ବାବା କାଳେଶ୍ଵର ମନ୍ଦିରରେ ଶିବ ବିବାହ ଓ ଶୀତଳଷଷ୍ଠୀ ଉତ୍ସବ
ଫୁଲବାଣୀ(ସୁନୀଲ ପଟନାୟକ)
ଫୁଲବାଣୀ ସହରରେ ଏଫସିଆଇ ଛକ ନିକଟରେ ଥିବା ବାବା କାଳେଶ୍ଵର ମନ୍ଦିରରେ
ଶନିବାର ରାତିରେ ବଡ଼ ଧୁମଧାମରେ ଶିବ ବିବାହ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।
ଏହି ଅବସରରେ ଦ୍ଵାର ଫିଟା ନୀତି ସଂପନ୍ନ ପରେ ମଙ୍ଗଳ ଆଳତୀ, ସୂର୍ଯ୍ୟପୂଜା ଗୋ ପୂଜା ରୁଦ୍ରାଭିଷେକ ଉତ୍ସବ ଆଦି ଅନୁଷ୍ଠିତ ହୋଇଥିଲା। ଦେବଦେବ ମହାଦେବଙ୍କୁ ବରବେଶରେ ସଜ୍ଜିତ କର। ଯାଇଥିଲା ।
ଫୁଲ ବାଣୀ ଏଫସିଆଇ ଛକର ବ୍ୟବସାୟୀ ରାମନାଥ ସାହୁ କନ୍ୟାପକ୍ଷ ଦାୟୀତ୍ଵ ତୁଲାଇଥିବାବେଳେ ସୋମନାଥ ମହାପାତ୍ର ବରପକ୍ଷ ସାଜିଥିଲେ । ସମସ୍ତ ରିତିନିତୀରେ ସମସ୍ତ କାର୍ଯ୍ୟ ସମାପନ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଆଇନଜିବୀ ବିଜୟ ମହାନ୍ତି, ଅବସର ପ୍ରାପ୍ତ ରିଡର ତୀର୍ଥଜାନୀ, ବରୀଷ୍ଠ ସାମ୍ବାଦିକସନ୍ତେ।ଷ ଡିଗଲ, ତ୍ରୀନାଥ ସାହୁ, ପ୍ରମୁଖଙ୍କ ସମେତ ଅଶୋକ ର୍ମି ଶ୍ର ଓ ମନ୍ଦିର ପରିଚାଳନାକମିଟି ସଦସ୍ୟ ଓ ଅନ୍ୟମାନେ ସୁଚାରୁ ରୁପେ ଦାୟୀତ୍ଵ ସମ୍ପନ୍ନ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଅଞ୍ଚଳର ଶତାଧିକ ଭକ୍ତ ଯୋଗ ଦେଇଥିଲେ। ରବିବାର ଶୀବପାର୍ବତୀ ଙ୍କସାହୀ ପରିକ୍ରମା କାର୍ଯ୍ୟକ୍ରମ ରହିଛି ।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































