ଓଡିଶା ଡାକପରିମଣ୍ଡଳ ଦ୍ୱାରା ଆୟୋଜିତ ଆୱାର୍ଡ ସେରିମୋନୀ ରେ କଟକ ଦକ୍ଷିଣ ଡାକମଣ୍ଡଳ ତଥା ଜଗତସିଂହପୁର ଜିଲ୍ଲାର ଡାକ କର୍ମଚାରୀମାନଙ୍କ ଦ୍ୱାରା ରେକର୍ଡ ୧୬ ସଂଖ୍ୟକ ଆୱାର୍ଡ ଅଳଙ୍କୃତ
ଭୁବନେଶ୍ୱର(ଉଲାପ୍ର)ଓଡିଶା ଡାକ ପରିମଣ୍ଡଳ ତରଫରୁ ଗତ ୧୮.୦୫.୨୦୨୨ ତାରିଖରେ ଏକ ଆୱାର୍ଡ ସେରିମୋନୀ Mayfair Hotel & Resort, Chakratirtha Road,Puri ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ସେରିମୋନୀ ରେ ୨୦୨୦-୨୦୨୧ ଏବଂ ୨୦୨୧-୨୦୨୨ ବିତ୍ତୀୟ ବର୍ଷ ମଧ୍ୟ୍ୟରେ ବିଭିନ୍ନ କ୍ଷେତ୍ରରେ ସେମାନଙ୍କର ଅବଦାନ ଏବଂ ସଫଳତା ପାଇଁ ଉଲ୍ଲେଖନୀୟ ପ୍ରଦର୍ଶନକାରୀମାନଙ୍କୁ ମୁଖ୍ୟ ଅତିଥି ଓଡିଶା ପରିମଣ୍ଡଳର ମହା-ଡାକପାଳଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ଓଡିଶା ପରିମଣ୍ଡଳ ଅଧୀନରେ ଥିବା ୨୨ ଟି ଡାକମଣ୍ଡଳ ଓ ୩ଟି ରେଳ ସେବାମଣ୍ଡଳର ଡାକ କର୍ମଚାରୀ ମାନଙ୍କ ପାଇଁ ଧାର୍ଯ୍ୟ ହୋଇଥିବା ୧୦୦ ଟି ଆୱାର୍ଡ ମଧ୍ୟରୁ କଟକ ଦକ୍ଷିଣ ଡାକମଣ୍ଡଳ ଏକାକୀ ସମସ୍ତଙ୍କୁ ପଛରେ ପକାଇ ୧୬ ଟି ରେକର୍ଡ ସଂଖ୍ୟକ ଆୱାର୍ଡ ଅଧିକୃତ କରିଛି,ଯେଉଁଥିରେକି ଜଗତସିଂହପୁର ଜିଲ୍ଲାର କର୍ମଚାରୀମାନଙ୍କ ଦ୍ୱାରା ୧୦ଟି ଅବଦାନ ରହିଛି ଯାହାକି ଜିଲ୍ଲା ପାଇଁ ସାରା ଓଡିଶାରେ ଏକ ଗର୍ବ ଓ ଗୌରବର ବିଷୟ ପାଲଟିଛି । ଏହି ଆୱାର୍ଡ ଦ୍ୱାରା କଟକ ଦକ୍ଷିଣ ଡାକମଣ୍ଡଳ ତଥା ଜଗତସିଂହପୁର ଜିଲ୍ଲା ସାରା ରାଜ୍ୟରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ସେହି ୧୬ ଟି ଆୱାର୍ଡ ଗୁଡିକ ମଧ୍ୟରୁ କଟକ ଦକ୍ଷିଣ ଡାକମଣ୍ଡଳର ଡାକ ଅଧିକ୍ଷକ ଶ୍ରୀଯୁକ୍ତ ଗଜେନ୍ଦ୍ର ପ୍ରସାଦ କର ଓ ସିଷ୍ଟମ୍ ଆଡମିନିଷ୍ଟ୍ରେଟର୍ ବୁଦ୍ଧଦେବ କରମାକର ଦୁଇ ଜଣଙ୍କୁ ଡାକ ବିଭାଗର ରାଜ୍ୟସ୍ତରୀୟ ଡାକ-ସେବା ଆୱାର୍ଡକୁ ଓଡିଶା ପରିମଣ୍ଡଳର ମହାଡାକପାଳ ଶ୍ରୀଯୁକ୍ତ ଶୁଭେନ୍ଦୁ ସ୍ୱାଇଁ ଦେଇଥିଲେ। ଓଡିଶା ଡାକ ପରିମଣ୍ଡଳ ଡିପିଏସ ଶ୍ରୀଯୁକ୍ତ ସୁବାସ ଚନ୍ଦ୍ର ବାରିକ ଏହି ସେରିମୋନୀଟିକୁ ପରିଚାଳନା କରିଥିଲେ।
ଓଡିଶା ପରିମଣ୍ଡଳ ତରଫରୁ ୨୦୨୦-୨୦୨୧ ବିତ୍ତୀୟ ବର୍ଷଲାଗି ଡାକ ଜୀବନ ବୀମାରେ ସର୍ବୋତ୍ତମ ପ୍ରଦର୍ଶନକାରୀ ଭାବେ କଲରାବାଙ୍କ ଉପଡାକପାଳ ଶ୍ରୀଯୁକ୍ତ ଅସିତ କୁମାର ସ୍ୱାଇଁଙ୍କୁ ୨ୟ ସ୍ଥାନ ଓ ଗ୍ରାମୀଣ ଡାକସେବକ ବାବୁଶ୍ୟାମ ପଣ୍ଡାଙ୍କୁ ୩ୟ ସ୍ଥାନ,ଗ୍ରାମୀଣ ଡାକ ଜୀବନ ବୀମାରେ ସର୍ବୋତ୍ତମ ପ୍ରଦର୍ଶନକାରୀ ଭାବେ ମଣିଜଙ୍ଗା ଉପ ଡାକଘରେ କାର୍ଯ୍ୟରତ ପୋଷ୍ଟମ୍ୟାନ ଶ୍ରୀମତୀ ଉର୍ମିଳା ନାୟକଙ୍କୁ ୧ମ ସ୍ଥାନ ଓ ବାଙ୍କୀ ତୁଳସୀପୁର ଶାଖା ଡାକପାଳ ଅଶୋକ କୁମାର ସାହୁଙ୍କୁ ୨ୟ ସ୍ଥାନ, ଆଉଟ ଷ୍ଟାଣ୍ଡିଙ୍ଗ ପରଫରମାନ୍ସ ପାଇଁ ଡାକପାଳ ହିସାବରେ ଜଗତସିଂହପୁର ପ୍ରଧାନ ଡାକଘରର ଡାକପାଳ ଶ୍ରୀଯୁକ୍ତ ରଞ୍ଜନ କୁମାର ସାହୁଙ୍କୁ ୨ୟ ସ୍ଥାନ, ପୋଷ୍ଟାଲ ଆସିଷ୍ଟାଣ୍ଟ ପାଇଁ ନାଲିବର ଉପଡାକଘରର ଶ୍ରୀଯୁକ୍ତ ଭଗବାନ ବରିହାଙ୍କୁ ୨ୟ ସ୍ଥାନ,ପୋଷ୍ଟମାନ ପାଇଁ ଚାରବାଟିଆ ଉପ ଡାକଘରର ଶ୍ରୀଯୁକ୍ତ ଶଶୀ ଶେଖର ମଲ୍ଲିକଙ୍କୁ ୩ୟ ସ୍ଥାନ,ଶାଖା ଡାକପାଳ ପାଇଁ କୁଜଙ୍ଗ ଉପ ଡାକଘର ଅଧୀନରେ ଥିବା ତିଖିରି ଶାଖା ଡାକଘରର ଶାଖା ଡାକପାଳ ଶ୍ରୀଯୁକ୍ତ ପ୍ରଦୀପ୍ତ କୁମାର ଦାସ ଙ୍କୁ ୨ୟ ସ୍ଥାନ ଭାବେ ଆୱାର୍ଡ ଦିଆଯାଇଥିଲା ।
ସେହିପରି ୨୦୨୧-୨୦୨୨ ବିତ୍ତୀୟ ବର୍ଷଲାଗି ଆଉଟଷ୍ଟାଣ୍ଡିଙ୍ଗ ପ୍ରଦର୍ଶନକାରୀ ଭାବେ ଗ୍ରାମୀଣ ଡାକ ଜୀବନ ବୀମା ପାଇଁ ମଣିଜଙ୍ଗା ଉପ ଡାକଘରେ କାର୍ଯ୍ୟରତ ପୋଷ୍ଟମ୍ୟାନ ଶ୍ରୀମତୀ ଉର୍ମିଳା ନାୟକ ଓ ଭରାଳ ଶାଖା ଡାକଘରର ଶାଖା ଡ଼ାକପାଳ ରଞ୍ଜନ କୁମାର ସେଠୀଙ୍କୁ ,ଡାକ ନିରୀକ୍ଷକ/ସହକାରୀ ଡାକ ଅଧିକ୍ଷକ ହିସାବରେ କୁଜଙ୍ଗ ଉପମଣ୍ଡଳର ଡାକ ନିରୀକ୍ଷକ ଶ୍ରୀଯୁକ୍ତ ରଜନୀକାନ୍ତ ବାରିକଙ୍କୁ ୩ୟ ସ୍ଥାନ,ପୋଷ୍ଟାଲ ଆସିଷ୍ଟାଣ୍ଟ ପାଇଁ କୁଜଙ୍ଗ ଉପ ଡାକ ଘରର ଶ୍ରୀଯୁକ୍ତ ସତୀଶ କୁମାରଙ୍କୁ ୩ୟ ସ୍ଥାନ,ଶାଖା ଡାକପାଳ ହିସାବରେ ସୁଦର୍ଶନ ଶାଖା ଡାକଘରର ପୂର୍ବତନ ଶାଖା ଡାକପାଳ ଶ୍ରୀମତୀ ଉର୍ମିଳା ନାୟକଙ୍କୁ ୧ମ ସ୍ଥାନ ଏବଂ ନାରୀ କର୍ମଚାରୀ ଭାବରେ କଟକ ଦକ୍ଷିଣ ଡାକମଣ୍ଡଳର ଅଫିସ ଆସିଷ୍ଟାଣ୍ଟ କୁମାରୀ ମଧୁସ୍ମିତା ଜେନାଙ୍କୁ ୩ୟ ସ୍ଥାନ ପାଇଁ ଆୱାର୍ଡ ଦିଆଯାଇଛି ।ଏହି ସେରିମୋନୀ ରେ ସମସ୍ତ ଆୱାର୍ଡ ଓଡିଶା ପରିମଣ୍ଡଳର ମହାଡ଼ାକପାଳ ଶ୍ରୀଯୁକ୍ତ ସ୍ୱାଇଁଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା । ସମସ୍ତ ଆୱାର୍ଡ ଅଧିକୃତ ଡାକକର୍ମଚାରୀମାନେ କଟକ ଦକ୍ଷିଣ ଡାକ ମଣ୍ଡଳର ଡାକ ଅଧିକ୍ଷକ ଶ୍ରୀଯୁକ୍ତ କର ସାରଙ୍କ ଆପ୍ରାଣ ଚେଷ୍ଟା,କାର୍ଯ୍ୟ କରିବାର ଶୈଳୀ,ନିସ୍ଵାର୍ଥପର କାର୍ଯ୍ୟ,ଷ୍ଟାଫ ମାନଙ୍କୁ ମୋଟିଭେସନ ଓ ସମର୍ପଣ ଭାବ ଏହି ଆୱାର୍ଡ ଆଣିଦେଇଛି ବୋଲି ମତବ୍ୟକ୍ତ କରିଛନ୍ତି ।
Odia 










































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































