ଉଦଘାଟନ ଅପେକ୍ଷାରେ ରୂପାନ୍ତରୀକରଣ ୭୩ ହାଇ ସ୍କୁଲ ଆସନ୍ତା ୩ରେ ମୁଖ୍ୟମନ୍ତ୍ରୀ କରିବେ ଉଦଘାଟନ
ଫୁଲ ବାଣୀ(ସୁନୀଲପଟନାୟକ)
କନ୍ଧମାଳ ଜିଲ୍ଲାରେ ଦ୍ୱିତୀୟ ପ୍ରର୍ଯ୍ୟାୟରେ ହାତକୁ ନିଆଯାଇଥିବା ୭୩ଟି ହାଇସ୍କୁଲର ରୁପାନ୍ତରୀକରଣ କାର୍ଯ୍ୟ ଶେଷ ପ୍ରର୍ଯ୍ୟାୟରେ ପହଞ୍ଚିଛି। ଚକାପାଦ ବ୍ଳକରେ ହାତକୁ ନିଆଯାଇଥିବା ସରକାରୀ ୟୂ ଜିଏଚ୍ଏସ ବିରିଗାଁ, ସରକାରୀ ହାଇସ୍କୁଲ ବପଲମେଣ୍ତି,ବିରୁପାକ୍ଷ ହାଇସ୍କୁଲ ବ୍ରାହ୍ମଣପାଦ, ଓ ଏଭିଚକାପାଦ ସରକାରୀ ହାଇସ୍କୁଲ ନେଡ଼ିଗୁଡ଼ା, ବିବି ହାଇସ୍କୁଲ ଲାଇନ ପଡ଼ା, ଓ ସରକାରୀ ହାଇସ୍କୁଲ ଶଙ୍କରା ଖୋଲଏହିପରି ୭ଟି ଯାକ ହାଇସ୍କୁଲ ଗୁଡିକ 6ର ସ୍କାର୍ଟକ୍ଲାସ ରୁ ମ, ଇ -ଲାଇବ୍ରେରୀ, ବାଥରୁମ, ଗେଟ, ରଙ୍ଗ ମରା କାର୍ଯ୍ୟ ସବୁ ସରିଥିବା କଥାଚକାପାଦ ବିଡିଓ ଅନୀଲପଟନାୟକ କହିଛନ୍ତି। ତେବେ ଶଙ୍କରାଖୋଲ ହାଇସ୍କୁଲଠାରେ ଆସନ୍ତ। ୩ ତାରିଖ ଦିନ ଉଦଘାଟନ ଉତ୍ସବ ଅନୁଷ୍ଠିତ ହେବ ବୋଲି ବିଡ଼ିଓ ଅନୀଲପଟନ।ୟକ କହିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଭରଚୁଆଲ ମୋଡରେ ଚକାପାଦ ସମେତ ଜିଲ୍ଲାରସମସ୍ତ ୭୩ଟି ଯାକ ହାଇ ସ୍କୁଲ ଉଦଘାଟନ କରିବେ ।ଏ ସବୁ ହାଇସ୍କୁଲ ରୂପାନ୍ତରୀଣ କାର୍ଯ୍ୟ ବିଡ଼ିଓ ଓ ଯନ୍ତ୍ରୀ ମାନଙ୍କ,କାର୍ଯ୍ୟ ଦକ୍ଷତା, ନିଷ୍ଠା ପର ଉଦ୍ୟମ ସାଙ୍ଗକୁ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ବେଶ ଉଚ ମାନର ହୋଇଥିବା ନଜଣାପଡ଼ିଛି l
ଶଙ୍କରା ଖୋଲଠାରେ ଆୟୋଜିତ ଉଦଘାଟନୀ ଉତ୍ସବରେ ସାଂସଦ ଡଃ ଅଚ୍ୟୁତ
ସାମନ୍ତ, ବାଲିଗୁଡ଼ା ବିଧାୟକସାଲୁଗା ପ୍ରଧାନ ,ଫୁଲବାଣୀ ବିଧାୟକ ଅଙ୍ଗଦ କହଁ ର.ବାଲିଗୁଡ଼ା ବିଧାୟକଚକ୍ରମଣିକହଁର, ଙ୍କ ସମେତ ଜିଲ୍ଲାପାଳ, ଜିଲ୍ଲାପରିଷଦ ଅଧ୍ୟକ୍ଷା ବରୀଷ୍ଠ ପ୍ରଶାସନିକ ଅଧିକାରୀ ଶିକ୍ଷକଶିକ୍ଷୟତ୍ରୀ ଛାତ୍ରଛାତ୍ରୀ ପ୍ରମୁଖ ଯୋଗଦେବେ। ଏଥିପୂର୍ବରୁ ପ୍ରଥମ ପ୍ରର୍ଯ୍ୟାୟରେଜିଲ୍ଲାରେ ୧୦ଟି ହାଇସ୍କୁଲ ରୂପାନ୍ତରୀକରଣ କରାଯାଇଥିଲା।
ଏହା ଦ୍ଵାରା ସରକାରୀ ହାଇ ସ୍କୁଲଗୁଡିକରେ ମଧ୍ୟ ବେସରକାରୀ ଇଂରାଜୀ ମିଡିୟମ ସ୍କୁଲ ପରି ସମସ୍ତ ଅତ୍ୟାଧୁନିକ ସୁବିଧାସୁଯୋଗ ପାଇବେ ।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































