ଢେଙ୍କାନାଳ ମା ତାରିଣୀ ୧୮ ତମ ବାର୍ଷିକ ଉତ୍ସବ ଉପଲକ୍ଷେ କଳସ ଯାତ୍ରା
ଢେଙ୍କାନାଳ(ଉଲାପ୍ର)ଢେଙ୍କାନାଳ ସହର ଗାନ୍ଧୀ ମନ୍ଦିର ରୋଡ ସ୍ଥିତ ମା ତାରିଣୀଙ୍କ ମନ୍ଦିରରେ ଠାକୁରଙ୍କ ୧୮ ତମ ବାର୍ଷିକ ଉତ୍ସବ ଉପଲକ୍ଷେ ଏକ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି।
ସ୍ଥାନୀୟ ଭାଗିରଥୀ ସାଗର କୁଳରୁ ଘଟ କଳସ କୁ ପୂଜା କରାଯାଇ ମନ୍ଦିରକୁ ଅଣାଯାଇଥିଲେ। ମହିଳା ମାନଙ୍କ ଦ୍ଵାରା ୧୦୮ କଳସ ଘଣ୍ଟ, ବାଦ୍ୟର ତାଳେ ତାଳେ ନଗର ପରିକ୍ରମା ପରେ ମନ୍ଦିରରେ ପହଞ୍ଚିଥିଲା।
ଆଜି କଳସରେ ଅଧିବାସ ପୂଜା ଆରମ୍ଭ ହେବ। ଆସନ୍ତାକାଲି ମା ଙ୍କୁ ୧୦୮ କଳସ ଜଳ ରେ ସ୍ନାନ କରାଯାଇ ବେଲ ପତ୍ର ଚଢ଼ାଯିବ। ରୁଦ୍ରାଭିସେକ, ସୂର୍ଯ୍ୟ ପୂଜା ଓ ଗୋ ପୂଜା କରାଯିବ।
ମେ ୧୧ ରେ ଚଣ୍ଡୀ ପାଠ ଓ ପୂର୍ଣ୍ଣାହୁତି କରାଯିବ।
ପୂଜକ ଲିଙ୍ଗରାଜ ପତି, ଲିକୁନ ପତି, ସାରଙ୍ଗ ଧର, ମନ୍ଦିର ପୂଜକ ଅପୁଲି ନନା, ମଣି, ନୀଳ, ମନ୍ମଥ, କୁନା, ବୁନୁ, ଅମଲା ଓ ମନ୍ଦିର କମିଟିର ସମସ୍ତ ସଦସ୍ୟଙ୍କ ଉପସ୍ଥତିରେ ଏହି ଉତ୍ସବ ପାଳନ ହେଉଛି।
Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































