ବରଗଡ଼ ଜିଲ୍ଲାର ବରିଷ୍ଠ ସାମ୍ବାଦିକ ଡମ୍ବରୁ ରଣା ଆଉ ନାହାନ୍ତି
ବରଗଡ଼(ଉଲାପ୍ର)ବରଗଡ଼ ଜିଲ୍ଲା ର ବରିଷ୍ଠ ସାମ୍ବାଦିକ ଡମ୍ବରୁ ରଣା ଙ୍କ ଆଜି ସଂଧ୍ୟା ସମୟରେ ସୋହେଲା ସ୍ଥିତ ତାଙ୍କ ବାସଭବନରେ ପରଲୋକ ହୋଇଯାଇଛି। ତାଙ୍କ ମୃତ୍ୟୁ ରେ ବରଗଡ଼ ଜିଲ୍ଲା ସାମ୍ବାଦିକଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି। ଗତ କିଛି ମାସ ହେବ ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା ଯୋଗୁଁ ସେ ଶଯ୍ୟାଶାୟୀ ଥିଲେ।ସେ ଦୈନିକ ଖବରକାଗଜ ଜନମୁଖ, ସମ୍ବାଦ ର ପ୍ରତିନିଧି ରୂପେ କାର୍ଯ୍ୟ କରିଥିଲେ। ତାଙ୍କ ର ଆମର ଆତ୍ମା ର ସଦଗତି ପାଇଁ ଆମେ ପ୍ରାର୍ଥନା କରୁଛୁ। ତାଙ୍କ ମୃତ୍ୟୁ ରେ ବରଗଡ଼ ପ୍ରେସ କ୍ଲବ ଓ ଉତ୍କଳ ସାମ୍ବାଦିକ ସଂଘ, ବରଗଡ଼ ଶାଖା ପକ୍ଷରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି।
Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































