୪ର୍ଥ ଲହର ଆଶଙ୍କା ନେଇ ଜିଲ୍ଲାପାଳ ଓ ସିଡିଏମଓଙ୍କୁ ନିର୍ଦ୍ଦେଶନାମା ମା ନାରାୟଣୀ ଯାତ୍ରା ଅନୁଷ୍ଠିତ ନେଇ ଆଶଙ୍କ।
ଫୁଲ ବାଣୀ(ସୁନୀଲପଟନାୟକ)
କୋଭିଡ଼ର ଚତୁର୍ଥ ଲହର କାୟା ବିସ୍ତାର କରିବାର ଆଶଙ୍କା ପୁଣିବଢିବାରେ ଲାଗିଛି । ଗାଇଡ଼ଲାଇନ ପାଳନ କରିବାପାଇଁ ମଙ୍ଗଳବାର ଜନ ସ୍ଵାସ୍ଥ୍ୟ ନିର୍ଦ୍ଦେଶାଳୟ ପକ୍ଷରୁ ସବୁ ଜିଲ୍ଲାର ଜିଲ୍ଲାପାଳ, ମୁନିସ ପାଲ ଅଧିକାରୀ, ସିଡିଏମଓଙ୍କୁ ନିର୍ଦ୍ଦେଶ ନାମା ଆସିଛି । ଫଳରେ ଫୁଲବାଣୀ ସହରରେ ଆସନ୍ତ । ମେ ମାସରୁ ଆରମ୍ଭ ହେବାକୁ ଥିବା ମା’ନାରାୟଣୀ ଯାତ୍ରା ଅନୁଷ୍ଠିତ ନେଇ ଆଶଙ୍କ ।
ସୃଷ୍ଟି ହୋଇଛି । ପ୍ରତି ଦୁଇ ବର୍ଷରେ ଥରେ ଅନୁଷ୍ଠିତ ହୋଇଆସୁଥିବା ମା’ନାରାୟଣୀ ଯାତ୍ରା ଗତ ଦୁଇ ଥର ହେଲା କରୋନା ସଂକ୍ରମଣ ପାଇଁ ବନ୍ଦ ଥିଲା। ତେବେ ଚଳିତବର୍ଷ ସରକାର କରୋନାକଟକଣା ଉଠାଇ ଦେଇଥିବାରୁ ଚଳିତ ୨୦ ୨୨ଯାତ୍ରା ହେବ ବୋଲି ପରିଚାଳନାକମିଟି ସଦସ୍ୟ , ଭକ୍ତ ଓ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ଖୁସିର ଲହର ଖେଳିଯାଇଥିଲା। ଆଉ ଗତ୨ ବର୍ଷ ହେଲା ନିର୍ବାଚନ ନ ହୋଇ ରହିଥିବା ଯାତ୍ରା ପରିଚାଳନା କମିଟିର ନୂତନ କର୍ମକର୍ତ୍ତା ନିର୍ବାଚନ ହୋଇଥିଲା ପଣା ସଂକ୍ରାନ୍ତି ଅବସରରେ ଯାତ୍ରା ପାଇଁ ଶୁଭ ଖୁଣ୍ଟି ମଧ୍ୟ ସ୍ଥାପନ ହୋଇଥିଲା। ହେଲେ ପ୍ରଶାସନ କରେ । ନା କଟକଣା ପାଇଁ ଅନୁମତି ଦେବ କି ନାହିଁ ଯଦି ଦେବେ କେତେଦିନ ପାଇଁ, ? ତା ସହ ମିନାବଜାର ଓ ଅପେରା ପରମିଶନ ମଧ୍ୟ ଦେଉଛନ୍ତି କି ନାହିଁ ଜଣା ପଡିନି । ଏହାକୁ ନେଇଭକ୍ତମାନେ ଏବେ ଆଶଙ୍କା ରେ ଅଛନ୍ତି ।
ଏଥର ଅନ୍ତତଃ ଖୁସିବାସୀରେ ଯାକ ଜକମରେ ଯାତ୍ରା ହେବ ବୋଲି ଭାବିନେଇଥିଲେ ।
ହେଲେ କରେ ।ନା ଗତଥର ପରି ଫିକା କରିଦେବନି ତ ଆଉ ?
ଏଭଳି ଆଶଙ୍କା ରେ ଅଛନ୍ତି ସହରବାସୀ। ଏପଟେ କରୋନାରେ ଅନ୍ୟ ବ୍ଳକ ତୁଳନାରେ
ସର୍ବାଧିକ ଲୋକ ଆକ୍ରାନ୍ତ ହେବା ସହ ସବୁଠୁ ଅଧିକ ଲୋକଙ୍କ କରୋନା ଜନିତ ମୃତ୍ୟୁ ହୋଇଥିଲାକୁ ଆଡେ ,I ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ କି ନିଷ୍ପତ୍ତି ନେଉଛନ୍ତି ଆଗକୁ ଜଣାପଡିବା
ଶୁଭ ଖୁଣ୍ଟି ଆସିଯାଇଥିବା ଓ ଏଥର ୨୫ ତମ ଯାତ୍ରା ହେଉଥିବା ଦୃଷ୍ଟିରୁ ପ୍ରଶାସନ ଠାକୁରାଣୀଙ୍କ ରିତିନିତୀ ପ୍ରକାରେ କରେ। ନାକଟକଣା ମାନି ନିରାଡ଼ମ୍ବର ଭାବେ ପୂଜା କରିବା ପାଇଁ ଅନୁମତି ଦେବା ଆବଶ୍ୟକ ବୋଲି ବୁଦ୍ଧିଯିବୀମାନେ ମତ ଦେଇଛନ୍ତି । ସେ ଯାହାହେଉ ନା କାହିକ ପ୍ରଶାସନର ନିଷ୍ପତି ହିଁ
ଚୁଡ଼ାନ୍ତ ଓ ତାକୁ ମାନିବା ସମସ୍ତଙ୍କ କର୍ତ୍ତବ୍ୟ ଓ ଦାୟିତ୍ଵ ମଧ୍ୟ ।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































