାୟକ, ସହ ସଂପାଦକ ସୁବାସ ଚନ୍ଦ୍ର ନାଏକଓ ଲକ୍ଷ୍ମୀନାରାୟଣଦୋରା , କୋଷାଧ୍ୟକ୍ଷ ଶରତଚନ୍ଦ୍ର ସାହୁ, ପ୍ରମୁଖ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଥିଲେ l ସେହିପରି କାର୍ଯ୍ୟନିର୍ବାହୀ ସଭ୍ୟ ଭାବେ ସଚ୍ଚିଦାନନ୍ଦ ପଟ୍ଟନାୟକ,ମୋଚିରାମ ମିଶ୍ର, ପଦ୍ମଚରଣ ସାହୁ, ଉମାଚରଣମୁଖୀ, ତ୍ରିନାଥ ବେହେରା, ପ୍ରଫୁଲ୍ଲ ବେହେରା, ମଧୁସୁଦନ ପାଢୀ, ବାସୁଦେବ ପ୍ରହରାଜ, ପଦ୍ମଚରଣ ସ୍ଵାଇଁ, ନିରଞନ ପାଢୀ, ଖଗେଶ୍ୱର ବେହେରା, ରସାନନ୍ଦ ମହାନ୍ତି. ବାଲୁଙ୍କେଶ୍ଵର ମହାନ୍ତି। ପ୍ରସନ୍ନ ପଟନାୟକ, ରମେଶ ଚନ୍ଦ୍ର ବିଶ୍ଵାଳ, କେ ଜ୍ଞାନ କୁମାର ଦୋରା , ଭିକାରୀଚରଣଭୂୟାଁ, ବନବିହାରୀ ନନ୍ଦ, ବିକାଶ ଚନ୍ଦ୍ର ମହାନ୍ତି ପ୍ରମୁଖ ମନୋନୀତ ହୋଇଥିବା ନେଇ ସଭାପତି ସର୍ବେଶ୍ଵର ମିଶ୍ର ଜଣାଇଛନ୍ତି।ବରୀଷ୍ଠ ସଭ୍ୟ ସୁବାସ ଚନ୍ଦ୍ର ହୋତା, ଅଚ୍ୟୁତ କହଁର, ଡଃ ରାଜକିଶୋର ବେହେରା ପ୍ରମୁଖ ନିର୍ବାଚନକୁ ସୁଚାରୁ ରୁପେ ପରିଚାଳନା କରିଥିଲେ ।
Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































