ବ୍ରିଜ ତଳ ଯୁବତୀଙ୍କ ମୃତ ଦେହ ଉଦ୍ଧାର, ହତ୍ୟା ସନ୍ଦେହ
ବରଗଡ଼ (ସତ୍ୟ ନାରାୟଣ ପ୍ରଧାନ) ବରପାଲି ଥାନା ଅନ୍ତର୍ଗତ ଭଟିଗାଁ ଗ୍ରାମ ନିକଟସ୍ଥ ରାନୀଯୋର ବ୍ରିଜ୍ ତଳୁ ଗତକାଲି ସନ୍ଧ୍ୟାରେ ଜଣେ ଯୁବତୀଙ୍କ ମୃତଦେହକୁ ପୋଲିସ ଠାବ କରିଥଲା ।
ବ୍ରିଜ୍ ତଳେ ଜଣେ ଯୁବତୀଙ୍କ ମୃତଦେହ ପଡିଥିବା ବରପାଲି ପୋଲିସକୁ ଖବର ମିଳିବା ମାତ୍ରେ ପୋଲିସର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ବେଳେ ପୋଲିସ ଘଟଣାସ୍ଥଳରେ ଏକ ପର୍ସ ଜବତ କରିଥିଲେ। ପର୍ସରୁ ଏକ ପରିଚୟ ପତ୍ର ମିଳିଛି। ଏ
ସେଥିରୁ ମୃତା ଜଣକ ବରପାଲି ଥାନା ଅନ୍ତର୍ଗତ ରକସା ପଞ୍ଚାୟତ ଅଧୀନ ତେଜଙ୍ଗ ଗ୍ରାମର ଅନ୍ଧାରୀ ଦୀପ ବୋଲି ଜଣାପଡିଛି। ପାରିପାର୍ଶ୍ୱିକ ସ୍ଥିତିରୁ ଯୁବତୀଙ୍କୁ ହତ୍ୟା ପରେ ଫିଙ୍ଗି ଦିଆଯାଇଥିବା ସନ୍ଦେହ କରାଯାଉଛି। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏନେଇ ପୋଲିସ ଏକ ମାମଲା ରୁଜୁକରି ଘଟଣା ର ତଦନ୍ତ ଆରମ୍ଭ କରିଛି।
Odia 







































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































