ବରଗଡ ଡିଷ୍ଟ୍ରିକ୍ଟ ପ୍ରିମୀୟର ଲିଗ୍, ବି ଡି ପି ଏଲ- ୭ କ୍ରିକେଟ ପ୍ରତିଯୋଗିତା ର ପଞ୍ଚମ ଦିନରେ ୟୁନାଇଟେଡ ଡ୍ରିମ୍ ଇଲେଭେନ ବିଜୟୀ । ବରଗଡ ସ୍ପାରଟନ ଓ ଅତାବିରା ହିଆଇଟ ହର୍ଷ ମଧ୍ୟରେ ଦ୍ଵିତୀୟ ମ୍ୟାଚ୍
।
ବରଗଡ :(ସତ୍ୟ ନାରାୟଣ ପ୍ରଧାନ) ବରଗଡ ଡିଷ୍ଟ୍ରିକ୍ଟ ପ୍ରିମୀୟର ଲିଗ୍, ବି ଡି ପି ଏଲ କ୍ରିକେଟ ପ୍ରତିଯୋଗିତା ରେ ଆଜି ଚତୁର୍ଥ ଦିନ ରେ ବରଗଡ ରୟାଲ ଟାଇଗର ଓ ୟୁନାଇଟେଡ ଡ୍ରିମ୍ ଇଲେଭେନ ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍ ରେ ୟୁନାଇଟେଡ ଦଳ ପ୍ରଥମେ ବ୍ୟାଟିଂ କରି ପ୍ରକାଶ ମାହାନା ଙ୍କ ୫୬ ରନ, ହରିଶ ପାତ୍ର ଙ୍କ ୫୦ ରନ,ପ୍ରବୀଣ ଲୁହା ଙ୍କ ୪୧ ରନ ଓ ଗିତାନ୍ସୁ ବଞ୍ଛୋର୍ ଙ୍କ ୩୩ ରନ ଫଳରେ ନିର୍ଦ୍ଧାରିତ ୨୦ ଓଭର ରେ ୧୯୯/୫ ରନ କରିଥିଲେ। ବରଗଡ ରୟାଲ ଟାଇଗର ପକ୍ଷରୁ ରାଜ କିଶନ ପଟେଲ ୨୮/୩,ଅତୁଲ୍ୟ କର୍ଣ୍ଣ ୪୫/୨ ୱିକେଟ ନେଇଥିଲେ।ଏହାର ଜବାବ ରେ ବରଗଡ ରୟାଲ ଟାଇଗର ଦଳ ବ୍ୟାଟିଂ ଆରମ୍ଭ କରି ମାତ୍ର ୩୩ ରନ କରି ଅଲ୍ ଆଉଟ୍ ହୋଇ ଯାଇଥିଲେ।ଦଳ ପକ୍ଷରୁ ଦୁର୍ଗା ଅଗ୍ରୱାଲ ୧୦ ରନ କରିଥିଲେ।ପ୍ରତିପକ୍ଷ ଦଳର ଅମିତ୍ ସାହୁ ୬/୬, ଦେବବ୍ରତ ପ୍ରଧାନ ୮/୨, ପ୍ରକାଶ ମହାଣା ୭/୨ ୱିକେଟ ନେଇଥିଲେ।ଆଜିର ଏହି ଖେଳ କୁ ପରିଚାଳନା କରିଥିଲେ ଆନନ୍ଦ ହୋତା ଓ ସୁଶାନ୍ତ ପାଣିଗ୍ରାହୀ। ସ୍କୋର ର ଥିଲେ ରଜତ ଦାଶ, ଧାରା ବିବରଣୀ ପ୍ରକାଶ କରିଥିଲେ ସନ୍ତୋଷ ନାୟାର ଓ ଶୁଭମ୍ ପାତ୍ର।
ପରେ ଅନୁଷ୍ଠିତ ମ୍ୟାନ ଅଫ ଦି ମ୍ୟାଚ୍ ପୁରସ୍କାର ପ୍ରଦାନ ଉତ୍ସବ ରେ ବରଗଡ ତହସିଲଦାର ସଞ୍ଜୀବ ମେହେର,ବରଗଡ ସ୍ପାରଟନ ଦଳର ଫ୍ରେଂଚାଇଯି ଦେବଦତ୍ତ ମିଶ୍ର , ଆର କେ ମାର୍ବଲ ର ସତ୍ଵାଧିକାରୀ ସୁରେଶ ଅଗ୍ରୱାଲ,ଜିଲ୍ଲା କ୍ରିକେଟ ଆସୋସିଏସନ୍ ର ସଦସ୍ୟ ଅମିୟ ଭୂଷଣ ସାହୁ ଅତିଥି ଭାବରେ ଯୋଗଦେଇ ୟୁନାଇଟେଡ ଦଳ ର ଖେଳାଳୀ ଅମିତ୍ ସାହୁ ଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍ ପୁରସ୍କାର ପ୍ରଦାନ କରିଥିଲେ।
ଆଜିର ଦ୍ଵିତୀୟ ମ୍ୟାଚ୍ ଟି ବରଗଡ ରୟାଲ ଟାଇଗର ଓ ବରଗଡ ସ୍ପାର୍ଟାନ ମଧ୍ୟରେ ଅନୁଷ୍ଠିତ ହେଉଛି।
ଗତକାଲି ର ଦ୍ଵିତୀୟ ମ୍ୟାଚ୍ ଅତାବିରା ହୁଆଇଟ ହର୍ଷ ଓ ବରଗଡ ରୟାଲ ଟାଇଗର ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଅତାବିରା ଦଳ ବାଚସ୍ପତି ଙ୍କ ୩୨ ରନ, ମନୋଜ ଶର୍ମା ଙ୍କ ୪୬ ରନ, ମହମ୍ମଦ ସଲିମ ଙ୍କ ୪୧ ରନ ଫଳରେ ଦଳ ୨୦ ଓଭର ରେ ୧୬୯/୭ ୱିକେଟ କରିଥିଲେ। ବରଗଡ ରୟାଲ ଟାଇଗର ପକ୍ଷରୁ ରାଜ କିଶନ ପଟେଲ ୧୮/୪, ଦେବେନ୍ଦ୍ର କୁଁଅର ୨୩/୩ ୱିକେଟ ନେଇଥିଲେ । ଜବାବ ରେ ବରଗଡ ରୟାଲ ଟାଇଗର ଦଳ ପକ୍ଷରୁ ଆର୍ଯ୍ୟମାନ୍ ମିଶ୍ର ଙ୍କ ୩୦ ରନ, ସୌରଭ ନାୟକ ଙ୍କ ୨୮ ରନ ,ଦେବେନ୍ଦ୍ର କୁଁଅର୍ ଙ୍କ ୧୫ ରନ ଫଳରେ ୧୯.୪ ଓଭର ୧୪୮ ରନ କରି ଅଲ୍ ଆଉଟ୍ ହୋଇଯାଇଥିଲେ।ପ୍ରତିପକ୍ଷ ଦଳର ଦେବବ୍ରତ ପ୍ରଧାନ ୨୮/୩, ମହମ୍ମଦ ଇଫ୍ଟିକାର ୨୦/୨,ସୁଶାନ୍ତ ଗୁପ୍ତା ୩୦/୨ ୱିକେଟ ନେଇଥିଲେ।ଫଳରେ ମ୍ୟାଚ୍ କୁ ଅତାବିରା ଦଳ ୨୧ ରନ ରେ ଜିତି ନେଇଥିଲା। ମ୍ୟାଚ୍ ପରିଚାଳନା କରିଥିଲେ ସୁଶାନ୍ତ ପାଣିଗ୍ରାହୀ ଓ ଆନନ୍ଦ ହୋତା, ସ୍କୋର ର ଥିଲେ ମନୋଜ ପାତ୍ର , ଧାରା ବିବରଣୀ ପ୍ରକାଶ କରିଥିଲେ ସନ୍ତୋଷ ନାୟାର ଓ ଶୁଭମ୍ ପାତ୍ର। ଏହି ମ୍ୟାଚ୍ ର ମ୍ୟାନ ଅଫ ଦି ମ୍ୟାଚ୍ ଦେବବ୍ରତ ପ୍ରଧାନ ଙ୍କୁ ମହାରାଜା ହୋଟେଲ ର ସତ୍ଵାଧିକାରୀ ରାହୁଲ ଶର୍ମା, କେରିୟର ପଏଣ୍ଟ କୋଟା ର ବରଗଡ ସେଣ୍ଟର୍ ମୁଖ୍ୟ ବିପିନ ଗୁପ୍ତା, ସିଂ ୱାରିୟର୍ ଦଳର ଫ୍ରାଞ୍ଚାଇଯି ରଞ୍ଜିତ ସିଂ,ଜିଲ୍ଲା କ୍ରିକେଟ ଆସୋସିଏସନ୍ ର ଅମିୟ ଭୂଷଣ ସାହୁ,ପୁରସ୍କାର ପ୍ରଦାନ କରିଥିଲେ ।
 
         
             Odia
 Odia 













































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































