ଦୁଇବର୍ଷ ପରେ ଫୁଲବାଣୀରେ ଚାଲିଛି ପୁସ୍ତକମେଳା, ପାଠକଙ୍କ ଭୀଡ ଜମୁଛି
ଫୁଲବାଣୀ (ସୁନୀଲ ପଟନାୟକ )
କରୋନା ମହାମାରୀ ପାଇଁ ଦୁଇ ବର୍ଷ ହେଲା ବନ୍ଦ ଥିବା ପୁସ୍ତକମେଳା ଚଳିତ ବର୍ଷ ପୁଣି ଆରମ୍ଭ ହୋଇଛି ।
ବନଜ୍ୟୋସ୍ନାସାହିତ୍ୟ ସଂସଦ ପକ୍ଷରୁ ସ୍ଥାନୀୟ କରେ । ନେସନପଡ଼ିଆଠାରେ ଦ୍ଵାଦଶତମ ପୁସ୍ତକମେଳା ଓ ସାଂସ୍କୃତିକ ଉତ୍ସବ ଏପ୍ରିଲ୨୨ରୁ ଉଦଘାଟିତ ହୋଇଛି ।
ଆଜି ଥିଲା ତୃତୀୟ ଦିବସ l
ଆଜି ରବିବାର ଆୟୋଜିତ ସଭାରେ ଭୁବନେଶ୍ୱର ମୁନିସିପାଲ କର୍ପୋରେସନ ର ଡେପୁଟି ମେ ଏର ମଞ୍ଜୁଲତା କହଁର ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବାବେଳେ ସାନମାନୀତ ଅତିଥୀ ଭାବେ ଆଦିବାସୀ ନେତା ସୁଦର୍ଶନ କହଁର, କୁଇ ଭାଷା ସାହିତ୍ୟ ଗବେଷକ ଦୀନବନ୍ଧୁ କହଁର, କୁଇ କବି ନରୋତ୍ତମ କହଁର ପ୍ରମୁଖ ଯୋଗ ଦେଇ କୁଇ ଭାଷା ଓ ସାହିତ୍ୟ ର ଉନ୍ନତି ପାଇଁ ସରକାର ଦ୍ରୁଷ୍ଟି ଦେବା ଆବଶ୍ୟକ ବୋଲି କହିଥିଲେ l
ଏହି ପୁସ୍ତକ ମେଳା ମେ ୩ ଯାଏ ଦୀର୍ଘ ୧୦ଦିନ ଧରି ଚାଲିବ l
ବନ ଜ୍ୟୋସ୍ନାପକ୍ଷରୁ ଆୟୋଜିତ ପୁସ୍ତକମେଳାରେ ରାଜ୍ୟର ବିଭିନ୍ନ ସ୍ଥାନରୁ ନାମୀଦାମୀ ପ୍ରକାଶକ ଓ ପୁସ୍ତକ ବିକ୍ରେତା ଅଂଶଗ୍ରହଣ କରିଛନ୍ତି । ପୁସ୍ତକମେଳାରେ ଅନେକ ପୁସ୍ତକ ମଧ୍ୟ ଉନ୍ଗୋଚିତ ହୋଇଛି ।
ଏହି ଅବସରରେ ପ୍ରତିଦିନ ସାହିତ୍ୟ ଆଲୋଚନା କବି ସମ୍ମିଳନୀ ମଧ୍ୟ ଆୟୋଜନ କରାଯାଉଛି ।
କେବଳ ପୁସ୍ତକ ଷ୍ଟଲ ନୁହେଁ ଚାଟ, ରୋଲ, ଚାଉମିନ ଭଳି ବିଭିନ୍ନ ସୁସ୍ଵାଦୁ ଚଟପଟା ଖାଦ୍ୟ ର ଷ୍ଟଲ ମଧ୍ୟଖୋଲିଛି l ଫଳରେ ଚଟପଟା ଖାଦ୍ୟ ଖାଇ ଭରପୁର ମଜା ଉଠାଉଛନ୍ତି ଦର୍ଶକ ।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































