ଜଗତସିଂହପୁର ଉପମଣ୍ଡଳର ସହକାରୀ ଡାକ ଅଧିକ୍ଷକଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା
ଜଗତସିଂହପୁର(ଉଲାପ୍ର) ଜଗତସିଂହପୁର ଉପମଣ୍ଡଳ ତରଫରୁ ଜଗତସିଂହପୁର ପ୍ରଧାନ ଡାକଘର ପରିସରରେ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ କଟକ ଦକ୍ଷିଣ ଡାକମଣ୍ଡଳର ଅଧୀନରେ ଥିବା ଜଗତସିଂହପୁର ଉପ-ମଣ୍ଡଳର ସହକାରୀ ଡାକଅଧିକ୍ଷକ ଶ୍ରୀଯୁକ୍ତ ଗୋପବନ୍ଧୁ ସାହୁଙ୍କର ପୋଷ୍ଟାଲ ଷ୍ଟୋର ଡିପୋର୍ଟ ଭୁବନେଶ୍ୱରକୁ ବଦଳି ହୋଇଯାଇଥିବାରୁ ତାଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ଉତ୍ସବରେ କଟକ ଦକ୍ଷିଣ ଡାକମଣ୍ଡଳର ଡାକ ଅଧିକ୍ଷକ ଶ୍ରୀଯୁକ୍ତ ଗଜେନ୍ଦ୍ର ପ୍ରସାଦ କର ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଶ୍ରୀଯୁକ୍ତ ସାହୁଙ୍କୁ ପୁଷ୍ପଗୁଚ୍ଛ ସହିତ ଉତ୍ତରୀୟ ମାନପତ୍ର ଦ୍ୱାରା ସମ୍ବର୍ଦ୍ଧନା କରିବା ସହ ତାଙ୍କର ଉତ୍ତରୋତ୍ତର ଉର୍ନ୍ନତି ଲାଗି ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାଥନା କରିଥିଲେ ଏବଂ ତା ପରେ ପରେ ଅନ୍ୟ କର୍ମଚାରୀମାନେ ମଧ୍ୟ୍ୟ ତାଙ୍କୁ ଛୋଟ ଛୋଟ ଉପହାର ଦେଇ ସମ୍ବର୍ଦ୍ଧନା ଜଣାଇଥିଲେ । ଶ୍ରୀଯୁକ୍ତ ସାହୁ ୨୪-୧୦-୨୦୧୮ ତାରିଖରେ ଜଗତସିଂହପୁର ଉପମଣ୍ଡଳର ସହକାରୀ ଡାକ ଅଧିକ୍ଷକ ଭାବେ ଦାୟିତ୍ୱ ଭାର ଗ୍ରହଣ କରି ନିରବିର୍ଛୀନ,ନିଷ୍ଠାପର ଓ ଦକ୍ଷତାର ସହ ସାଢେ ୩ ବର୍ଷ କାର୍ଯ୍ୟଭାର ତୁଲାଇ ଗତ ୦୯-୦୫-୨୦୨୨ ସନ୍ଧ୍ୟାରେ ଭାରମୁକ୍ତ ହୋଇଥିଲେ । ଶ୍ରୀଯୁକ୍ତ ସାହୁ ଏକାଧାରାରେ ଜଣେ ସରଳ,ମେଳାପୀ,ମିଷ୍ଟଭାସି, ସ୍ୱାଭିମାନୀ,ସହୃଦୟକାରି,ପରୋପକାରୀ ତଥା ଜଣେ ଦକ୍ଷ୍ୟ ଅଧିକ୍ଷକ ଭାବରେ ଜଗତସିଂହପୁର ଉପମଣ୍ଡଳର କର୍ମଚାରି ମାନଙ୍କ ଦ୍ୱାରା “ଗୋପ ସାର” ଭାବରେ ବେଶ ଆଦୃତ ଥିଲେ। ଏହି ସଭାରେ କଟକ ଦକ୍ଷିଣ ଡାକମଣ୍ଡଳର ସହକାରୀ ଡାକ ଅଧିକ୍ଷକ(ମୁଖ୍ୟାଳୟ) ଶ୍ରୀଯୁକ୍ତ ଦିବ୍ୟସିଂ ତ୍ରିପାଠୀ ଓ ଜଗତସିଂହପୁର ପ୍ରଧାନ ଡାକଘରର ମୁଖ୍ୟ ଡାକପାଳ ଶ୍ରୀଯୁକ୍ତ ରଞ୍ଜନ କୁମାର ସାହୁଙ୍କ ସମେତ ଜଗତସିଂହପୁର ଉପମଣ୍ଡଳର ଅନ୍ୟ ସମସ୍ତ ଡାକ କର୍ମଚାରୀବୃନ୍ଦ ଉପସ୍ଥିତ ଥିଲେ ।
Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































