*୭୫ ତମ ଆଜାଦି କି ଅମୃତ ମହୋତ୍ସବ,ଜ୍ଞାନ ଆହରଣ ପାଇଁ ଅଧ୍ୟାମିକ ଚେତନା*୭୫ ତମ ଆଜାଦି କି ଅମୃତ ମହୋତ୍ସବ,ନିତାନ୍ତ ଆବଶ୍ୟକବ୍ରହ୍ମାକୁମାରୀ ବାରିପଦା ଶାଖା ପକ୍ଷରୁ ଅଧ୍ୟାମିକ ଜ୍ଞାନର ଆଲୋଚନାଚକ୍ର
ବାରିପଦା(ଦୀପକ କୁମାର ମୁଦୁଲି)
୭୫ତମ ଆଜାଦି କା ଅମୃତ ମହୋତ୍ସବ ଅବସରରେ
ମହାରାଜା ଶ୍ରୀ ରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟ ପରିସରରେ ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ, ବାରିପଦା ଶାଖା ପକ୍ଷରୁ ଅଧ୍ୟାମିକ ଜ୍ଞାନର ଆଲୋଚନା ଚକ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ବ୍ରହ୍ମାକୁମାରୀ ଇଶ୍ଵରୀୟ ବିଶ୍ଵବିଦ୍ୟାଳୟ ମୁଖ୍ୟ କାର୍ଯ୍ୟାଳୟ ମାଉଣ୍ଟଆବୁ ରୁ ମୁଖ୍ୟ ଅତିଥି ଭାବେ ରାଜ ଯୋଗୀ ବି.କେ. ରାମନାଥ ଭାଇ ଯୋଗେଦେଇ ଅଧ୍ୟାମିକ ଜ୍ଞାନ ଆଲୋଚନା ଚକ୍ର କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ ।କାର୍ଯ୍ୟକ୍ରମ ଆରମ୍ଭରେ ଆଧ୍ୟାତ୍ମିକ ଚିନ୍ତନ ଉପରେ ସଦା ସର୍ବଦା ମନକୁ ନିୟୋଜିତ କରିବା ନିତାନ୍ତ ଆବଶ୍ୟକ ବୋଲି ଉପସ୍ଥିତ ଛାତ୍ର ଛାତ୍ରୀ, ସଜନଗଣ ମାନଙ୍କୁ ରାଜଯୋଗୀ ବି.କେ. ରାମନାଥ ଭାଇ ଆଲୋକପାତ କରିଥିଲେ। ଏହା ସହ ବିଦ୍ୟାର୍ଥୀ ଜୀବନରେ ବିଜ୍ଞାନ ଯେପରି ଆପଣଙ୍କ ପାଠ୍ୟ ଖସଡ଼ାକୁ ଅତି ସହଜ କରିପାରିଛି ଠିକ୍ ସେହିପରି ଅଧ୍ୟାମିକ ଜ୍ଞାନର ପରିସୀମା ବହୁତ ବିଦ୍ୟାର୍ଥୀଙ୍କ ଜୀବନରେ ଆଗକୁ ବଢ଼ାଇବା ସକାଶେ ସ୍ୱଚ୍ଛ ଅଧ୍ୟାମିକ ଚିନ୍ତାଧାରା ନିଶ୍ଚିତ ଭାବରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ । ଏହା ଛାତ୍ର ଛାତ୍ରୀ ମାନଙ୍କ ପାଠ୍ୟ ଖସଡ଼ା ସହିତ ଅଭିଭାବକ ଓ ସମସ୍ତ ମଣିଷଙ୍କ ସବୁଦିନ ସମସ୍ତ କାର୍ଯ୍ୟରେ ଆଧ୍ୟାତ୍ମିକ ଚିନ୍ତନ ରହିଲେ ନିଜ ମନକୁ ନିଜ ଆୟତରେ ରଖିବା ସହିତ ଉତ୍ତମ କାର୍ଯ୍ୟ ସମ୍ପାଦନ କରିବାରେ ସହାୟକ ହୋଇଥାଏ । ପ୍ରଜାୟକ୍ରମେ ଉପସ୍ଥିତ ଛାତ୍ର ଛାତ୍ରୀଙ୍କ ପ୍ରଶ୍ନର ଉତ୍ତରରେ ଆଧ୍ୟାତ୍ମିକ ଚିନ୍ତନ ଦ୍ଵାରା ବିଜ୍ଞାନ ସହିତ ଜଡିତ ସମସ୍ତ ପ୍ରକାର କାର୍ଯ୍ୟ ଠିକ୍ ଭାବରେ ତ୍ଵରାନିତ ହେବା ସହିତ ମନକୁ ଆତ୍ମୋଚିନ୍ତନ କରିବାରେ ସହାୟକ ହୋଇଥାଏ ବୋଲି ସମ୍ମାନିୟ ଅତିଥି ଭାବେ ବ୍ରହ୍ମାକୁମାରୀ କଟକ ଶାଖା ପକ୍ଷରୁ ବି.କେ.ନଥମଲ ଭାଇ ମତ ପ୍ରକାଶ କରିଥଲେ । ଉକ୍ତ ଆଧ୍ୟାତ୍ମିକ ଜ୍ଞାନର ଆଲୋଚନା ଚକ୍ର କାର୍ଯ୍ୟକ୍ରମରେ ମହାରାଜା ଶ୍ରୀ ରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟର ପିଜି କାଉନସିଲ ଅଧ୍ୟକ୍ଷ ପ୍ରମୋଦ କୁମାର ଶତପଥି ,ଏମସିଏମ ଓ ଆଇକ୍ୱସି ମୁଖ୍ୟ ଶ୍ରୀମତୀ ଏମ,
ପ୍ରାଣୀ ବିଜ୍ଞାନ ରିଡର୍ ଡାକ୍ତର . ପୁଷ୍ପାଞ୍ଜଳି ବେହେରା, ବାରିପଦା ବ୍ରହ୍ମାକୁମାରୀ ଶାଖା ପକ୍ଷରୁ ମୁଖ୍ୟ ସଂଚଳିକା ବି.କେ. ଉମା ଭଉଣୀ ଯୋଗଦେଇ ଛାତ୍ର ଜୀବନରେ ଆଧ୍ୟାତ୍ମିକ ଜ୍ଞାନର ପରିସୀମା ଯେତେ ଅଧିକ ହେବ ଜୀବନରେ ସଦା ସର୍ବଦା ନେଗେଟିଭ ଏନର୍ଜି ସବୁ ସମୟରେ ଦୂରରେ ଅବସ୍ଥିତ ରହିବ। ଉକ୍ତ କାର୍ଯ୍ୟକ୍ରମରେ ସଜନ ମଣ୍ଡଳୀ ବ୍ରହ୍ମାକୁମାରୀ ବାରିପଦା ଶାଖା ପକ୍ଷରୁ ବିକେ ସଙ୍ଗୀତା ଭଉଣୀ , ବିକେ ଗୀତା ଭଉଣୀ ବିକେ ଲକ୍ଷ୍ମୀ ଭଉଣୀ , ବିକେ ରାମ ଭାଇ , ବିକ ମାସନ୍ତ ଭାଇ ଓ କଲେଜର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ରହିଥିଲେ ।
Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































