ଦୃତ ଗତିରେ ଚାଲିଛି ମେଡିକାଲ କଲେଜ କାର୍ଯ୍ୟ , ଆସନ୍ତ।୨୦୨୪ ସ୍ୱାସ୍ଥ୍ୟ ସେବା ମିଳିବ
ଫୁଲ ବାଣୀ( ସୁନୀଲ ପଟନାୟକ)
ଆସନ୍ତା ୨୦୨୩ ମସିହାରେ ଫୁଲ ବାଣୀଠାରେ ମେଡିକାଲ କଲେଜ କାର୍ଯ୍ୟକ୍ଷମ ହେବ।
ନିର୍ମାଣ କାର୍ଯ୍ୟ ଦିନ ରାତି ଯୋରସୋରରେ ଚାଲିଛି। ଲକ୍ଷ୍ୟ୨୦୨୪ ମସିହା ।
୨୦୧୯ ମେ ୨୪ରେକନ୍ଧମାଳ ସାଂସଦ ଭାବେ ଡଃ ଅଚ୍ୟୁତ ସାମନ୍ତ ସାଂସଦ ଭାବେ ନିର୍ବାଚିତ ହେବ।ପରେ ନିର୍ବାଚନ ପ୍ରତିଶୃତି ପ୍ରକାରେ ମେଡିକାଲ କଲେଜପ୍ରତିଷ୍ଠା କରିବାଲାଗି ନିଷ୍ଠା ଓ ଆନ୍ତରୀକତା ର ସହ ଉଦ୍ୟମ ଆରମ୍ଭ କରିଥିଲେ । ତୁରନ୍ତ ଫୁଲବାଣୀଠାରେ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ସଂସଦଡଃ ସାମନ୍ତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ବହୁବାର ଚିଠି ଲେଖି ଅନୁରୋଧ କରିଥିଲେ।
ଆଉ ଫୁଲ ବାଣୀଠାରେ ଏକ ୬୫୦ ଶର୍ଯ୍ୟା ବିଶିଷ୍ଟ ଏକ ମେଡିକାଲ କଲେଜ ସହ୧୫୦ଜଣ ଡାକ୍ତରୀ ଛାତ୍ର ପାଠ ପଢ଼ିବାର ସୁବିଧା ଥାଇ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ୨୦୨୦ ନଭେମ୍ବର ମାସରେ ଘୋଷଣା କରିଥିଲେ । ମୁମ୍ବାଇର ଏକ ଘୋରୋଇ କଂପାନୀ ସବୁର ଜୀ ଏହାର ନିର୍ମାଣ ଦାୟୀତ୍ଵ ଦିଆଯାଇଛି। ସଦରମହକୁମା ଫୁଲବାଣୀଠାରେ ୫୨ ଏକର ଜମିରେମେଡିକାଲ କଲେଜ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ଗତ ୨୬/.୦୨/୨୧ରୁ ଏହି କମ୍ପ।ନୀ କାର୍ଯ୍ୟ ଆରମ୍ଭ କରିଛି। ବର୍ତ୍ତମାନସୂଧା ପ୍ରାୟ ୭୦ ପ୍ରତିଶତ କାର୍ଯ୍ୟ ସରିଥିବା ଜଣାପଡିଛି ।
ଫଳରେ କନ୍ଧମାଳବାସୀଙ୍କ ଦୀର୍ଘଦିନର ସ୍ଵପ୍ନ ପୁରଣ ହୋଇଛି । ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ବିଭିନ୍ନ ସଂଗଠନ ପକ୍ଷରୁ ଦୀର୍ଘଦିନରୁ ଦାବୀ ମଧ୍ୟ ହୋଇ ଆସୁଥିଲା ।ଘୋଷଣା ହେବାପରେ ସମସ୍ତଙ୍କ ମୁହଁରେ ଖୁସି ଓ ଆନନ୍ଦର ଲହରୀ ଖେଳିଯାଇଛି।
ଫୁଲବାଣୀ ସଦର ମହକୁମା ଡାକ୍ତରଖାନାରେ ଶତାଧିକ ଡାକ୍ତର ଓ ବିଶେଷଜ୍ଞ ପଦବୀ ଏବେ ବି ଖାଲି ପଡିଛି। ଫଳରେ ଗୁରୁତର ରୋଗୀମାନେ ଆବଶ୍ୟକ ଚିକିତ୍ସା ସୁବିଧା ନ ପାଇ ମୃତ୍ୟୁବରଣ କରୁଥିଲେ। ଆଉ କିଛି ଗୁରୁତର ରୋଗୀଙ୍କୁ ବ୍ରହ୍ମପୁର ଓ କଟକରୁ ଭୁବନେଶ୍ଵର ଆଦି ରେଫର କରାଯାଉଥିଲା। ଫଳରେ ରୋଗୀ ମୃତ୍ୟୁମୁଖରେ ପଡ଼ୁଥିଲେ ।
ମେଡିକାଲକଲେଜ ପ୍ରତିଷ୍ଠା ହେଲେ କନ୍ଧମାଳ ଜିଲ୍ଲା ସମେତ ପଡୋଶୀବୌଦ୍ଧ, ନୟାଗଡ଼, ଅନୁଗୁଳ, ଆଦି କେତେକ ଜିଲ୍ଲା ଉପକୃତ ହେବେ।
ସାଂସଦ ଡଃ ଅଚ୍ୟୁତ ସାମନ୍ତଙ୍କ ଏହି କାର୍ଯକୁ ସାଧାରଣରେ ଉଚ୍ଚ ପ୍ରଶସଂ। କରିବା ସହ ସାଂସଦ ହେବ ତ ଏମିତି ବୋଲିବୁଦ୍ଧିଜିବୀ ମାନେ କହିଛନ୍ତି ।
ଆଉ ଫୁଲବାଣୀ ବାସୀ ଏବେ ଉଦଘାଟନୀ ପର୍ବକୁ ଚାହିଁ ବସିଛନ୍ତି ।
ଳ
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































