ମୃତଦେହ ରଖି ରାସ୍ତାରେ ଆନ୍ଦୋଳନକାରୀ;ହଟି ନାହିଁ ରାସ୍ତା ଅବରୋଧ
ବରଗଡ଼:(ସତ୍ୟ ନାରାୟଣ ପ୍ରଧାନ)
ବରଗଡ଼ ସହରର ଭଟଲି ଛକ ନିକଟରେ ଗତକାଲି ରାତି ପ୍ରାୟ ୯ଟାରେ ଏକ ସଡ଼କ ଦୁର୍ଘଟଣା ଘଟିଥିଲା। ଟ୍ରକ ଚାପାରେ ଜଣେ ବାଇକ୍ ଆରୋହୀ ତଥା ସହର ଉପକଣ୍ଠ ଡାଙ୍ଗ ନଦୀପଡ଼ାର କିଶୋର କୁମାର ବେଲଘରିଆଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଦୁର୍ଘଟଣା ପରେ ରାତି ୯ଟାରୁ କ୍ଷତିପୂରଣ ଦାବି କରି ମୃତଦେହ ରଖି ସ୍ଥାନୀୟ ଲୋକେ ବରଗଡ଼ ରାସ୍ତା ଅବରୋଧ କରିଛନ୍ତି। ଇତିମଧ୍ୟରେ ୧୬ ଘଣ୍ଟା ବିତିଯାଇ ଥିଲେ ସୁଦ୍ଧା ରାସ୍ତାରୋକୋ ହଟି ନାହିଁ। ଫଳରେ ସେହି ରାସ୍ତାରେ ଗାଡ଼ି ଚଳାଚଳ ବ୍ୟାହତ ହୋଇଛି। ଉକ୍ତ ରାସ୍ତାରେ ଜିଲା ମୁଖ୍ୟ ଡାକ୍ତରଖାନା, କେନ୍ଦ୍ରୀୟ ବିଦ୍ୟାଳୟ ସମେତ ବିଭିନ୍ନ ଶିକ୍ଷାନୁଷ୍ଠାନ ଥିବାବେଳେ ରାସ୍ତାଟି ପଡ଼ୋଶୀ ଛତିଶଗଡ଼କୁ ସଂଯୋଗ କରିଛି। ଫଳରେ ୧୬ଘଣ୍ଟାରୁ ଅଧିକ ସମୟ ଧରି ଚାଲିଥିବା ଏହି ଆନ୍ଦୋଳନ ଯୋଗୁ ଛାତ୍ରୀଛାତ୍ରଙ୍କଠାରୁ ଆରମ୍ଭ କରି ବହୁ ଲୋକଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି। ପୋଲିସ ପ୍ରଶାସନ ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କରି ରାସ୍ତାରୋକୋ ତୁରନ୍ତ ହଟାଇବା ଦିଗରେ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦାବି ହୋଇଛି।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































