ଢେଙ୍କାନାଳ ରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ
ଢେଙ୍କାନାଳ(ଉଲାପ୍ର)ସାଇ ସତସଙ୍ଗ ସେବା ଟ୍ରଷ୍ଟ ତରଫରୁ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି. ଟାଉନ ହଲ ଠାରେ ଉକ୍ତ ଶିବିରକୁ ଜିଲ୍ଲାପାଳ ସରୋଜ କୁମାର ସେଠୀ ଆନୁଷ୍ଠାନିକ ଭାବେ ଉଦଘାଟନ କରି କହିଥିଲେ ଢେଙ୍କାନାଳ ଦେଖାଦେଇଥିବା ରକ୍ତ ସଙ୍କଟ କୁ ଏହି ଶିବିର ଦ୍ୱାରା କିଛି ମାତ୍ରା ରେ ପୂରଣ କରାଯାଇପାରିବ.ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ଃ ଅଶୋକ କୁମାର ଦାସ ରକ୍ତ ର ସଙ୍କଟ ସମୟରେ ଏହିପରି ଶିବିର ହୋଇଥିବାରୁ ସାଇ ସତସଙ୍ଗ ସେବା ଟ୍ରଷ୍ଟ ର କର୍ମକର୍ତା ମାନଙ୍କୁ ପ୍ରଶଂସା କରିଥିଲେ ଓ ଆଗକୁ ଏହିପରି ସେବା ଜାରି ରଖିବାକୁ କହିଥିଲେ.ପୌର ପରିଷଦ ର କାର୍ଯ୍ୟ ନିର୍ବାହୀ ଅଧିକାରୀ ଅତନୁ କୁମାର ସାମନ୍ତ.ଜିଲ୍ଲା ଆପତଃ କାଳୀନ ଅଧିକାରୀ ସ୍ନିଗ୍ଧାଛାୟା ମହାପାତ୍ର,ଟାଉନ ଥାନା ଭାରପ୍ରାପ୍ତ ଅଧିକାରୀ ରାଜେନ୍ଦ୍ର କୁମାର ମହାପାତ୍ର,ରେଡକ୍ରସ ର ଉପସଭାଧକ୍ଷ ବିରଞ୍ଚି ନାରାୟଣ ପାଣି ରୋଟାରୀଆନ ରାଜକିଶୋର ବେହେରା ସାଇ ସତସଙ୍ଗ ସେବା ଟ୍ରଷ୍ଟ ର ଅଧକ୍ଷ ଶିବ ପ୍ରସାଦ ପଣ୍ଡା ପ୍ରମୁଖ ଅତିଥି ଭାବେ ଯୋଗଦାନ କରିଥିଲେ.ଏହି ଶିବିର କୁ ସାଇ ସତସଙ୍ଗ ସେବା ଟ୍ରଷ୍ଟ ର ଅମରେନ୍ଦ୍ର ଖୁଣ୍ଟିଆ ଓ ସମସ୍ତ କର୍ମକର୍ତା ମାନେ ପରିଚାଳନା କରିଥିଲେ.ଏହି ଶିବିର ରେ -171- ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା.ଜିଲ୍ଲା ରକ୍ତଭଣ୍ଡାର ଅଧିକାରୀ ଡ଼ା ଜୟନାରାୟଣ ପାଢ଼ୀ ଡ଼ା ପ୍ରେମାନନ୍ଦ ସାହୁ ଟେକନିସିଆନ ପରମାନନ୍ଦ ପଣ୍ଡା ତପନ କୁମାର ଜେନା ବରୁଣ ସାହୁ ଅଜୟ ସ୍ୱାଇଁ ସହଯୋଗ କରିଥିଲେ. ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନ ରୁ ଶରତ ଚନ୍ଦ୍ର ପାଢ଼ୀ ସାମ୍ବାଦିକ ସଙ୍ଘ ତରଫରୁ ଅଥୟ ସାହୁ ଜିଲ୍ଲା ଓକିଲ ସଙ୍ଘ ତରଫରୁ ଟଙ୍କଧର ବେହେରା ଶ୍ୟାମଚରଣ ପୁର ବିକାଶ ପରିଷଦ ତରଫରୁ ଯୋଗିନାଥ ମହାନ୍ତି ସଚେତନ ନାଗରିକ ଫୋରମ ତରଫରୁ ଅମରେନ୍ଦ୍ର ସାହୁ ରୋଟାରୀ club ତରଫରୁ ଦେବବ୍ରତ ଭଟ୍ଟ -ମାରୱାଡି ଯୁବମଞ୍ଚ ରୁ ମହେଶ ଅଗ୍ରୱାଲ ବଜରଙ୍ଗ କ୍ଲବ, ରାଇଜିଂ ଷ୍ଟାର କ୍ଳବ, ଶ୍ରୀରାମ ସେବା ସଦନ ର କର୍ମକର୍ତା ପ୍ରମୁଖ ରହି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ.
Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































