ବିଜେପି ପକ୍ଷରୁ ସେବା ସୁଶାସନ ଓ ଗରିବ କଲ୍ୟାଣ ପର୍ବ ଆରମ୍ଭ
ଫୁଲବାଣି(ସୁନୀଲପଟନାୟକ)
କନ୍ଧମାଳ ଜିଲ୍ଲା ଭାରତୀୟ ଜନତା ପାର୍ଟି ପକ୍ଷରୁ ସେବା ସୁଶାସନ ଓ ଗରିବ କଲ୍ୟାଣ ପର୍ବ ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମ ଜୁନ ୧ରୁ ଆରମ୍ଭ ହୋଇ ୧୫ ଦିନ ବ୍ୟାପୀ ଚାଲିବ।
କେନ୍ଦ୍ର ସରକାରଙ୍କ ଦ୍ୱିତୀୟ ପାଳିର ତୃତୀୟ ବର୍ଷ ଉପଲକ୍ଷେ ସାରା ଦେଶରେ ସେବା ସୁଶାସନ ଓ ଗରୀବ କଲ୍ୟାଣ ପର୍ବ ପାଳିତ ହେଉଛି । ବିଶେଷକରି କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନାର ସୁଫଳ ଗ୍ରାମାଞ୍ଚଳର ଲୋକେ ଯେପରି ବାଦନପଡିବେ ସେଥିପାଇଁ ଦଳ ପକ୍ଷରୁ ଯୋଜନା ସଂପର୍କରେ ଅବଗତ କରାଯାଉଛି ।
ଏହି ଅବସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜେପିର ବରୀଷ୍ଟ ନେତା ତଥା ପୂର୍ବତନ ସାଂସ ଖାରବେଳ ସ୍ବାଇଁ ଯୋଗ ଦେଇ ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଆଭିମୁଖ୍ୟ ସଂପର୍କରେ ପ୍ରକାଶ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ବିଜେପି ନେତା ତଥା ସଭାପତି ଜଗନ୍ନାଥ ସାହୁ ଉପସଭାପତି ତଥା ସଂଯୋଜକ ରମେଶ ମହାନ୍ତି, ଜିଲ୍ଲା ବିଜେପି ମହିଳା ମୋର୍ଚା ସଭାନେତ୍ରୀ ତଥାପୌର।ଧ୍ଯ କ୍ଷ। ସ୍କ୍ରିତା ରାଣି ମହାନ୍ତି,ବିଜେପି ନେତା ଲିଙ୍ଗରାଜ ଦଳବେହେରା, ବିଜେପି ନେତା ପରେଶ ମହାପାତ୍ର, ତପନ ପାଢ଼ୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ସଂପର୍କରେ କହିଥିଲେ ।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































